Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ସରକାରି ଯୋଜନା କାହା ପାଇଁ ?

ମିଳୁନି 'ଆବାସ',ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

0

*ବିକାଶ ରାସ୍ତାରେ ଓଡିଶା ଆଗକୁ ଆଗକୁ ଚାଲିଛି ତଥାପି ବିକାଶ ପାଖରେ ପହଞ୍ଚିବାକୁ ଆହୁରି ଯେମିତି ଅନେକ ବାଟ ବାକି ରହିଛି….

(ନିଆଳି):ନିରପେକ୍ଷ ଖବର : ବିଭିନ୍ନ ସ୍ଥାନରେ ଫେଲ୍ ମାରିଛି ଆବାସ ଯୋଜନା।ଆବାସ ଯୋଜନାରେ ସରକାର ଘରଟିଏ ଯୋଗାଇ ଦେଉ ନାହାନ୍ତି । ଏଭଳି ଏକ ଅଭାବନିୟ ଘଟଣା ଦେଖିବାପାଇଁ ମିଳିଛି ନୀଆଳି ଅଞ୍ଚଳରେ।ଗୋଟିଏ ପରିବାରର ସଦସ୍ୟ ମାନେ କେତେବେଳେ ଭଙ୍ଗା କୁଡ଼ିଆରେ ତ ଆଉ କେତେବେଳେ ଜରି ପାଲ ତଳେ ଜୀବନ ବିତାଉଛନ୍ତି ।ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ଦେଶର ବିକାଶ କ୍ଷେତ୍ରରେ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଥିବା ବେଳେ । ମାଟି ଝାଟି ଭଙ୍ଗା କୁଡିଆକୁ ପକ୍କା ଘରରେ ପରିବର୍ତନ କରାଯିବାକୁ ପ୍ରୟାସ ଜାରି ରଖିଥିବା ସରକାର ଏହା କେବଳ କାଗଜ କଲମରେ ସୀମିତ ରହି ଯାଉଛି ।ଓଡିଶା ବିକାଶ କ୍ଷେତ୍ରରେ ଆଗକୁ ଯାଉଛି,ଆଜି ନୁହେଁ ବିଗତ ୪୦ ବର୍ଷ ହେଲାଣି ବିକାଶ ରାସ୍ତାରେ ଓଡିଶା ଆଗକୁ ଆଗକୁ ଚାଲିଛି ତଥାପି ବିକାଶ ପାଖରେ ପହଞ୍ଚିବାକୁ ଆହୁରି ଯେମିତି ଅନେକ ବାଟ ବାକି ରହିଛି ।ସରକାରୀ ଅଧିକାରୀ ମାନେ ଲୋକଙ୍କୁ ସାହାଯ୍ୟ କରିବାକୁ ଯିବା ନାଁରେ କେବଳ ଫୋଟୋ ଉଠେଇକି ସେମାଙ୍କର ପ୍ରଚାର ପ୍ରସାର କରୁଛନ୍ତି ,ବିପତ୍ତି ସମୟରେ ଦୁଖୀ ଗରିବ ଲୋକ ମାନଙ୍କ କଥା କିଏ ପଚାରେ ।ପ୍ରତ୍ୟକ ଦିନ ଜିଲ୍ଲା ,ବ୍ଲକ ଓ ତହସିଲ ସ୍ତରରେ ସରକାରୀ ଅଧିକାରୀ ମାନେ ଗରିବ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚାଇବା ର ଚିତ୍ର ସୋସିଆଲ ମିଡ଼ିଆ ରେ ଅପ୍ଲୋଡ କରି ବାହାବା ନେବାକୁ ଚାହୁଁଛନ୍ତି ।ଏହା କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ତିହୁଡ଼ି ଗ୍ରାମର ଏକ ଜ୍ୱଳନ୍ତ ଉଦାହରଣ ।ତିହୁଡ଼ି ଗ୍ରାମର ଉପେନ୍ଦ୍ର ରାଉତ ଙ୍କର ଜମି ବାଡ଼ି ବୋଲି କିଛି ନାହିଁ ,କୃଷି ଶ୍ରମିକ ଭାବେ ଜୀବନ କାଟୁଛନ୍ତି ପକ୍କା ଘର ଖଣ୍ଡେ ମଧ୍ୟ ନାହିଁ । ଭଙ୍ଗା କୁଡ଼ିଆରେ ତାଙ୍କର ଏକମାତ୍ର ପୁତ୍ର ଓ ସ୍ତ୍ରୀ କୁ ନେଇକି ଜୀବନ କାଟୁଛନ୍ତି ।ବାତ୍ୟା ଫନି ଓ ନିକଟରେ ହୋଇଥିବା ବାତ୍ୟା ଅଃମ୍ପନ ପ୍ରଭାବରେ ଘରର ଆଂଶିକ କ୍ଷତି ଘଟିଛି ।ଆଜି ପର୍ଯ୍ୟନ୍ତ ଘର ଭଙ୍ଗା ପାଇଁ ଆକଳନ କରିବାକୁ ଆସି ନଥିବା କହିଛନ୍ତି ଉପେନ୍ଦ୍ର ।ଉପେନ୍ଦ୍ର ରାଉତ ଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲୀ କରିବା ପାଇଁ ବହୁ ବାର ସରପଞ୍ଚ ଙ୍କ ନିକଟରେ ଆପତ୍ତି ଜଣାଇଥିଲେ ମଧ୍ୟ କେବଳ ପ୍ରତିଶୃତି ରେ ଆବାସ ଯୋଜନା ରହି ଯାଇଛି ।ବ୍ଲକ ପ୍ରଶାସନ ଙ୍କ ର ବହୁ ପ୍ରତିଶୃତି ମିଳିଥିଲେ ମଧ୍ୟ ଉପେନ୍ଦ୍ର ଙ୍କ ପରିବାର କୁ ଆଜି ପର୍ଯ୍ୟନ୍ତ ଯୋଜନା ରେ ସାମିଲୀ କରା ଯାଇ ପାରି ନାହିଁ ।ଜିଲ୍ଲାପାଳ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ବି ମିଳି ପାରିଲା ନାହିଁ ।ଉପେନ୍ଦ୍ର ଆଶା କରିଥିଲେ ପଂଚାୟତ ପକ୍ଷରୁ ଘର ଖଣ୍ଡେ ମିଳିବ ,ଘର ପାଇଁ ସରପଞ୍ଚ ଙ୍କୁ ବହୁବାର ଆପତ୍ତି ଅଭିଯୋଗ କରିଥିଲେ ,ବ୍ଲକ ରେ ବିଡ଼ିଓ ଙ୍କୁ ମଧ୍ୟ ଦେଖା କରି ଦୁଃଖ ଜଣାଇଥିଲେ ,ସମସ୍ତେ କହୁଛନ୍ତି ମିଳିବ ବୋଲି ହେଲେ ଆଜି ଯାଏ ମିଳି ପାରୁନି । ନିଜର ଆର୍ଥିକ ସମ୍ବଳ ବି ନାହିଁ ଘର ଖଣ୍ଡେ ତିଆରି କରି ରହିବାବାକୁ ।କେବଳ ଜରି ପଲା ଓ ଭଙ୍ଗା କୁଡିଆ କୁ ଭରସା କରି ପରିବାରଙ୍କୁ ଧରି ରହିଛନ୍ତି ଉପେନ୍ଦ୍ର । ବର୍ଷା ହେଲେ କୁଡିଆ ରୁ ପାଣି ପଡୁ ଥିବାରୁ ପିଲା ମାନଙ୍କୁ ଧରି ପଡୋଶୀ ଘର ବାରଣ୍ଡାକୁ ଆଶ୍ରା କରିବାକୁ ପଡୁଥିବା ତିହୁଡ଼ି ଗ୍ରାମ ର ଉପେନ୍ଦ୍ର ରାଉତ କହିଛନ୍ତି। ସରକାରଙ୍କ ପକ୍ଷରୁ ଘର ତିଆରି ପାଇଁ ସହାୟତା ଦିଆ ଯାଉଛି।ସର୍ବସ୍ବ ହରାଇ ଭଙ୍ଗା କୁଡିଆ ରେ ପଡ଼ିଥିବା ଆମକୁ କଣ ଏହି ସହାୟତା ମିଳି ପାରିବନି ବୋଲି ଉପେନ୍ଦ୍ର ଅତ୍ୟନ୍ତ କ୍ଷୋଭ ର ସହିତ କହିଛନ୍ତି ।ଭଙ୍ଗା କୁଡିଆ ତଳେ ଅତ୍ୟନ୍ତ ଦୟନୀୟ ସ୍ଥିତି ରେ ଦିନ କାଟୁଥିବା ଏହି ପରିବାର କୁ ଆବାସ ଯୋଜନାରେ ସାମିଲି କରିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ଜୋର୍ ଧରିଛି।ଉପେନ୍ଦ୍ର ରାଉତ ଙ୍କ ପରିବାରକୁ ସରକାରୀ ସ୍ତରରେ କେବେ ଘର ମିଳୁଛି ତାହା ଆଗାମୀ ଦିନରେ ଜଣା ପଡ଼ିବ।

Mo sapath

Leave A Reply

Your email address will not be published.