Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ରାଜ୍ୟରେ ହୋମ୍ ଡେଲିଭରି ହେବ ମଦ ! ଯୋଜନା ସ୍ଥିର କରୁଛନ୍ତି ସରକାର

0

*ଭୁବନେଶ୍ୱର, ନିରପେକ୍ଷ ଖବର: ୨୧/୫*:  ଲକ୍ଡାଉନ୍ ପରଠାରୁ  ରାଜ୍ୟରେ ବିଭିନ୍ନ ସରକାରୀ ମଦ ଦୋକାନ ଏବଂ ବାର୍ ଗୁଡିକ ବନ୍ଦ ରହିଛି । ଏହି ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ରେ ମଦ ଦୋକାନ ଖୋଲିବା ପାଇଁ ଯୋଜନା ଆରମ୍ଭ ହୋଇଛି । ମଦ ଦୋକାନ ଖୋଲିବେ କି ନାହିଁ  ଏନେଇ ଏବେ ବି ସରକାର ଦୋଛକିରେ ଥିବା କୁହାଯାଉଛି । ଅନ୍ୟପକ୍ଷରେ ନକଲି ମଦ କାରବାରକୁ ବନ୍ଦ କରିବା ଓ ମଦ ମୃତ୍ୟୁ ଆଶଙ୍କାକୁ ଦୁରାଇବା  ପାଇଁ ଅନ୍ ଲାଇନ୍ ରେ ମଦ ବିକ୍ରି କରିବା ପାଇଁ  ନିକଟରେ ସୁପ୍ରିମ୍ କୋର୍ଟ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଦିଲ୍ଲୀ, କର୍ଣ୍ଣାଟକ ଆଦି ବିଭିନ୍ନ ରାଜ୍ୟରେ ଅନ୍ ଲାଇନ୍ ମାଧ୍ୟମରେ  ମଦ ହୋମ୍ ଡେଲିଭରି ହେଉଛି । ୨ ମାସରୁ ଅଧିକ ସମୟ ହେଇଯିବ ରାଜ୍ୟରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବା ଦ୍ୱାରା ସରକାରଙ୍କର ବିପୁଳ ରାଜସ୍ୱ ହାନି ହୋଇଛି । ରାଜସ୍ୱ ଭରଣା ଓ ଲକ୍ ଡାଉନ୍ ସମୟରେ ମଦ ଦୋକାନରେ ଗହଳି ଆଦି ସମସ୍ୟାକୁ ଦୃଷ୍ଟିରେ ରଖି ହଠାତ୍ ମଦ ଦୋକାନ ଗୁଡ଼ିକୁ ନଖୋଲି ଅନ୍ ଲାଇନ୍ ମାଧ୍ୟମରେ ମଦ କାରବାର କରିବା ପାଇଁ ରାଜ୍ୟ ସରକାର ଏବେ ଯୋଜନା କରିଛନ୍ତି । ଏଥି ପାଇଁ ଜିଲ୍ଲା ଅବକାରୀ ବିଭାଗ ଠାରୁ ମତାମତ ମଧ୍ୟ ନିଆଯାଇଥିବା ସୂଚନା ମିଳିଛି । ଅନ୍ ଲାଇନ୍ ରେ ମଦ ହୋମ୍ ଡେଲିଭେରି ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ବହୁତ ଶୀଘ୍ର ଏ ସମ୍ପର୍କରେ ସରକାର ଏକ ନିର୍ଦ୍ଦେଶଦେଇ ପାରନ୍ତି ବୋଲି ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ମଦ ଚାହିଦା ଓ ବିକ୍ରିକୁ ଲକ୍ଷ୍ୟ ରଖି ସରକାର ଦୋକାନ ଖୋଲିନଥିଲେ ମଧ୍ୟ ଏବେ ମଦ ପ୍ରସ୍ତୁତ ପାଇଁ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମଦ ପ୍ରସ୍ତୁତ ଚାଲିଥିବାରୁ ଆଗକୁ ରାଜ୍ୟରେ ମଦ ଦୋକାନ ଖୋଲିବାର ସମ୍ଭାବନା ରହିଛି । କିନ୍ତୁ ଗହଳି ଓ ଆଇନ୍  ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସରକାର ମଦ ଦୋକାନ ନଖୋଲି ଅନ୍ ଲାଇନ୍ ମାଧ୍ୟମରେ ମଦ ବିକ୍ରି ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । ଅନ୍ଲାଇନ୍ ମଦ ବିକ୍ରିକୁ ରାଜ୍ୟରେ କେତେକ ବ୍ୟବସାୟୀ ପ୍ରଥମେ ଇଚ୍ଛା ପ୍ରକାଶ କରିନଥିଲେ । ମାତ୍ର ଏବେ କେତେକ ବ୍ୟବସାୟୀ ଅନ୍ଲାଇନ୍ ମଦ ବିକ୍ରି ପାଇଁ ରାଜି ହୋଇଛନ୍ତି।

Mo sapath

Leave A Reply

Your email address will not be published.