ଭୁବନେଶ୍ୱର, ନିରପେକ୍ଷ ଖବର,୨୯/୦୯
ମୟୂରଭଞ୍ଜର ବାଉଁଶ ଚାଷୀ ଓ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା (ଓବିଡିଏ)କୁ ‘ପ୍ରମାଣ’ ସାର୍ଟିଫିକେଟ୍ ମିଳିଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି।
ଗୋବର୍ଦ୍ଧନଶୂଳ ଓ ରାଣୀଭୋଳର ୪ଟି ପ୍ଲଟ୍ର ୧୪.୦୩ ହେକ୍ଟର ବାଉଁଶ ଚାଷ ଏହି ପ୍ରମାଣୀକରଣରେ ସାମିଲ ହୋଇଛି। ଏହା ଦ୍ୱାରା ବାଉଁଶର ଆଇନସମ୍ମତ ଓ ସ୍ଥାୟୀ ଉତ୍ସ ନିଶ୍ଚିତ ହେବ। ଚାଷୀଙ୍କ ପାଇଁ ଦେଶୀୟ ଓ ରପ୍ତାନି ବଜାରରେ ନୂଆ ସୁଯୋଗ ସୃଷ୍ଟି ହେବ।

ଓବିଡିଏ ଓ ଆଇଆଇଏଫଏମ୍, ଭୋପାଳର ସହଯୋଗରେ ଏହି ପ୍ରମାଣୀକରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି।

