[pj-news-ticker]

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

ଜିଲ୍ଲାର ୬୪.୪୨ ପ୍ରତିଶତ ପାସ ହାର

0

ବାରିପଦା(ନିରପେକ୍ଷ ଖବର) ତା-୧୨/୦୮-ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ପକ୍ଷରୁ ଯୁକ୍ତ ୨ ବିଜ୍ଞାନର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଉତ୍ତର ଓଡ଼ିଶା ଜୋନର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାସ ହାର ୭୧.୭ ପ୍ରତିଶତ ରହିଛି।ତେବେ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ୬୪.୪୨ ପ୍ରତିଶତ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲାର ୮୪.୨୬, କେନ୍ଦୁଝର ଜିଲ୍ଲାର ୫୩.୨୯ ଓ ଭଦ୍ରକ ଜିଲ୍ଲାର ୭୫.୩୧ ପ୍ରତିଶତ ରହିଥିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶା ଜୋନ ଉପ ସଚିବ ଜୟଦେବ ପାରାମାଣିକ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାର ସମୁଦାୟ ୭୭ ଟି ପରୀକ୍ଷା କେନ୍ଦ୍ରରେ ୫୩୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୩୪୨୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେଥିରୁ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ୧୦୧୫ଜଣ ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୨୩୭ଜଣ , ତୃତୀୟ ଶ୍ରେଣୀରେ ୧୧୩୯ଜଣ ଓ ୩୨ଜଣ କମ୍ପାଟମେଟାଲରେ ପାସ କରିଥିବାର ସୂଚନା ପ୍ରଦାନ କରାଯାଇଛି। ବହୁ ଘାତ ପ୍ରତିଘାତ ମଧ୍ୟରେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିଥିବା ବେଳେ ରେଜଲ୍ଟ ମଧ୍ୟ ବେଶ୍‌ ଉତ୍ସାହଜନକ ରହିଛି। ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାବଦରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶା ଜୋନ କାର୍ଯ୍ୟାଳୟ,ବାରିପଦା ପକ୍ଷରୁ ଏକ ବିବରଣୀ ପ୍ରଦାନ କରାଯାଇଛି।
ତେବେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଠାରେ ଥିବା ବ୍ରିଲିଆନସ୍ ସାଇନ୍ସ କଲେଜରେ ଚଳିତ ବର୍ଷ ୩ଜଣ ଛାତ୍ରଛାତ୍ରୀ ଫର୍ମ ଫିଲୋପ କରିଥିବା ବେଳେ କେହି ଜଣେ ହେଲେ ପରୀକ୍ଷା ଦେଇନଥିବାରୁ ଜିରୋ ରେଜଲ୍ଟ ଆସିଛି।

Advertising:

Leave A Reply

Your email address will not be published.