Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଡାହାଣୀ ସନ୍ଦେହରେ ହତ୍ୟା…

କଟା ମୁଣ୍ଡ ଧରି ଅଭିଯୁକ୍ତ ଥାନାରେ କଲେ ଆତ୍ମ ସମର୍ପଣ

0

ବାରିପଦା(ନିରପେକ୍ଷ ଖବର)ତା-୧୫/୦୬-ଆଧୁନିକ ସମାଜରେ ଏବେ ମଧ୍ୟ ଅନେକ କୁସଂସ୍କାର ବଞ୍ଚିରହିଛି। ଏହାଯୋଗୁ ବେଳେବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି।ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ।ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ଗ୍ରାମରେ ଡାହାଣୀ ସନ୍ଦେହରେ ଏହି ଭଳି ସମ୍ବେଦନଶୀଳ ତଥା ଲୋମହର୍ଷଣକାରୀ ଘଟଣାଟି ଘଟିଛି ।ଡାହାଣୀ ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହତ୍ୟାକରି ଯୁବକ ଜଣକ କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲେ।ମୃତ ମହିଳା ଜଣଙ୍କ ସେହି ଗ୍ରାମର ୫୫ ବର୍ଷୀୟା ଚମ୍ପା ସିଂ ଓ ଅଭିଯୁକ୍ତ ଜଣକ ହେଲେ ୨୮ ବର୍ଷୀୟ ବୂଧିରାମ ସିଂ।ସୂଚନା ଅନୁଯାୟୀ ବୂଧିରାମ ସିଂଙ୍କ ର ୪ ବର୍ଷର ଝିଅ ଅସୁସ୍ଥତା କାରଣରୁ କିଛି ଦିନ ପୂର୍ବେ ମୃତ୍ୟୁବରଣ କରିଥିଲା।ବୁଧିରାମ ତାଙ୍କ ଝିଅର ମୃତ୍ୟର କାରଣ ସେହି ଗ୍ରାମର ଚମ୍ପା ସିଂର ଗୁଣି ଗାରେଡିରେ ହୋଇଥିବା ସନ୍ଦେହ କରିଥିଲେ।ତେଣୁ ତାର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ବୁଧରାମ ଆଜି ଦିନ ପ୍ରାୟ ୧୧ ଟା ସମୟରେ କରକଚିଆ ଗ୍ରାମର ନୂଆସାହି ଛକ ନିକଟରେ ଚମ୍ପାଙ୍କୁ ଏକ ଟାଙ୍ଗିଆ ଦ୍ୱାରା ମୁଣ୍ଡ ଗଣ୍ଡି କୁ ଅଲଗା କରି ହତ୍ୟା କରିଥିଲା । ପରେ କଟା ମୁଣ୍ଡ ଓ ଟାଙ୍ଗିଆ ଧରି ଚାଲି ଚାଲି ପୁଲିସ ନିକଟରେ ସର୍ମପଣ କରିବାକୁ ଆସୁଥିବା ବେଳେ ଖବର ପାଇ ପୁଲିସ ରାସ୍ତାରୁ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣିଛି। ପରେ ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଅବ୍ୟାହତ ରଖିଛି|

Advertising:
Blank space

ଏଥିନେଇ ଥାନାରେ କେସ ନଂ ୯୬ / ୨୦ରେ ଏକ ମାମଲା ରୁଜୁ କରିଛି ପୁଲିସ ।ପୂର୍ବରୁ ମଧ୍ୟ ଏହିଭଳି ଅନେକ ଘଟଣା ଜିଲ୍ଲାରେ ଦେଖିବାକୁ ମିଳିଥିବା ବେଳେ ଏହି ଘଟଣା ପୁନଶ୍ଚ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ଖୁଣ୍ଟା ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ ଜାରି ରଖିଛି। ତେବେ ଆଜିର ଆଧୁନିକ ସମାଜରେ ଡାହାଣୀ ଭଳି ଅନ୍ଧବିଶ୍ୱାସର ଅନ୍ଧାର ଭିତରେ ରହିଥିବା ଲୋକମାନଙ୍କ ମଧ୍ୟରେ କେବେ ସୁଧାର ଆସିବ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି?

Advertising
Mo sapath

Leave A Reply

Your email address will not be published.