Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଅଚାନକ ସତ୍ୟବାଦୀ ଥାନା ପରିଦର୍ଶନ..

0

ଭୁବନେଶ୍ୱର,ନିରପେକ୍ଷ ଖବର: ୧୫/୧୧/ ୨୦୧୯
ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଜି ସତ୍ୟବାଦୀ ଥାନା ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ପ୍ରଥମେ ଥାନା ବାହାରେ ଲାଗିଥିବା ‘ମୋ ସରକାର’ ବୋର୍ଡ ଦେଖିଥିଲେ । ପରେ ରିସେପ୍‌ସନ୍‌ ଡେସ୍କକୁ ଯାଇ ଏଠାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି ସେ ବିଷୟରେ ଦାୟିତ୍ୱରେ ଥିବା ପୋଲିସ୍‌ କର୍ମଚାରୀଙ୍କଠାରୁ ପଚାରି ବୁଝିଥିଲେ । ଏଥି ସହ ମନ୍ତ୍ରୀ ଅଭିଯୋଗର ରେଜିଷ୍ଟର ଦେଖିବା ସହ ଆଜି ହୋଇଥିବା ଅଭିଯୋଗ ରିପୋର୍ଟ ମାଗି ଦେଖିଥିଲେ । ମହିଳା ଅଭିଯୋଗକାରିଣୀଙ୍କ ଲାଗି ଥାନା ପକ୍ଷରୁ କିଭଳି ବ୍ୟବସ୍ଥା ହୋଇଛି ଜାଣିବାକୁ ଚାହିଁଥିଲେ । ଯଦି ମହିଳା ଜଣଙ୍କ ଯୌନ ନିର୍ଯାତନା ସଂପର୍କରେ କୌଣସି ଅଭିଯୋଗ ନେଇ ଆସିଥାନ୍ତି ତେବେ ତାଙ୍କୁ ନିଶ୍ଚିତ ଭାବେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ଦ୍ୱାରା କାଉନ୍‌ସେଲିଂ କରାଯାଇଥାଏ
ବୋଲି ଥାନା ଅଧିକାରୀ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଏଥି ସହିତ ମନ୍ତ୍ରୀ ଗତବର୍ଷ ତୁଳନାରେ ଚଳିତ ବର୍ଷ କେତେ ଅଭିଯୋଗ ଆସିଛି ତାର ହିସାବ ଥାନା ଅଧିକାରୀଙ୍କୁ ମାଗିଥିଲେ ।
ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ହାଜତ ବୁଲି ଦେଖିବା ସହ ହାଜର ଅପମୃତୁ୍ୟକୁ ପ୍ରୋତ୍ସାହିତ କରିବା ଭଳି କୌଣସି ସରଞ୍ଜାମ ଅଭିଯୁକ୍ତଙ୍କଠାରୁ ଦୂରେଇ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥି ସହ ନାଇଟ୍‌ ପାଟ୍ରୋଲିଂ ବ୍ୟବସ୍ଥା ଏବଂ ଥାନାରେ ସିସିଟିଭି ବ୍ୟବସ୍ଥାର ତଦାରଖ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫‘ଟି’ ସୂତ୍ର ଥାନାରେ କେତେ କାର୍ଯ୍ୟକାରୀ ହେଉଛି ସେ ସଂପର୍କରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ତଦାରଖ କରିଥିଲେ । ସମସ୍ତ ପୋଲିସ କର୍ମଚାରୀ ନିଜକୁ ସବୁବେଳେ ଫିଟ୍‌ ରଖିବା ପାଇଁ କହିବା ସହ ପ୍ରତ୍ୟେକ ସପ୍ତାହରେ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ପୂର୍ବତନ ବିଧାୟକ ତଥା ‘ମୋ କଲେଜ’ର ଉପଦେଷ୍ଟା ଶ୍ରୀ ଆକାଶ ଦାସ ନାୟକ ସ୍ଥାନୀୟ ସାଂସଦଙ୍କ ପ୍ରତିନିଧିଙ୍କ ସମେତ ଥାନା ଅଧିକାରୀ ଶକୁନ୍ତଳା ପତି ଏବଂ ଅନ୍ୟ ସମସ୍ତ ପୁଲିସ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.