Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ନିଆଳିରେ ୨ୟ ସପ୍ତାହ ସଟଡାଉନ ସଫଳ…

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୪/୦୬ ରାଜେଶ କୁମାର ଲେଙ୍କା(ନିଆଳି): କରୋନା ପାଇଁ ସରକାର ଜୁନ ମାସର ଶେଷ ପର୍ଯ୍ୟନ୍ତ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରିଛନ୍ତି |ଏହି କ୍ରମରେ ସଟଡାଉନ ନିଆଳି ଅଂଚଳରେ ସମ୍ପୂର୍ଣ ସଫଳ ହୋଇଛି |ଦେଶରେ ମହାମାରୀ କରୋନା ମାଡି ଚାଲୁଥିବା ବେଳେ ରାଜ୍ୟରେ ଲକ ଡାଉନ ଜାରି ରହିଛି | ଗତ ସପ୍ତାହରେ ଓଡ଼ିଶାରେ ୧୧ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁ ଥିବାରୁ ଏହି ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ୪୮ ଘଣ୍ଟିଆ ସଟଡାଉନ ଜାରି ରହିଛି |କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଥିବା ବେଳେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସଟଡାଉନ ପାଳନକୁ କଡାକଡି କରିବାକୁ ନିର୍ଦେଶ ଦେଇଛନ୍ତି |ଏହି ଅନୁସାରେ ନିଆଳି ବ୍ଲକ ପ୍ରଶାସନ ପକ୍ଷରୁ ୨ୟ ସପ୍ତାହ ସଟଡାଉନ ନିୟମକୁ କଡାକଡି କରାଯାଇଥିବା ଜଣା ପଡିଛି |ନିଆଳି ତହସିଲଦାର ବିଦ୍ୟାଧର ପତି ନିଆଳି ବଜାର ଓ ନିଆଳି ର ଆଖପାଖ ସମସ୍ତ ଅଂଚଳକୁ ଯାଇ ସଟଡାଉନ ସ୍ଥିତି ପରିଦର୍ଶନ କରିଥିଲେ |ନିଆଳି ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ଙ୍କ ତତ୍ୱାବଧାନରେ ଥାନାର ଏସଆଇ ବନବିହାରୀ ପ୍ରଧାନ,କରମ ଲାକ୍ରା,ସୁମନ୍ତ ସେଠି,ଛବି ସେଠି ଙ୍କୁ ନେଇ ପିସିଆରରେ ନିଆଳି ଅଂଚଳର ଗ୍ରାମ ପଂଚାୟତ ,ବଜାର ଘାଟରେ ଘନ ଘନ ପେଟ୍ରୋଲିଙ୍ଗ କରି ସଟାଡାଉନ ନିୟମକୁ କଡାକଡି କରାଯାଇଥିଲା |ସଟଡାଉନ ରେ ନିଆଳି ଥାନା ଅଂଚଳରେ କେବଳ ଔଷଧ ଦୋକାନ,ପେଟ୍ରୋଲ ପମ୍ପ ଖୋଲା ଥିବା ବେଳେ ନିଆଳି ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା |

Mo sapath

Leave A Reply

Your email address will not be published.