ବାରିପଦା(ନିରପେକ୍ଷ ଖବର)ତା-୦୫/୦୫-ଲକ ଡାଉନ ପାଇଁ ମୟୁରଭଞ୍ଜ ଜିଲ୍ଲା ସମେତ ରାଜ୍ୟର ଅନେକ ଛାତ୍ରଛାତ୍ରୀ ଓ ଲୋକମାନେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ତେବେ ରାଜ୍ୟ ସରକାର ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ମୟୁରଭଞ୍ଜ ଜିଲ୍ଲାର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ରାଜସ୍ଥାନ କୋଟା ଯାଇଥିଲେ। ହେଲେ ସାରା ଦେଶ ଲକ ଡାଉନ ରହିଥିବାରୁ କୋଟାରେ ଶତାଧିକ ଛାତ୍ରଛାତ୍ରୀ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ବାରିପଦାରୁ ଏକ ଘରୋଇ ବସ କୋଟା ଅଭିମୁଖେ ଯାତ୍ରା କରିଥିଲା। ରବିବାର ଅପରାହ୍ନରେ ଛାତ୍ରଛାତ୍ରୀଙ୍କୁ ନେଇ ସେଠାରୁ ବାହାରିଥିବା ସ୍ୱତନ୍ତ୍ର ବସ ମଙ୍ଗଳବାର ମୟୁରଭଞ୍ଜରେ ପହଁଚିଛି। ବସରେ ଛାତ୍ରଛାତ୍ରୀ ଓ ଅଭିବାବକଙ୍କୁ ମିଶାଇ ସମୁଦାୟ ୨୨ଜଣ ଆସିଥିବା ଜଣାପଡିଛି। ଛାତ୍ରଛାତ୍ରୀମାନେ ମୟୂରଭଞ୍ଜ ପହଞ୍ଚିବା ପରେ ସେମାନଙ୍କୁ ପୂର୍ବ ପ୍ରସ୍ତୁତ କୁଆରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଏଥି ସହିତ ବସରେ ଥିବା ଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ କ୍ୟାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି। ଓଡ଼ିଶାର ସରକାରଙ୍କର ଏଭଳି ପଦକ୍ଷେପକୁ ପ୍ରବାସୀ ଓ ରାଜସ୍ଥାନରୁ ଫେରିଥିବା ଛାତ୍ରଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post