ବାରିପଦା(ନିରପେକ୍ଷ ଖବର)ତା-୦୫/୦୫-ବାହାଘରରେ ପଡିଛି କରୋନା ପ୍ରଭାବ।ଲକ ଡାଉନ ଯୋଗୁଁ ମନ୍ଦିର କିମ୍ବା ମଣ୍ଡପରେ ବିବାହ ନିମନ୍ତେ ଅନୁମତି ନ ମିଳିବାରୁ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ବାହାଘର ସମ୍ପାଦନା ହେଲା। ନା ବାଜା ନା ରୋଷଣୀ ନା ବରଯାତ୍ରୀ ନିରାଡମ୍ବର ଭାବେ ବାହାଘର ହୋଇଥିଲା। କରୋନା କଟକଣା ଯୋଗୁଁ ଶେଷରେ ନିରାଡମ୍ବର ମଧ୍ୟରେ ପାଳନ ହୋଇଛି ଗଣମାଧ୍ୟମ ପ୍ରତିନିଧିଙ୍କ ବାହାଘର। ଲକ୍ ଡାଉନ୍ ଯୋଗୁଁ ହୋଇ ପାରିଲା ନାହିଁ ଧୁମଧାମରେ ବାହାଘର। କୋରାନା କଟକଣାକୁ ଦୃଷ୍ଟିରେ ରଖି ବର କନ୍ୟା ମୁହଁରେ ମାସ୍କ ପିନ୍ଧି ମାତ୍ର ସାତ ଜଣ ଲୋକଙ୍କ ଉପସ୍ଥିତି ରେ ସାମାଜିକ ଦୂରତା ବଜାୟ ରଖି ବିବାହ ସମ୍ପନ୍ନ ହୋଇଛି।
ସୂଚନା ଅନୁଯାୟୀ ମୋରଡା ଥାନା ଚିତ୍ରଡା ଗ୍ରାମର ମହେନ୍ଦ୍ର ବେହେରାଙ୍କ ପୁତ୍ର ବିଶ୍ବ ବନ୍ଦନ ବେହେରାଙ୍କ ସହ ରାଇରଙ୍ଗପୁର ସହର ୱାର୍ଡ ନଂ ୧୦ ର ଗଣେଶ ପ୍ରଜାପତିଙ୍କ ଝିଅ ଅରୁଣା ପ୍ରଜାପତି ଙ୍କ ସହ ହାତଗଣ୍ଡି ପଡିଛି।ଜିଲ୍ଲା ପ୍ରଶାସନ ଏବଂ ପୋଲିସଙ୍କ ଠାରୁ ଅବଶ୍ୟକ ଅନୁମତି ମିଳିବା ପରେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ସ୍ନେହାଶିଷ ସାହୁ ଓ ମୋରଡା ବିଧାୟକ ରାଜ କିଶୋର ଦାସ ଙ୍କ ଉପସ୍ଥିତି ରେ ରାଇରଙ୍ଗପୁର ଏସଡିପିଓ ଙ୍କ କାର୍ଯ୍ୟାଳୟ ପରିସରରେ ନିରାଡମ୍ବର ସହକାରେ ବିବାହ ସମ୍ପନ୍ନ ହୋଇଛି। ନିରାଡ଼ମ୍ବରରେ ବାହାଘର ହୋଇଥିଲେ ମଧ୍ୟ ଉଭୟଙ୍କ ପରିବାର ବହୁତ ଖୁସି ଅଛନ୍ତି।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Next Post