ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୪/୦୫
ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ଓ ସାମାଜିକ ସୁବିଧାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ୍ ସହ ପେନସନ ବ୍ୟବସ୍ଥା କାର୍ଯ୍ୟକରୀ କରିବାକୁ ବିଭିନ୍ନ ମହଳରୁ ଦାବି ଉଠିଛି।

ସମାଜର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକମାନେ ଦିନରାତି ଜନସାଧାରଣଙ୍କ ସମସ୍ୟା ଓ ସରକାରୀ ବ୍ୟବସ୍ଥାକୁ ଲୋକମାନଙ୍କ ସମ୍ମୁଖରେ ଆଣୁଥିବାବେଳେ ଅନେକ ସମୟରେ ସେମାନେ ଧମକ, ଆକ୍ରମଣ ଓ ଅସୁରକ୍ଷିତ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଏକ କଡ଼ା ଆଇନ୍ ଆଣିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ସେହିପରି, ଦୀର୍ଘ ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ କାମ କରୁଥିବା ସାମ୍ବାଦିକମାନଙ୍କୁ ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା ଦେବା ପାଇଁ ପେନସନ ବ୍ୟବସ୍ଥା ଆରମ୍ଭ କରିବାକୁ ମଧ୍ୟ ଦାବି ହୋଇଛି।
ସାମ୍ବାଦିକ ସଂଗଠନ ଓ ବୁଦ୍ଧିଜୀବୀମାନଙ୍କ ମତାନୁସାରେ, ସ୍ୱାଧୀନ ଓ ସୁରକ୍ଷିତ ସାମ୍ବାଦିକତା ଗଣତନ୍ତ୍ରର ମୂଳ ଭିତ୍ତି। ତେଣୁ ସରକାର ଏହି ଦିଗରେ ତତ୍କାଳ ଓ ସକାରାତ୍ମକ ପଦକ୍ଷେପ ନେବେ ବୋଲି IJU ପକ୍ଷରୁ ଆଶା ପ୍ରକାଶ ପାଇଛି।

