Blank space
Blank space
Breaking News/ମୁଖ୍ୟ ଖବର:
ବଲିଉଡ୍ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ବିଜେପି ର ବିଡିଏ ଅଫିସ ସମ୍ମୁଖରେ ଧାରଣା।ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖାରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ…୦୭ ଅଗଷ୍ଟ ୨୦୨୩ – ଭାରତ ବନ୍ଦବିଜନେସ କ୍ଲବ ଅଫ୍ ଏଣ୍ଟରପ୍ରେନରସ (ବିସିଇ)ଉତ୍କଳ କ୍ଲବ୍ ର ଉଦ୍ଘାଟନୀ…ରାଜ୍ୟ ଆର୍‌ବିଏସ୍‌ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ସମୀକ୍ଷା ବୈଠକରାଜ୍ୟ ମିଶନ ଶକ୍ତି ଏସ୍ଏଚ୍‌ଜି କାହାର ଅଧ୍ଵସ୍ତ ନୁହଁନ୍ତି କି ଦୟାର ପାତ୍ର ନୁହଁନ୍ତିଉପକୃତ ବିଜେଡ଼ି ଉପେକ୍ଷିତ ଓଡ଼ିଶାଜୁନ ୭ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରାମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେଝାରସୁଗୁଡା ଉପନିର୍ବାଚନ….ରାଜ୍ୟରେ ୫ଟି ଶାସନ ପ୍ରତି କଂଗ୍ରେସର କଟାକ୍ଷନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତେ ଆୟ ବହୁପରିମାଣରେ କମି କମି ଯାଉଛି : କଂଗ୍ରେସଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ
Blank space

ରାଜ୍ୟ ମିଶନ ଶକ୍ତି ଏସ୍ଏଚ୍‌ଜି କାହାର ଅଧ୍ଵସ୍ତ ନୁହଁନ୍ତି କି ଦୟାର ପାତ୍ର ନୁହଁନ୍ତି

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୯/୦୫ : ବୁଦ୍ଧ ମନ୍ଦିର ପରିସରରେ ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମର ସାଧାରଣ ସଭା ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ହୋଯାଇଛି । ଏଥିରେ ଉପସ୍ଥିତ ଜିଲ୍ଲା ସଦସ୍ୟା, ଜିଲ୍ଲାର ସ୍ଵଂୟ ସହାୟକ ଗୋଷ୍ଠୀର ସଭାପତି, ସମ୍ପାଦିକାମାନେ ଉଦ୍‌ବେଗ ଜନକ ଭାଷଣ ପ୍ରଦାନ
କରିଥିଲେ । ଜିଲ୍ଲା ସ୍ଵୟଂ ସହାୟକ ଗୋଷ୍ଠୀ ମିଶନ ଶକ୍ତିର ସଦସ୍ୟାମାନଙ୍କୁ ଆଜିକାଲି ବ୍ୟକ୍ତିଗତ ସମ୍ପତ୍ତି ପରି ବ୍ୟବହାର କରୁଛନ୍ତି । ଜିଲ୍ଲା ବ୍ଲକ ପଞ୍ଚାୟତର
ସଦସ୍ୟମାନେ ବିଗତ ଦିନରେ ଯେମିତି ଥିଲେ ସେମିତି ଉତ୍କଟ ଆର୍ଥିକ ଅନାଟନରେ ଅଛନ୍ତି । କ୍ଵଚିତ ଜିଲ୍ଲାର ମା ଭଉଣୀମାନେ ଉପକୃତ ହେଉଛନ୍ତି । ସ୍ଵୟଂ
ସହାୟକ ଗୋଷ୍ଠୀ ଜିଲ୍ଲାର ସଭାପତି, ସମ୍ପାଦିକା ଓ ଦୁଇ ବର୍ଷରେ ପରିବର୍ତ୍ତନ ହେଉଛନ୍ତି, କିନ୍ତୁ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଦୀର୍ଘ କାଳ ଗୋଟିଏ
ପଦବୀରେ ରହିଛନ୍ତି ଯାହା ମିଶନ ଶକ୍ତି ବିଭାଗର ସ୍ଵଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ଵୟଂ ସହାୟକ ଦଳର ସଦସ୍ୟମାନେ । ଏ
ସଂକ୍ରାନ୍ତରେ ଏକ ସ୍ମାରକପତ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମର ଅଧ୍ୟକ୍ଷା ମମତା ସାମନ୍ତରାୟ କହିଛନ୍ତି । ମିଶନ
ଶକ୍ତିର ସ୍ଵଚ୍ଛତା ଉପରେ ପ୍ରଶ୍ନ ନ ଆସୁ । ନୂତନ ଅଫିସର ନିଯୁକ୍ତି ପାଇଲେ ନିର୍ମଳତା ରହିବ ବୋଲି ମତପ୍ରକାଶ ପାଇଥିଲା ।
ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମର ଅଧ୍ୟକ୍ଷା ମମତା ସମାନ୍ତରାୟଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୈଠକରେ ଡ. ମିନତୀ ରାଉତରାୟ
ଲେଙ୍କା ସଭାପତିତ୍ବ କରିଥିଲେ । ବରଗଡ଼ ଜିଲ୍ଲା ସ୍ଵୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ପଦ୍ମିନୀ ଦେବୀ, । ଆଇନଜୀବୀ ଜ୍ୟୋତ୍ସ୍ନା, ବୌଦ୍ଧ ଜିଲ୍ଲା
ସଦସ୍ୟ ଶୈଳ ଦାସ, ସାବିତ୍ରୀ ରାଉତ, ବରିପଦାର ସବିତା ସରକାର, ଖୋର୍ଦ୍ଧା ଜିଲ୍ଲା ମିଶନ ଶକ୍ତିର ସଦସ୍ୟା ସୌଦାମିନୀ ପ୍ରମୁଖ ଯୋଗଦାନ କରିଥିଲେ ।
ଉପଧ୍ୟକ୍ଷା ନିରୂପମା ରଥ ଧନ୍ୟବାଦ ଅର୍ପଣ କରିଥିଲେ । ୨୦ଟି ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦିକାମାନେ ଯୋଗଦାନ କରିଥିଲେ ।
ରାଜ୍ୟରେ ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରତି ଥିବା ସରକାରୀ ଦାୟିତ୍ଵର ବାସ୍ତବତା ଏବଂ ସେମାନଙ୍କର ଆତ୍ମନିର୍ଭରଶୀଳତା ଉପରେ ଆଲୋଚନା
କରାଯାଇଥିଲା । ଏଥିସହିତ ରାଜ୍ୟର ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ଦିଗରେ ଆଗାମୀ ଦିନରେ କିଭଳି ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ
ପକ୍ଷେପ ଗ୍ରହଣ କରାଯିବ ସେ ବିଷୟରେ ଉପସ୍ଥିତ ସଦସ୍ୟାମାନଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା । ରାଜ୍ୟରେ ଦେଖା ଦେଇଥିବା ଆଇନ ଶୃଙ୍ଖଳା
ପରିସ୍ଥିତିରେ ମହିଳାଟିଏ କିଭଳି ସୁରକ୍ଷିତ ରହିପାରିବେ ସେ ବିଷୟରେ ଉପସ୍ଥିତ ଅତିଥୁମାନେ ଆଲୋକପାତ କରିଥିଲେ । ଅନୁଷ୍ଠାନରେ ନୂତନ ସଦସ୍ୟାମାନଙ୍କୁ
ସ୍ଵାଗତ କରାଯିବା ସହ ବିଭିନ୍ନ ଦାୟିତ୍ବ ସମ୍ବନ୍ଧରେ ଅବଗତ କରାଯାଇଥିଲା । ଆଗାମୀ ଦିନରେ ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ଏକ ରାଜନୈତିକ
ଅନୁଷ୍ଠାନରେ ପରିଣତ ହେବାର ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଥିଲା ।

Mo sapath

Leave A Reply

Your email address will not be published.