Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

କରୋନା ମ୍ୟାପ୍ ରେ ମୟୁରଭଞ୍ଜ……

କରୋନା ମ୍ୟାପ୍ ରେ ମୟୁରଭଞ୍ଜ......

0

ବାରିପଦା(ନିରପେକ୍ଷ ଖବର)ତା୦୭/୦୫/ରାଜ୍ୟରେ ଆଜି କରୋନ ମ୍ୟାପରେ ମୟୁରଭଞ୍ଜ ଯୋଡ଼ି ହୋଇଛି ।ଦିନକରେ ୩ଜଣ କରୋନା ରୋଗୀ ଜିଲ୍ଲାରେ ଚିହ୍ନଟ ହୋଇଛି। ଚିନ୍ହଟ ହୋଇଥିବା ରୋଗୀମାନେ ସୁରତ ଫେରନ୍ତା ପ୍ରବାସୀ ବୋଲି ଜଣାପଡ଼ିଛି। ଏ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଟ୍ୱିଟ୍ ମାଧ୍ୟମରେ ଦେଇଛନ୍ତି। ଚିହ୍ନଟ ହୋଇଥିବା ରୋଗୀମାନେ କ୍ୱାରେନଟାଇନ ଥିଲେ। ସେମାନେ ହେଲେ ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକର ପୋଡାଡିହାରୁ ଜଣେ ଓ ପିଙ୍ଗୁ ଅଞ୍ଚଳରୁ ଦୁଇ ଜଣ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ବୟସ ଯଥାକ୍ରମେ ୨୧,୩୬ ଓ ୪୪ ବୋଲି ଜଣାପଡିଛି।

ତିନି ଜଣ  ରୋଗୀଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଲକ ଡାଉନର ତୃତୀୟ ପର୍ଯ୍ୟାୟରେ କରୋନା କଟକଣାକୁ କୋହଳ କରାଯାଇଥିବା ବେଳେ ମୟୁରଭଞ୍ଜକୁ ରାଜ୍ୟ ସରକାର ଅରେଞ୍ଜ ଜୋନ ଭାବେ ଘୋଷଣା କଲେ। ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲାକୁ ୨ ଦିନ ମଧ୍ୟରେ ୧୭୨ ଜଣ ପ୍ରବାସୀ ଜିଲ୍ଲାକୁ ପ୍ରତ୍ୟବର୍ତ୍ତନ କରିଛନ୍ତି।ଗତକାଲି ସୁଦ୍ଧା ଜିଲ୍ଲାରୁ ୨୦୯୦ ଟି ରକ୍ତ ନମୁୁନା ଟେଷ୍ଟ ପାଇଁ ଯାଇଥିଲା ସେଥି ମଧ୍ୟରୁ ୧୮୧୮ ଟି ନେଗେଟିଭି ଆସିଥିବା ବେଳେ ୩ଜଣ ପଜିଟିଭି ଥିବା ବେଳେ ଅବଶିଷ୍ଟ ରିପୋର୍ଟ ଆସିନାହିଁ। ବାରିପଦାରେ ଅଧିକାଂଶ ଦୋକାନ ବଜାର ଖୋଲାଯାଇଛିି ଖାଲି ବସ୍ ଛାଡିଦେଲେ ଅନ୍ୟ ସମସ୍ତ ଗାଡି ମୋଟର ଚଳପ୍ରଚଳ ହେଉଛି।

Mo sapath

Leave A Reply

Your email address will not be published.