Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ପ୍ରେମୀ ଯୁଗଳଙ୍କ ଗଛରେ ଝୁଲି ଆତ୍ମହତ୍ୟା

0

ବାରିପଦା(ନିରପେକ୍ଷ ଖବର)ତା-୧୫/୦୬-ପ୍ରେମୀ ଯୁଗଳ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି।ଏହି ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗତିଲତା ଗ୍ରାମ ଅଞ୍ଚଳରେ। ସେହି ଗ୍ରାମ ନିକଟରେ ଥିବା ଏକ ଗଛରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତ ଶରୀର ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।ଗୋଟିଏ ଓଢଣୀରେ ଦୁହେଁ ବେକରେ ଫାଶଦେଇ ଗଛରେ ଝୁଲୁଥିବା ଅବସ୍ଥାରେ ରହିଥିଲେ।ମୃତକ ଦ୍ୱୟଙ୍କ ଘର ଗତିଲତା ଗାଁରେ ବୋଲି ଜଣାପଡ଼ିଛି। ମୃତକ ଦୁଇଜଣ ହେଲେ ରାମେଶ୍ୱର ପାତ୍ର ଓ ସାବିତ୍ରୀ ଦେଉଁଗାମ।ଯୁବକଙ୍କୁ ୩୦ ବର୍ଷ ହୋଇଥିବା ବେଳେ ଯୁବତୀଙ୍କୁ ବୟସ ୨୫ ବର୍ଷ ଅଟେ।ଆଜି ସକାଳେ ଗାଁ ନିକଟରେ ଥିବା ଗଛରେ ଦୁଇ ଜଣଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ।

Advertising:
Blank space

ଏନେଇ ପୁଲିସକୁ ଖବର ଦେଇଥିଲେ। ଏ ଘଟଣାର ଖବର ପାଇ ତିରିଂ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହିତ ତଦନ୍ତ କାର୍ଯ୍ୟ ଜାରି ଆରମ୍ଭ କରିଥିଲା।ପ୍ରାଥମିକ ତଦନ୍ତରୁ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।ସୂଚନା ଅନୁଯାୟୀ, ମୃତ ଯୁବକ ରାମେଶ୍ବର ବିବାହିତ ହୋଇଥିବା ବେଳେ ତାଙ୍କ ଏକ ସନ୍ତାନ ମଧ୍ୟ ରହିଛି।ତେବେ ଗ୍ରାମର ଯୁବତୀ ସାବିତ୍ରୀ’ଙ୍କ ସହିତ ପ୍ରେମ ସମ୍ପର୍କ ରହି ଥିବାରୁ ବିଭିନ୍ନ ସମୟରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା।ତେବେ ଯୁବକ ଜଣକ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବାବେଳେ ସମସ୍ତଙ୍କ ଅଜାଣତରେ ପହଞ୍ଚି ନିଜ ପ୍ରେମିକ ସହିତ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।ତିରିଂ ଥାନା ପୋଲିସ ଉକ୍ତ ଘଟଣାକୁ ନେଇ କେଶ୍ ନଂ ୧୦/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ସାଇଣ୍ଟିଫିକ ଟିମ ସହିତ ଅଧିକ ତଦନ୍ତ ଚଳାଇଛନ୍ତି।

Advertising
Mo sapath

Leave A Reply

Your email address will not be published.