ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୯/୦୫ : ସ୍ଥାୟୀ ନିଯୁକ୍ତି ଦାବିରେ ଅଲ୍ ଓଡ଼ିଶା ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘ ଆସନ୍ତା ୭ ଜୁନ୍ର
ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୋମବାର ଦିନ ଭୁବନେଶ୍ବରସ୍ଥିତ ବୁଲନ ଭାଇ ସେବା ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ
ସଂଘର ଆବାହକ ବିଜୟଲକ୍ଷ୍ମୀ ଗୌଡ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦିକା ଅଞ୍ଜନା
ବାରିକ, ସୁଶ୍ରୀ ସାମନ୍ତରାୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଦୁଃଖ ଓ ପରିତାପର ବିଷୟ ଯେ ସ୍ଥାୟୀ ନିଯୁକ୍ତି ଦାବିରେ ମିହଳା ଶିଶୁ
ବିକାଶ ପରିଦର୍ଶିକାମାନେ ପୂର୍ବରୁ ୦୮.୧୧.୨୦୨୧ରେ ଖରାବର୍ଷାକୁ ଖାତିର ନକରି ପ୍ରାୟ ଏକମାସ ଧରି ମହାତ୍ମା ଗାନ୍ଧୀ ମାର୍ଗରେ
ଆନ୍ଦୋଳନ କରିଥିଲେ । ରାଜ୍ୟ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜୁ ସାମ୍ମୁଖ୍ୟ ତଥା କଟକ ମେୟର ସୁବାସ
ସିଂଙ୍କ ଉପସ୍ଥିତିରେ ତିନିମାସ ଭିତରେ ସୁୟୀ କରାଯିବ ବୋଲି ମହିଳା ପରିଦର୍ଶିକାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତିକୁ ରକ୍ଷା କରି ମହିଳା
ପରିଦର୍ଶକମାନେ ଆନ୍ଦୋଳନକୁ ସୁଗିତ ରଖୁଥିଲେ । ମାତ୍ର ଏକବର୍ଷରୁ ଉର୍ଦ୍ଧ୍ବ ସମୟ ଅତିବାହିତ ହୋଇଥିଲେ ମଧ୍ୟ ପ୍ରତିଶ୍ରୁତି ପ୍ରତାରଣାରେ
ପରିଣତ ହୋଇଛି । ଏହାପରେ ମହିଳା ପରିଦର୍ଶିକାଙ୍କ ଏକ ସ୍ଵତନ୍ତ୍ର ଦଳ ଗତ ତା ୧୭.୧୦.୨୦୨୨ରିଖରେ ତତ୍କାଳୀନ ମୁଖ୍ୟ ଶାସନ
ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ର ଓ ବିଭାଗୀୟ ସଚିବ ଶ୍ରୀମତୀ ଶୋଭା ଶର୍ମାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ଦାବି ଅନୁଯାୟୀ ରାଜ୍ୟ
ସରକାର ଏ ପର୍ଯ୍ୟନ୍ତ ସ୍ଥାୟୀ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ସରକାରଙ୍କ ସମସ୍ତ କାର୍ଯ୍ୟଭାର ଠିକା ପରିଦର୍ଶିକାମାନେ
ଦୀର୍ଘ ୧୫ ବର୍ଷ ଧରି ସୁରରୁ ରୂପେ ସମ୍ପାଦନ କରି ଆସୁଛନ୍ତି । ସରକାର ସମସ୍ତ ବିଭାଗର ଠିକା କର୍ମଋରୀମାନଙ୍କୁ ସ୍ଥାୟୀ କରିଥିବା ବେଳେ
ମହିଳା ଠିକା ପରିଦର୍ଶିକାମାନେ ସ୍ଥାୟୀ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି । ବର୍ତ୍ତମାନ ଶିଶୁ ବିକାଶ ବିଭାଗର ମହିଳା ଠିକା ପରିଦର୍ଶିକାମାନେ
ପଛୁଆବର୍ଗ ସର୍ଭେରେ ନିୟୋଜିତ ହୋଇ ସୁଖରୁ ରୂପେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ଆସନ୍ତା ଜୁନ୍ ମାସ ୬ ତାରିଖ ସୁଦ୍ଧା ମହିଳା ପରିଦର୍ଶିକାମାନଙ୍କୁ ସ୍ଥାୟୀ କରିବା ପାଇଁ ଘୋଷଣା ନ କରନ୍ତି, ତେବେ ବାଧ୍ୟ ହୋଇ
ଠିକା ମହିଳା ପରିଦର୍ଶିକାମାନେ ନ୍ୟାର୍ଯ୍ୟ ଦାବି ନେଇ ଜୁନ୍ ୭ ତାରିଖରୁ ମହାତ୍ମା ଗାନ୍ଧୀ ମାର୍ଗରେ ଗଣଧାରଣା ଦେବେ ବୋଲି ଶ୍ରୀମତୀ ଗୌଡ଼
ସୂଚନା ଦେଇଛନ୍ତି |
