Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବହୁଚର୍ଚ୍ଚିତ ଶିଶୁ ଅଦଳ ବଦଳ ଘଟଣା

ଜିଲ୍ଲା ଦୈରାଜଜ ଦେଲେ ଗୁରତ୍ୱପୂର୍ଣ୍ଣ ରାୟ

0

* ମାଆ ରଇବାରୀଙ୍କ କୋଳକୁ ଫେରିବା ପାଇଁ ମାନ୍ୟବର କୋର୍ଟଙ୍କ ରାୟ

ବାରିପଦା(ନିରପେକ୍ଷ ଖବର) ତା-୦୩/୦୯– ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଘଟଣା ସାମ୍ନାକୁ ଆସିଥିଲା। ମାଆ ନିଜର ଜନ୍ମିତ ଶିଶୁକୁ ପାଇବାକୁ ୪ ମାସ ଧରି ନ୍ୟାୟିକ ସଂଘର୍ଷ ପରେ ନ୍ୟାୟ ପାଇଲା। ଏହି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲର ବହୁଚର୍ଚ୍ଚିତ ପିଲା ଅଦଳ ବଦଳ ଘଟଣାର ଆଜି ମୟୂରଭଞ୍ଜ ଜିଲ୍ଲା ଦୈରାଜଜଙ୍କ ଗୁରତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଡିଏନଏ ରିପୋର୍ଟ ଆଧାରରେ ଏହି ରାୟ ପ୍ରଦାନ କରାଯାଇଛି। ଶେଷରେ ୪ ମାସ ଧରି ଡାକ୍ତରଖାନାରେ ଥିବା ଶିଶୁ ପୁତ୍ର ମାଆ କୋଳକୁ ଫେରିବା ପାଇଁ ମାନ୍ୟବର କୋର୍ଟଙ୍କ ରାୟ ପ୍ରଦାନ କରିବା ପରେ ମାଆ ରଇବାରୀ ସିଂ ମୁହଁରେ ହସ ଫୁଟିଛି।ସୂଚନା ଅନୁଯାୟୀ ଗତ ଏପ୍ରିଲ ୨୬ ତାରିଖରେ ବାରିପଦା ସଦରଥାନା ଅନ୍ତର୍ଗତ ଜାମବଣି ଗ୍ରାମର କାର୍ତ୍ତିକ ସିଂ ଙ୍କର ସ୍ତ୍ରୀ ରଇବାରୀ ଙ୍କୁ ପ୍ରସବ ବେଦନା ହେବାରୁ ବାରିପଦା ସ୍ଥିତ ପି ଆର ଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲ ରେ ଭର୍ତ୍ତି କରିଥିଲେ । ଏହାପରେ ରଇବାରୀ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ନବଜାତ ଶିଶୁଟି ଜନ୍ମ ସମୟରେ ଅସୁସ୍ଥ ଥିବାରୁ ତାକୁ ଡାକ୍ତରଖାନାର ଏସ ଏନ ସି ୟୁ ବିଭାଗ ରେ ଭର୍ତ୍ତି କରାଯାଇଥିଲା । ତେବେ ମେ ୦୫ ତାରିଖରେ ଶିଶୁଟି ସୁସ୍ଥ ହୋଇଯିବାରୁ ହସପିଟାଲରୁ ମା ଓ ଛୁଆ କୁ ଡିସଚାର୍ଜ କରାଯାଇଥିଲା । ତେବେ ମେ ୧୧ ତାରିଖ ଦିନ ଶିଶୁଟିକୁ କିଛି ଟିକା ଦେବାର ବାକି ଅଛି ବୋଲି କହି ଆଶାକର୍ମୀ ଙ୍କୁ ଫୋନ ମାଧ୍ୟମରେ ଏସ ଏନ ସି ୟୁ କୁ ବିଭାଗୀୟ କର୍ମଚାରୀ ଡକାଇଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ଶିଶୁ କୁ ଏସ ଏନ ସି ୟୁ ବିଭାଗର ନର୍ସ ମାନେ ଟୀକା ଦେବା ବାହାନା ରେ ଭିତର କୁ ନେଇ ଯିବାର କିଛି ସମୟ ପରେ ନର୍ସ ଜଣଙ୍କ ଶିଶୁ ଟି ମରିଯାଇଛି ବୋଲି କହିଥିଲେ। ତେବେ ଦୁଇଜଣ ମା ଙ୍କ ନାମ ସମାନ ଥୁବାରୁ ଏ ଭଳି ଶିଶୁ ଅଦଳ ବଦଳ ହୋଇଛି ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ ମାନିବା ସହ ଡି ଏନ ଏ ଟେଷ୍ଟ ପରେ ସମସ୍ୟା ସମାଧାନ ହେବ ବୋଲି କହିଥିଲେ। ତେବେ ନିଜ ଶିଶୁକୁ ନେବାକୁ ଦାବି କରି ବାରିପଦା ସଦର ଥାନା ଜାମବଣି ଗ୍ରାମର ଉତ୍ତ୍ୟକ୍ତ ଲୋକ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଭଙ୍ଗାରୁଜା ମଧ୍ୟ କରିଥିଲେ।

Mo sapath

Leave A Reply

Your email address will not be published.