Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବନ୍ୟା ପାଣିରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

0

ବାରିପଦା(ନିରପେକ୍ଷ ଖବର) ତା-୩୦/୦୮-ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଦ୍ୱାରା ଗଙ୍ଗାହାର ନଦୀ ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିଲେ।ସେହି ନିଖୋଜ ହୋଇଥିବା ମହିଳା ଜଣଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଗ୍ରାମବାସୀ ମାନଙ୍କ ଦ୍ବାରା ଜଡିଦା-ଆଗରିଆ ରାସ୍ତା ନିକଟ ପାଳଜମି ପାଣିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି।ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଭୀମିଦା ଗ୍ରାମର ଜୀବନବନ୍ଧୁ ମହାପାତ୍ରଙ୍କ ପତ୍ନୀ ସ୍ନେହଲତା(୬୨)। ତାଙ୍କର ବଡ଼ପୁଅ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପରିବାରର ୪ ସଦସ୍ୟ ସରକାରୀ ଗାଡ଼ିରେ ବଡ଼ସାହି ଡ଼ାକ୍ତରଖାନାକୁ ଆରଟିପିସିଆର କୋଭିଡ଼ ପରୀକ୍ଷା ପାଇଁ ଯାଇ ଫେରୁଥିଲେ। ତେବେ ବୈଶିଙ୍ଗା-ଉଦଳା ରାସ୍ତାର ମାଣତ୍ରୀ ବିତନୁ ପୋଲ ଉପରେ ଗଙ୍ଗାହାର ନଦୀର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗାଡ଼ିଟି ରାସ୍ତା ପାରି ନହୋଇ ସମସ୍ତଙ୍କୁ ଓହ୍ଲାଇ ଦେଇ ଫେରିଯାଇଥିଲା। ୪ଜଣ ଚାଲିଚାଲି ପୋଲ ପାରି ହେଉଥିବାବେଳେ ମହିଳା ଜଣଙ୍କ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଦମକଳ ବାହିନୀ ଓ ସ୍ଥାନୀୟ ଲୋକମାନେ ଜଳ ସ୍ରୋତ ‌ରେ ଭାସିଯାଇଥିବା ମହିଳା ଜଣଙ୍କୁ ଖୁବ ଖୋଜା ଖୋଜି କରାଯାଇଥିଲା।କିନ୍ତୁ ମହିଳା ଜଣଙ୍କ କୋଣସି ସୂଚନା ମିଳିନଥିଲା।

Mo sapath

Leave A Reply

Your email address will not be published.