Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଜଗଦ୍ଧାତ୍ରୀ ମେଳାରେ ଜମୁଛି ବେପାର…..

0

ବାରିପଦା(ନିରପେକ୍ଷ ଖବର)ତା-୨୧/ନଭେମ୍ବର/୨୦୧୯: ମୟୁରଭଞ୍ଜ ଜିଲ୍ଲାର ସବୁଠୁଁ ବଡ଼ ମେଳା ଭାବେ ପରିଚୟ ସୃଷ୍ଟି କରିଥିବା ଜଗଦ୍ଧାତ୍ରୀ ମେଳା ଆଜି ୧୦ମ ଦିନରେ ପହଁଚିଛି। ଏହି ମେଳା ଯେତେ ସରିସରି ଆସୁଛି, ଦର୍ଶକଙ୍କ ଭିଡ଼ ସେତେ ବଢ଼ିବାରେ ଲାଗିଛି।ଆଜି ବାରିପଦା ଜଗଦ୍ଧାତ୍ରୀ ମେଳାର ୧୦ମ ଦିବସରେ ବେଶ ଭିଡ ଜମିଥିଲା ମେଳା ପଡ଼ିଆରେ।ଦିନତମାମ ମେଳା ପଡ଼ିଆରେ ଲୋକଙ୍କ ସମାଗମ ଚାଲିଥିବା ବେଳେ ସନ୍ଧ୍ୟା ହେବା କ୍ଷଣି ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟି ଚାଲିଥିଲା । ସନ୍ଧ୍ୟା ୬ଟା ବେଳକୁ ସମ୍ପୂର୍ଣ୍ଣ ପଡ଼ିଆ ଲୋକାରଣ୍ୟ ହୋଇଯାଉଛି । ବ୍ୟବସାୟୀମାନଙ୍କ ପାଇଁ ଥିଲା ଏହି ମେଳା ଲାଭ ଦାୟକ ରହିଛି। ମେଳାରେ ବିଭିନ୍ନ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଭଳିକି ଭଳି ଖାଦ୍ୟ ଖାଇବରେ ସମସ୍ତେ ଲାଗିଛନ୍ତି। ପ୍ରତି ସନ୍ଧ୍ୟାରେ ଦର୍ଶକଙ୍କ ମନପସନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣ ସାଜୁଛି। ସ୍ଥାନୀୟ ଭଞ୍ଜପୁର ଠାରେ ଗତ ୧୧ ତାରିଖ ଠାରୁ ଆରମ୍ଭ
ହୋଇଥିବା ୨୭ ତମ ଜଗଦ୍ଧାତ୍ରୀ ମେଳା ୧୦ମ ଦିନରେ ପହଞ୍ଚିଥିବା ବେଳେ ବୁଧବାର ପ୍ରବଳ ଭିଡ ଜମିଥିଲା । ଖେଳନା ଓ ବେଲୁନ ଦୋକାନରେ କୁନିକୁନି ପିଲାଙ୍କ ଭିଡ଼। ମେଳା ପଡ଼ିଆର ପ୍ରବେଶ ପଥରେ ବସିଥିବା ବେଲୁନ ଓ ଖେଳନା ଦୋକାନରେ କୁନି କୁନି ପିଲାମାନେ ବେଶ ଭିଡ଼ ଲଗାଇଥିଲେ । ମେଳା ବୁଲି ଫେରିବା ସମୟରେ ବାପା, ମାଆଙ୍କ ସହ ଆସିଥିବା ପିଲାମାନଙ୍କ ମନ ପସନ୍ଦର ରଙ୍ଗବେରଙ୍ଗ ବେଲୁନ୍ କିଣିବା ସହିତ ବିଭିନ୍ନ ପ୍ରକାରର ଖେଳନା ନେଉଥିବା ଦେଖିବାକୁ ମିଳିଥିଲା । ମେଳାରେ ସବୁଦିନ ଅପେକ୍ଷା ଆଜି ପ୍ରବଳ ଭିଡ ଜମିଥିଲେ ମଧ୍ୟ ଆମିଷ ଖାଦ୍ୟ ଷ୍ଟଲରେ ଖାଲିଖାଲି ଲାଗିଛି । କାରଣ ପବିତ୍ର ପ୍ରଥମା ଅଷ୍ଟମୀ ଥିବାରୁ ଲୋକେ ନିରାମିଷ ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରିଥିଲେ।
ବର୍ଷକରେ ଥରେ ଏହି ଜଗଦ୍ଧାତ୍ରୀ ମେଳା ପଡୁଥିବାରୁ ଲୋକେ ମେଳାର ନିଜ ନିଜ ମନପସନ୍ଦର ଘରକରଣା ଜିନିଷ କିଣିବାର ମଜା ନେଇଛନ୍ତି କିନ୍ତୁ ପଥର ତିଆରି ଶିଳ, ଦୀପ, ପଥୁରି ସାଙ୍ଗକୁ ଅନେକ ଘରୋଇ ଉପକରଣ ଜିନିଷ କିଣିବାରେ ସୁଯୋଗ ପାଇଥିଲେ । ମେଳାରେ ଏଠି ସବୁ ଜିନିଷ କମ୍ ଦାମରେ ମିଳୁଥିବାରୁ ଲୋକେ ଘରକରଣା ଜିନିଷ କିଣି ବାର ସୁଯୋଗ ହାତ ଛଡା କରିନାହାନ୍ତି।
ମେଳା ଦେଖିବାକୁ ଆସି ପାରୁ ନଥିବା ଦର୍ଶକମାନଙ୍କ ପାଇଁ ମେଳା କମିଟି ପକ୍ଷରୁ ମେଳାର ପ୍ରତ୍ୟେକ ଦୃଶ୍ୟକୁ ସିଧାପ୍ରସାରଣ କରାଯାଉଛି। ଦର୍ଶକଙ୍କ ସମାଗମ ହେଇଥିବାରୁ ସୁରକ୍ଷାକୁ ଦୃଷ୍ଟି ରଖି ପୁରା ପଡ଼ିଆରେ ସିସିଟିଭି ଲଗାଯାଇଛି। ମେଳାକୁ
ଆସୁଥିବା ଲୋକମାନେ ମେଳା ପଡ଼ିଆର ଥିବା ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ନିଜନିଜର ମତାମତ ଦେବା ପାଇଁ କମିଟି ପକ୍ଷରୁ ମତାମତ ବାକ୍ସ ଖୋଲାଯାଇଛି। ମତାମତ
ବାକ୍ସରେ ନିଜର ପୋଷ୍ଟକାର୍ଡ ମାଧ୍ୟମରେ ନିଜର ମତ ଦେଉଛନ୍ତି। ସଂସ୍କୃତିକ କାର୍ଯ୍ୟକ୍ରମରେ ରକ୍ତଦାନ ଉପରେ ସଚେତନତା ଦିଆ ଯାଉଛି ।
ଜଗଦ୍ଧାତ୍ରୀ ମେଳାରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିବା ବେଳେ ଆଜି କିନ୍ତୁ କୁନି କୁନି ପିଲାମାନଙ୍କ ଦ୍ୱାରା ରକ୍ତ ଦାନ ଉପରେ ଏକ
ସଚେତନତା କାର୍ଯ୍ୟକ୍ରମ ହୋଇଛି । ରକ୍ତ ଦାନ ମହତ ଦାନ। ମୟୁରଭଞ୍ଜ ଜିଲ୍ଲାରେ ରକ୍ତର ଅଭାବ ପରିଲିକ୍ଷିତ ହେଉଥିବା ବେଳେ ମେଳା କମିଟି ପକ୍ଷରୁ ଏଭଳି କାର୍ଯ୍ୟକ୍ରମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । କୁନି କୁନି ପିଲାମାନେ ଗୀତନାଟ୍ୟ ମଧ୍ୟମରେ ଦର୍ଶକମାନଙ୍କୁ ରକ୍ତଦାନ କରିବାକୁ ବାର୍ତ୍ତା ଦେଇଥିଲେ। ସେହିପରି ସ୍ବାମୀ ବିବେକାନନ୍ଦ ଯୋଗ କେନ୍ଦ୍ର ପକ୍ଷରୁ ଯୋଗାସନ ପରିବେଷଣ କରଯାଇଥିବା ବେଳେ ପୁରୀର ଗୋଟିପୁଅ ନୃତ୍ୟ ସାଙ୍ଗକୁ ଭୁବନେଶ୍ବରର ଓଡିଶୀ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।ଏଥି ସହିତ ଚଳଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ମାନେ ମଧ୍ଯ ଅତିଥି ଭାବେ ଯୋଗ ଦେଉଛନ୍ତି।

Mo sapath

Leave A Reply

Your email address will not be published.