Blank space
Blank space
Breaking News/ମୁଖ୍ୟ ଖବର:
ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ଓ ଓଡ଼ିଶା ଜଳବିଦ୍ୟୁତ ନିଗମ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓକାମ ନ କରି ଦେହରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କଲେମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswar
Blank space

ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ହେଲା ବାହାଘର।

0

ବାରିପଦା(ନିରପେକ୍ଷ ଖବର)ତା-୦୫/୦୫-ବାହାଘରରେ ପଡିଛି କରୋନା ପ୍ରଭାବ।ଲକ ଡାଉନ ଯୋଗୁଁ ମନ୍ଦିର କିମ୍ବା ମଣ୍ଡପରେ ବିବାହ ନିମନ୍ତେ ଅନୁମତି ନ ମିଳିବାରୁ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ବାହାଘର ସମ୍ପାଦନା ହେଲା। ନା ବାଜା ନା ରୋଷଣୀ ନା ବରଯାତ୍ରୀ ନିରାଡମ୍ବର ଭାବେ ବାହାଘର ହୋଇଥିଲା। କରୋନା କଟକଣା ଯୋଗୁଁ ଶେଷରେ ନିରାଡମ୍ବର ମଧ୍ୟରେ ପାଳନ ହୋଇଛି ଗଣମାଧ୍ୟମ ପ୍ରତିନିଧିଙ୍କ ବାହାଘର। ଲକ୍ ଡାଉନ୍ ଯୋଗୁଁ ହୋଇ ପାରିଲା ନାହିଁ ଧୁମଧାମରେ ବାହାଘର। କୋରାନା କଟକଣାକୁ ଦୃଷ୍ଟିରେ ରଖି ବର କନ୍ୟା ମୁହଁରେ ମାସ୍କ ପିନ୍ଧି ମାତ୍ର ସାତ ଜଣ ଲୋକଙ୍କ ଉପସ୍ଥିତି ରେ ସାମାଜିକ ଦୂରତା ବଜାୟ ରଖି ବିବାହ ସମ୍ପନ୍ନ ହୋଇଛି। ସୂଚନା ଅନୁଯାୟୀ ମୋରଡା ଥାନା ଚିତ୍ରଡା ଗ୍ରାମର ମହେନ୍ଦ୍ର ବେହେରାଙ୍କ ପୁତ୍ର ବିଶ୍ବ ବନ୍ଦନ ବେହେରାଙ୍କ ସହ ରାଇରଙ୍ଗପୁର ସହର ୱାର୍ଡ ନଂ ୧୦ ର ଗଣେଶ ପ୍ରଜାପତିଙ୍କ ଝିଅ ଅରୁଣା ପ୍ରଜାପତି ଙ୍କ ସହ ହାତଗଣ୍ଡି ପଡିଛି।ଜିଲ୍ଲା ପ୍ରଶାସନ ଏବଂ ପୋଲିସଙ୍କ ଠାରୁ ଅବଶ୍ୟକ ଅନୁମତି ମିଳିବା ପରେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ସ୍ନେହାଶିଷ ସାହୁ ଓ ମୋରଡା ବିଧାୟକ ରାଜ କିଶୋର ଦାସ ଙ୍କ ଉପସ୍ଥିତି ରେ ରାଇରଙ୍ଗପୁର ଏସଡିପିଓ ଙ୍କ କାର୍ଯ୍ୟାଳୟ ପରିସରରେ ନିରାଡମ୍ବର ସହକାରେ ବିବାହ ସମ୍ପନ୍ନ ହୋଇଛି। ନିରାଡ଼ମ୍ବରରେ ବାହାଘର ହୋଇଥିଲେ ମଧ୍ୟ ଉଭୟଙ୍କ ପରିବାର ବହୁତ ଖୁସି ଅଛନ୍ତି।

Mo sapath

Leave A Reply

Your email address will not be published.