ଅମ୍ବାନୀ ପରିବାରର ଗଣେଶ ପୂଜାରେ ଅଚ୍ୟୁତ ସାମନ୍ତ
ନୀତା ଅମ୍ବାନୀଙ୍କ ନିମନ୍ତ୍ରଣରେ ମୁମ୍ବାଇରେ ଯୋଗଦେଲେ କିଟ୍-କିସ୍ ପ୍ରତିଷ୍ଠାତା
ଭୁବନେଶ୍ୱର,ନିରପେକ୍ଷ ଖବର : ତା ୧୫/୦୯ ମହାରାଷ୍ଟ୍ର, ବିଶେଷକରି ମୁମ୍ବାଇରେ ଗଣେଶ ପୂଜା ଅତ୍ୟନ୍ତ ଧୁମ୍ଧାମରେ ପାଳନ କରାଯାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଅମ୍ବାନୀ ପରିବାର ପକ୍ଷରୁ ଗଣେଶ ଚତୁର୍ଥୀ ଅବସରରେ ଏକ ବିଶାଳ ଧାର୍ମିକ ଆୟୋଜନ କରାଯାଇଥିଲା।
ଏହି ଅବସରରେ ଓଡ଼ିଶାରୁ ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନୀତା ଅମ୍ବାନୀ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷା କରି ଶ୍ରୀ ସାମନ୍ତ ଗଣେଶ ଚତୁର୍ଥୀ ଦିନ ମୁମ୍ବାଇସ୍ଥିତ ଅମ୍ବାନୀ ପରିବାରର ବାସଭବନରେ ଆୟୋଜିତ ଗଣେଶ ପୂଜାରେ ଯୋଗଦେଇଥିଲେ।
ଶ୍ରୀ ସାମନ୍ତ ଗଣପତିଙ୍କ ଦର୍ଶନ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସେ ଅମ୍ବାନୀ ପରିବାରର ବିଭିନ୍ନ ସଦସ୍ୟଙ୍କ ସହ ସାକ୍ଷାତ ଓ ଆଲୋଚନା କରିଥିଲେ।
ମୁକେଶ ଅମ୍ବାନୀ ଓ ଅନନ୍ତ ଅମ୍ବାନୀ ଶ୍ରୀ ସାମନ୍ତଙ୍କ ସହ ସାକ୍ଷାତ କରି ଖୁସି ବ୍ୟକ୍ତ କରିଥିବା ଜଣାପଡ଼ିଛି। ଏଥିସହ ସର୍ବସମ୍ମୁଖରେ ଶ୍ରୀ ସାମନ୍ତଙ୍କ ବିଭିନ୍ନ କାର୍ଯ୍ୟର ପ୍ରଶଂସା କରିବା ସହ ଉପସ୍ଥିତ ଅତିଥିମାନଙ୍କ ସହ ତାଙ୍କର ପରିଚୟ କରାଇଥିଲେ।
ଅମ୍ବାନୀ ପରିବାରର ଏହି ଗଣେଶ ପୂଜା ଆୟୋଜନରେ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ ତାରକାଙ୍କ ସମେତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଧ୍ୟ ଯୋଗଦେଇଥିଲେ। ଓଡ଼ିଶାରୁ ଅଚ୍ୟୁତ ସାମନ୍ତଙ୍କ ଏହି ଉପସ୍ଥିତି ଗଣେଶ ପୂଜା ଆୟୋଜନକୁ ଆହୁରି ବିଶେଷ କରିଥିଲା।


