Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଓଡିଶା ମୋ ପରିବାର ପକ୍ଷରୁ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ…

କ୍ରାନ୍ତି ଦିବସ (ଅଗଷ୍ଟ ୯ ତାରିଖରୁ) ରୁ ସ୍ବାଧୀନତା ଦିବସ (ଅଗଷ୍ଟ ୧୫ ତାରିଖ)ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ରକ୍ତଦାନ କାର‌୍ୟ୍ୟକ୍ରମ....

0

ଭୁବନେଶ୍ୱର ନିରପେକ୍ଷ ଖବର:ତା ୦୫/୦୮“ଓଡିଶା ମୋ ପରିବାର-ଜୀବନ ବିନ୍ଦୁ”ର ଏକ ସ୍ବତନ୍ତ୍ର ଅଭିଯାନ ଆଗାମୀ ଅଗଷ୍ଟ ୯ ତାରିଖ (କ୍ରାନ୍ତି ଦିବସ)ରୁ ଅଗଷ୍ଠ ୧୫ ତାରିଖ (ସ୍ବାଧୀନତା ଦିବସ) ପର୍ଯ୍ୟନ୍ତ କରାଯିବ। ବର୍ତ୍ତମାନ କରୋନା ମହାମାରୀର ଜଟିଳମୟ ସ୍ଥିତିରେ ରାଜ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ସଂଗ୍ରହ ହାର କମିଯାଇ ଥିବା ଉଦବେଗର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ରକ୍ତ ଆବଶ୍ୟକ କରୁଥିବା ବିଭିନ୍ନ ରୋଗୀ ଏବଂ ବିଶେଷ କରି ଥାଲାସେମିଆ, ସିକିଲସେଲ୍, ହେମୋଫିଲିଆ ରୋଗୀମାନେ ବିକଳ୍ପ ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ “ଓଡିଶା ମୋ ପରିବାର-ଜୀବନ ବିନ୍ଦୁ” ତରଫରୁ ଓଡିଶା-ମୋ ପରିବାର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସହ ମୁଖ୍ୟ ସଂଯୋଜକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତି ।
ରାଜ୍ୟରେ ପାଖାପାଖି ୨ଲକ୍ଷ ୟୁନିଟ୍ ରକ୍ତ ସ୍ବେଚ୍ଛାକୃତ ରକ୍ତଦାନ ମାଧ୍ୟମରେ ବିଭିନ୍ନ ସଂଗଠନ ମାନଙ୍କରୁ ସଂଗୃହୀତ ହୋଇଥାଏ । ଏଥିରେ “ଜୀବନ ବିନ୍ଦୁ”ର ଉଲ୍ଲେଖନୀୟ ଯୋଗଦାନ ରହିଛି । କରୋନା ମହାମାରୀର ଜଟିଳମୟ ପରିସ୍ଥିତିରେ ଏପ୍ରିଲ୍ ଏବଂ ତା’ ପରଠାରୁ ସ୍ବେଚ୍ଛାକୃତ ରକ୍ତଦାନ ସଂଗ୍ରହ ହାର କମି କମି ଆସିବା ପରିଲକ୍ଷିତ ହେଉଛି ଓ ଜୁନ୍, ଜୁଲାଇରେ ଏହା ଉତ୍କଟ ପରିସ୍ଥିତିରେ ପହଞ୍ଚିଛି ବୋଲି ରାଜ୍ୟର ୫୬ଟି ସରକାରୀ ଓ ରେଡକ୍ରସ୍ ରକ୍ତଭଣ୍ଡାର ତଥା ୭ଟି ବେସରକାରୀ ରକ୍ତଭଣ୍ଡାର ସୂତ୍ରରୁ ଜଣାଯାଏ । ତେଣୁ ବର୍ତ୍ତମାନର ପରିସ୍ଥିତିରେ ଏହି ଅଭାବ ବୋଧକୁ ଅନେକାଶଂରେ ପୂରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ “ଓଡିଶା ମୋ ପରିବାର-ଜୀବନ ବିନ୍ଦୁ” ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି ମର୍ମରେ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମକୁ ରାଜ୍ୟର ୩୦ଟି ଜିଲ୍ଲାରେ ସଫଳ କରିବା ପାଇଁ ସ୍ଥାନୀୟ ବିଧାୟକ, ସାଂସଦ, ଜନ ପ୍ରତିନିଧି ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସଂଗଠନମାନଙ୍କୁ ସାମିଲ ହେବା ପାଇଁ “ଓଡିଶା-ମୋ ପରିବାର” ତରଫରୁ ଅନୁରୋଧ କରାଯାଉଛି । ସ୍ଥାନୀୟ ଜିଲ୍ଲା ଓ ସ୍ବାସ୍ଥ୍ୟ ପ୍ରଶାସନର ଅନୁମତି କ୍ରମେ କୋଭିଡ୍ ସ୍ଥିତିରେ ଥିବା ନିୟମାବଳୀର ଅନୁପାଳନ କରି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ” ଓଡିଶା-ମୋ ପରିବାର” ତରଫରୁ ପରାମର୍ଶ ଦିଆଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଏହି ସପ୍ତାହବ୍ୟାପୀ ରକ୍ତଦାନ କାର‌୍ୟ୍ୟକ୍ରମରେ ପ୍ରାୟ ୧୦ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ ରଖାଯାଇଛି । ଗଞ୍ଜାମ ଭଳି ଜିଲ୍ଲାରେ ପ୍ରତିକୂଳ ପରିସ୍ଥିତିରେ ରକ୍ତର ଅଭାବ ଦୂର କରିବା ପାଇଁ ‘ ଓଡିଶା-ମୋ ପରିବାର’ ତରଫରୁ ପ୍ରତିଦିନ ରକ୍ତ ସଂଗ୍ରହ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି । ଯାଜପୁର ଟାଉନରେ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ଇତି ମଧ୍ୟରେ ୬୦ଟି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ସାରିଲାଣି । କଟକ ସହରରେ ରକ୍ତର ଅଭାବ ଦୂର ପାଇଁ ଛାତ୍ର ସଂଗଠନ ତରଫରୁ ଏକ ସପ୍ତାହବ୍ୟାପୀ ରକ୍ତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇ ୫୮୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । କୋଭିଡ୍ ପରିପ୍ରେକ୍ଷୀରେ ରକ୍ତଭଣ୍ଡାରର ଉତ୍କଟ ଅବାବକୁ ଲକ୍ଷ କରି ଓଡିଶାର ନୂଆପଡା, ଦେବଗଡ, ମୟୂରଭଞ୍ଜ, ସମ୍ବଲପୁର, ବରଗଡ ଇତ୍ୟାଦି ବିଭିନ୍ନ ପ୍ରାନ୍ତରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।
“ରକ୍ତଦାନ, ମହତ୍ ଦାନ”, ତେଣୁ ସାମ୍ପ୍ରତିକ ସ୍ବେଚ୍ଛାକୃତ ରକ୍ତଦାନ ସ୍ଥିତିରେ ସଂପୃକ୍ତ ରକ୍ତଦାତାମାନଙ୍କୁ ଆଗେଇ ଆସିବା ପାଇଁ ଅନୁରୋଧ କରାଯାଉଛି ।

Mo sapath

Leave A Reply

Your email address will not be published.