Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ

0

ବାରିପଦା(ନିରପେକ୍ଷ ଖବର) ତା-୧୪/୦୮-ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ। ଏ କଥା କହିବାର କାରଣ କଣ ଆପଣମାନେ ଜାଣିଛନ୍ତି ତ ! ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲାର ବିଜେଡି ନେତାଙ୍କର ମହାମାରୀ କରୋନା ସଂକ୍ରମଣ ରୋକିବାର ପ୍ରୟାସ କଥା । ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ହେଲେ ମୟୁରଭଞ୍ଜରେ ବିଜେଡି ଦଳର ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକୁ ତିଳେ ହେଲେ ଖାତିରି କରିବାକୁ ନାରାଜ। କରୋନା କଟକଣାକୁ ଉଲଂଘନ କରି ଦଳୀୟ ନେତାମାନେ ଲୋକଙ୍କ ଠାରୁ ରକ୍ତ ଶୋଷିବାରେ ବ୍ୟସ୍ତ। ରାଜ୍ୟରେ ଘୋର ରକ୍ତ ଅଭାବକୁ ଦୃଷ୍ଟିରେ ରଖି ମୋ-ପରିବାର ଦ୍ୱାରା ରକ୍ତଦାନ ଶିବିର ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ହେଲେ ଏହି ନିର୍ଦ୍ଧେଶ ମାନିବାକୁ ନେତାମାନେ କିନ୍ତୁ କୁଂଥୁ କୁଂଥୁ । ଜିଲ୍ଲା ବିଜେଡି କାର୍ଯ୍ୟାଳୟ ତଥା ବିଜୁ ଭବନରେ କ୍ରାନ୍ତି ଦିବସରୁ ଆରମ୍ବ ହୋଇଥିବା ରକ୍ତଦାନ ଶିବିରରେ ନା ଥିଲା ସାମାଜିକ ଦୂରତା ନା କେହି କରୋନା କଟକଣାକୁ ମାନିଥିଲେ। ଖୋଲାଖୋଲି ଉଲଂଘନ କରି ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟଭାଜନ ହେବାକୁ ଅପପ୍ରୟାସ ଜାରି ରଖିଛନ୍ତି। ସୂଚନାଯୋଗ୍ୟ,ଗତ କିଛିଦିନ ତଳେ ମୟୁରଭଞ୍ଜ ଜିଲ୍ଲାର ଦଳର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ(ବବି) ନିଜର ଜନ୍ମଦିନକୁ ବାରିପଦାରେ ପାଳନ କରିଥିଲେ। ସେଥିରେ ସେ ସାମାଜିକ ଦୂରତାକୁ ଭୃକ୍ଷେପ ନ କରି ବେଶ ହସ ଉଲ୍ଲାସରେ ଏହାକୁ ପାଳିଥିଲେ। ଯାହା ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା। ତଥାପି ଚେତିଲେନି ନେତା। ଜିଲ୍ଲା ପ୍ରଶାସନ ମଧ୍ୟ୍ୟ ଏ ଏବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେନି। ତେବେ ସ୍ଥାନୀୟ ବିଜୁ ଭବନ ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଦଳର ବରିଷ୍ଠ ନେତା,ଛାତ୍ର ନେତା, ଯୁବ ନେତା ଓ ମହିଳା ନେତ୍ରୀମାନେ ଏହାକୁ ଖୁଲମଖୁଲା ଉଲଘଂନ କରିଥିଲେ। ରକ୍ତଦାନ କାର୍ଯ୍ୟକ୍ରମରେ କେହି ସାମାଜିକ ଦୂରତ୍ବ ରଖିନଥିବା ବେଳେ ମାସ୍କ ମଧ୍ୟ କେହି ବ୍ୟବହାର କରି ନ ଥିଲେ। ତେବେ ମୟୁରଭଞ୍ଜରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ବିଜୁ ଜନତା ଦଳର କର୍ମୀ ଓ ନେତାମାନେ କରୋନା କଟକଣାକୁ ଭାଙ୍ଗି ଚାଲିଛନ୍ତି। ହେଲେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ସାଧାରଣରେ ଆଲୋଚନା ହେଉଛି।

Advertising:
Mo sapath

Leave A Reply

Your email address will not be published.