Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଇନ୍‌ଫୋସିଟିରେ ମିଡ଼୍‌ଟାଉନ୍ ବର୍ଣ୍ଣ ଜିମ୍ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ

ସେଣ୍ଟ ରେ ରହିଛି ଅତ୍ୟାଧୁନିକ ଜିମ୍ ଉପକରଣ

0

ଭୂବନେଶ୍ୱର,ନିରପେକ୍ଷ ଖବର :ତା ୦୬/୦୪ ପଟିଆ ଇନ୍‌ଫୋସିଟି ଛକରେ ମିଡ଼୍ ଟାଉନ୍ ବର୍ଣ୍ଣ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ଆୟକର କମିଶନର ଶରତ କୁମାର ଦାସ, ଶ୍ରୀ ପ୍ରକାଶ ଜେନା (ଲାୟନ୍ସ କ୍ଳବ, ପୂର୍ବତନ ଗଭର୍ନର), ଲୋହିତାକ୍ଷ ପଟ୍ଟନାୟକ (ଶିଶୁ କଳାକାର, ବଲିଉଡ଼୍ ଓ ଓଲିଉଡ଼୍‌), ପ୍ରଦୀପ କୁମାର ସାହୁ (ପ୍ରବନ୍ଧକ, ଓ.ଏସ୍‌.ଏଲ୍‌.), ଆଚମନ ନନ୍ଦ (ଏମ୍‌.ଡ଼ି., କଳିଙ୍ଗ ବଚପନ) ପ୍ରମୁଖ ଯୋଗ ଦେଇ ଏହାକୁ ଉଦ୍‌ଘାଟିତ କରିଥିଲେ । ଯୁବ ଉଦ୍ୟୋଗୀ ଗୌତମ ଚୌଧୁରୀ ଓ ରଞ୍ଜନ କୁମାର ସାହୁଙ୍କ ଉଦ୍ୟମରେ ଏହି ଟ୍ରେନିଂ ସେଣ୍ଟର ଖୋଲାଯାଇଛି । ଏହି ଅବସରରେ ଟ୍ରେନିଂ ସେଣ୍ଟରର ସିଇଓ ଗୌତମ କହିଛନ୍ତି ୟୁରୋପୀୟ ଦେଶ ଶୈଳୀରେ ଏହି ଟ୍ରେନିଂ ସେଣ୍ଟର ବନାଯାଇଛି ଯାହାକି ୫ ହଜାର ବର୍ଗଫୁଟର ଏହି ସେଣ୍ଟର ସହିତ ଅତ୍ୟାଧୁନିକ ଜିମ୍ ଉପକରଣ ଉପଲବ୍ଧ ରହିଛିି । ଏକାସଙ୍ଗରେ ୩୦ଜଣ ଟ୍ରେନିଂ ନେବାର ବ୍ୟବସ୍ଥା ରହିଛି । ସମ୍ପୂର୍ଣ୍ଣ ଶାନ୍ତ ପରିବେଶ ଓ ବିନା କୌଣସି ଅସୁବିଧାରେ ଏଠାରେ ଟ୍ରେନିଂ ଦିଆଯିବ । ସବୁଠୁ ବଡ଼ କଥା ହେଲା ଏଠାରେ ଥିବା ଜିମ୍ ଉପକରଣ ସବୁ ବାଗାଟି ସିରିଜ୍ ଏବଂ ଷ୍ଟିଲଫ୍ଲେକ୍ସ ସିରିଜ୍‌ର ଯାହାକି ପୂର୍ବ ଭାରତରେ କେଉଁ ସ୍ଥାନରେ ନାହିଁ । ୩ଜଣ ଦକ୍ଷ ପ୍ରଶିକ୍ଷକଙ୍କ ଉପସ୍ଥିତିରେ ସକାଳ ୬ ଘଟିକାରୁ ରାତି ୧୦ଟା ଏଠାରେ ଟ୍ରେନିଂ ନେଇପାରିବେ । ଜିମ୍ ସେଣ୍ଟର ନୂଆ ଖୋଲାଯାଇଥିବାରୁ ଏଠାକୁ ଟ୍ରେନିଂ ନେବାକୁ ଆସୁଥିବା ଜିମ୍ ପ୍ରେମୀମାନେ କେବଳ ମ୍ବେମରସିପ୍ ଫି ଦେଇ ଟ୍ରେନିଂ ନେଇପାରିବେ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି । ଅତିଥିମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ସୁଜାତା ସାହୁ, ସୁଚିସ୍ମିତା ପୃଷ୍ଟି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.