Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଆଇସିଏଲ ଫିନକର୍ପ ପକ୍ଷରୁ ଓଡ଼ିଶାରେ ୧୩ଟି ତୂତନ ଶାଖା ଉଦ୍‌ଘାଟିତ

ଓଡ଼ିଶାରେ ସମୁଦାୟ ଶାଖା ସଂଖ୍ୟା ୩୫ରେ ପହଂଚିଛି

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୧୧ ଭାରତରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏନବିଏଫସି, ଆଇସିଏଲ ଫିନକର୍ପ ବର୍ତମାନ ଓଡ଼ିଶାରେ ୧୩ଟି ନୂତନ ଶାଖାର ଶୁଭାରମ୍ଭ କରିଛି । ଏହା ସହିତ ରାଜ୍ୟରେ ଏହାର ମୋଟ ଶାଖା ସଂଖ୍ୟା ୩୫ରେ ପହଂଚିଛି । ଗତ ଅଗଷ୍ଟରେ ଆଇସିଏଲ ଫିନକର୍ପ ଓଡ଼ିଶାରେ ଏହାର ପ୍ରବେଶର ପ୍ରଥମ ବାର୍ଷିକିର ପାଳନ କରିଥିଲା । ଓଡ଼ିଶାରେ ଶୁଭାରମ୍ଭ ହୋଇଥିବା ଏହି ନୂତନ ଶାଖାଗୁଡ଼ିକ ନୟାଗଡ଼, ଆସ୍କା, ଦିଗପହଣ୍ଡି, ଛତ୍ରପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ରାହାମା, ରଘୁନାଥପୁର, ଜଗତସିଂହପୁର, ଯାଜପୁର ରୋଡ଼, ଚଣ୍ଡିଖୋଲ, ଭଦ୍ରକ ଏବଂ ଡେଲାଙ୍ଗରେ ଉପସ୍ଥିତ ରହିଛି । ଆଇସିଏଲ ଫିନକର୍ପ ସିଏମଡି, ଆଡ୍‌ଭୋକେଟ ଶ୍ରୀ କେ.ଜି. ଅନିଲକୁମାର ଏହି ନୂତନ ଶାଖାଗୁଡ଼ିକର ଉଦ୍‌ଘାଟନ କରିଛନ୍ତି । ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅନେକ ସାମାଜିକ-ରାଜନୈତିକ ଏବଂ ସାଂସ୍କୃତିକ ମାନ୍ୟବର ବ୍ୟକ୍ତିଗଣ ଭାଗ ନେଇଛନ୍ତି ।

ନିଜର ପ୍ରଥମ ବାର୍ଷିକୀ ଉତ୍ସବର ଏକ ଅଂଶ ଭାବରେ ଆଇସିଏଲ ଫିନକର୍ପ ନିଜର ଗ୍ରାହକମାନଙ୍କ ପାଇଁ ଏକ ବାର୍ଷିକୀ ଧମାଲ ଲକି ଡ୍ର ଉପସ୍ଥାପନା କରିଛି । ଯେଉଁଥିରେ ଓଡ଼ିଶାର ଏହି ୩୫ଟି ଶାଖାରୁ ସୁନା ଋଣ ନେଉଥିବା ଗ୍ରାହକମାନେ ୧୦ଟି ସୁନା ମୁଦ୍ରା ଜିତିବାର ସୁଯୋଗ ପାଇପାରିବେ । ଅନ୍ୟ ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନରୁ ସୁନା ଋଣ ସ୍ଥାନାନ୍ତର କରିଥିବା ଗ୍ରାହକମାନେ ମଧ୍ୟ ଏହି ଅଫର ଉପଭୋଗ କରିପାରିବେ । ଆସନ୍ତା ଜାନୁଆରୀ ୧ ତାରିଖରେ ଏହି ଡ୍ରର ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ ।

Blank space

ଗତ ୩୧ ବର୍ଷ ମଧ୍ୟରେ ଆଇସିଏଲ କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଓଡ଼ିଶାରେ ଥିବା ୩୦୦ରୁ ଅଧିକ ଶାଖା ସହିତ ଭାରତରେ ଏକ ପ୍ରମୁ୍‌ଖ ଆର୍ଥିକ ସଂଗଠନ ହୋଇପାରିଛି । ଆଇସିଏଲ ଫିନକର୍ପ କ୍ରମାଗତ ଭାବରେ ଲୋକଙ୍କୁ ସୁନାଋଣ, ଭଡ଼ା କ୍ରୟ ଋଣ, ଯାନବାହନ ଋଣ, ନିବେଶ ବିକଳ୍ପ, ଟଙ୍କା ସ୍ଥାନାନ୍ତର, ବୈଦେଶିକ ନିବେଶ, ବ୍ୟବସାୟ ଋଣ, ଗୃହ ବୀମା, ସ୍ୱାସ୍ଥ୍ୟ ବୀମା, ଯାନବାହନ ବୀମା ସହିତ ସର୍ବୋତମ ସେବା ପ୍ରଦାନ କରୁଛି । ଆଇସିଏଲ ଗ୍ରୁପ ଅଫ କମ୍ପାନୀଗୁଡ଼ିକରେ ପର୍ଯ୍ୟଟନ ଏବଂ ଭ୍ରମଣ, ଫ୍ୟାଶନ, ସ୍ୱାସ୍ଥ୍ୟ ନିଦାନ ଏବଂ ଚାରିଟେବୁଲ ଟ୍ରଷ୍ଟ ସହିତ ଅନେକ ସଫଳ ଉଦ୍ୟମ ମଧ୍ୟ ରହିଛି ।

ଏହାର ସିଏମଡି ଶ୍ରୀ କେ.ଜି ଅନିଲକୁମାରଙ୍କ ଦୂରଦୃଷ୍ଟିସମ୍ପର୍ଣ୍ଣ ନେତୃତ୍ୱ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ଥାପତି ମାନଦଣ୍ଡର ଅନୁପାଳନ କରି ଆଇସିଏଲ ଫିନକର୍ପ ଓଡ଼ିଶାର ଗ୍ରାହକମାନଙ୍କୁ ସର୍ବୋତମ ସୁଧହାର ଏବଂ ବାଧାମୁକ୍ତ ତଥା ଦ୍ରୁତ ଋଣ ପ୍ରକ୍ରିୟାକରଣ ଯୋଗାଇଦେଇ ସେମାନଙ୍କ ବିଶ୍ୱାସ ହାସଲ କରିପାରିଛି । ଓଡ଼ିଶାରେ ଏହି ନୂତନ ଶାଖା ସହିତ ଆଇସିଏଲ ଓଡ଼ିଶାବାସୀଙ୍କୁ ଉନ୍ନତ ସେବା ପ୍ରଦାନ କରିବା ଏବଂ ସାରା ଭାରତରେ ଏକ ମହାନ ଉପସ୍ଥିତି ସୃଷ୍ଟି କରିବା ପାଇଁ ଆଶାବାଦୀ ରହିଛି ।

Mo sapath

Leave A Reply

Your email address will not be published.