ସୋର, ନିରପେକ୍ଷ ଖବର: ତା ୧୦/୦୮ ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତରେ ୨ ଯୁବକ ମୃତ୍ୟୁ ବରଣ କରିଛନ୍ତି। ମୃତକମାନେ ହେଉଛନ୍ତି ରାଇପୀତାମ୍ବର ଗାଁର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳ।ମିଳିଥିବା ସୂଚନାଅନୁସାରେ ଆଜି ଅପରାହ୍ନରେ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳକୁ ମୃତ ଘୋଷଣା କରିଛନ୍ତି ।
