ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୮/୦୯ ସେପ୍ଟେମ୍ବର: ଇଣ୍ଡିଆନ୍ ଗେଟବଲ୍ ୟୁନିଅନ୍ର ନାମ, ଲୋଗୋ ଓ ଅଫିସିଆଲ୍ ଇ-ମେଲ୍ର ଅନଧିକୃତ ବ୍ୟବହାର ନେଇ ଅଭିଯୋଗ ହୋଇଛି। ଏନେଇ ୧୩ ସେପ୍ଟେମ୍ବରରେ ଭୁବନେଶ୍ୱରର ହୋଟେଲ୍ ଗୌରୀ କଟେଜ୍ରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।
ୟୁନିଅନ୍ର ସେକ୍ରେଟାରୀ ଜେନେରାଲ୍ ଗୁରୁପ୍ରସାଦ ତ୍ରିପାଠୀ କହିଥିଲେ, କେତେକ ବ୍ୟକ୍ତି ସମାନ ନାମ ଓ ପରିଚୟରେ ଏକ ସଂଗଠନ ଚଳାଉଥିବା ଅଭିଯୋଗ ରହିଛି। ଏହା ବିରୋଧରେ ଆଇଜିୟୁ କୋର୍ଟର ଆଶ୍ରୟ ନେଇଛି।
କୋର୍ଟ ପକ୍ଷରୁ ନାମ, ଲୋଗୋ, ଇ-ମେଲ୍ ଓ ଡିଜିଟାଲ୍ ପରିଚୟ ବ୍ୟବହାର ଉପରେ ଅନ୍ତରୀଣ ରୋକ୍ ଲଗାଯାଇଥିବା ୟୁନିଅନ୍ ପକ୍ଷରୁ କୁହାଯାଇଛି। ତଥାପି ଏହାର ବ୍ୟବହାର ଜାରି ରହିଥିବା ଅଭିଯୋଗ ହୋଇଛି।
ଏସିଆ ପାସିଫିକ୍ ଓପନ୍ରେ ଭାରତୀୟ ଦଳ
ଭାରତୀୟ ଗେଟବଲ୍ ଦଳ ସେପ୍ଟେମ୍ବର ୧୭ରୁ ୨୦ ପର୍ଯ୍ୟନ୍ତ ତାଇୱାନର ନ୍ୟୁ ତାଇପେଇ ସିଟିରେ ହେଉଥିବା ୪ର୍ଥ ଏସିଆ ପାସିଫିକ୍ ନ୍ୟୁ ତାଇପେଇ ଓପନ୍ ଗେଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ରେ ଭାଗ ନେଉଛି।
ଦଳରେ ସତୀଶ ପୃଷ୍ଟି (କ୍ୟାପଟେନ୍), ଗିରିଜା ଶଙ୍କର ଭଞ୍ଜ, ସଞ୍ଜୟ ପଟ୍ଟନାୟକ, ବିକାଶ ଚନ୍ଦ୍ର ପଟ୍ଟନାୟକ, ସୌମ୍ୟଶ୍ରୀ ରଥ, ଆକାଂକ୍ଷ୍ୟା ସିଂହଦେଓ ଓ ସତ୍ୟବ୍ରତ ମୀନକେତନ ରହିଛନ୍ତି।


