Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

କେବଳ କାଗଜ ପତ୍ରରେ ପ୍ରକଳ୍ପ କାମ ଚାଲିଥିବାର ଅଭିଯୋଗ

ବିନା କାମରେ ଏମ.ଜି.ଏନ.ଆର.ଇ.ଜି.ଏ.ଯୋଜନାରେ ଲକ୍ଷାଧିକ ଟଙ୍କାର ଲେବର ପେମେଂଟ ହୋଇଥିବା ଅଭିଯୋଗ

0

*ଜେଇ, ପି.ଇ.ଓ. ,ସରପଂଚ ଏବଂ ଭେଣ୍ଡରଙ୍କ ସଲାସୁତୁରା ରେ ବ୍ୟାପକ ଦୁର୍ନିତୀ ଅଭିଯୋଗ ଆଣିଲେ ଗ୍ରାମବାସୀ

ବାରିପଦା(ନିରପେକ୍ଷ ଖବର) ତା-୦୨/୦୯– ଗ୍ରାମାଂଚଳରେ ଲୋକଙ୍କୁ କାମ ଯୋଗାଇ ଦେବା ସହ ଅଂଚଳର ପ୍ରଗତୀ ସହ ରାସ୍ତାଘାଟ ଜଳସେଚନ, କୃଷି ଆଦିର ବିକାଶ ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଚଳନ କରିଛନ୍ତି । ହେଲେ ଯୋଜନା ଗୁଡିକ ଅନେକ ସ୍ଥଳରେ ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଇ କିଛି ଜନପ୍ରତିନିଧି, ଅଧିକାରୀ ଓ କର୍ମଚାରୀଙ୍କ ସଲାସୁତୁରାରେ କେବଳ କାଗଜ ପତ୍ରରେ କାମ ଚାଲିଥିବା ସହ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହେଉଥିବାର ଅଭିଯୋଗ ହେଉଛି । ସୋସିଆଲ ଅଡିଟ, ଗ୍ରାମସଭା କେବଳ ନାମକୁ ମାତ୍ର ସବୁ ପରେବି ଦୁର୍ନିତୀ ଗ୍ରସ୍ତ ଅଧିକାରୀ କର୍ମଚାରୀ ଓ ଜନପ୍ରତିନିଧି ମାନେ ମାଲେ ମାଲ ହେଉଥିବା ବେଳେ ସାଧାରଣ ଲୋକଙ୍କ ପାଖକୁ ଯୋଜନାର ସୁଫଳ ପହଂଚି ପାରୁନାହିଁ । ନିକଟ ଅତୀତରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକରେ ଏମ.ଜି.ଏନ.ଆର.ଇ.ଜି.ଏ. ଯୋଜନାରେ ବ୍ୟପକ ଦୂର୍ନିତୀ ହୋଇଥିବାର ପ୍ରମାଣିତ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତିନିଜଣ ସରପଂଚ, କନିଷ୍ଠ ଯନ୍ତ୍ରୀ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିିକାରୀ ଏବଂ ଭେଣ୍ଡରଙ୍କୁ ମିଶାଇ ମୋଟ ୨୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇ କେତେ ଜଣ ଗିରଫ ହୋଇଥିବା ବେଳେ କିଛି ଜଣ ଫେରାର ଅଛନ୍ତି । ଏହି ଘଟଣାର ଚର୍ଚ୍ଚା ସରି ନଥିବା ବେଳେ ମରୋଡା ବ୍ଲକର ବରକନ୍ଦ ଗ୍ରାମପଂଚାୟତ ଅଞ୍ଚଳରେ ପୁଣି ଦୁର୍ନୀତିର ଗନ୍ଧ ବାରି ହେଇଛି। ଝିଙ୍କିରିଆ ପୋଲରେ ଚେକଡ୍ୟାମ, ତେନ୍ତୁଳିବାଟି ଗାଁଠାରୁ ଝିଙ୍କିରିଆ ପି.ଡବ୍ଲ୍ୟୁ.ଡି. ରାସ୍ତା ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ, କାଳୁ ଘର ଠାରୁ ଜଙ୍ଗଲ ରାସ୍ତାର ଉନ୍ନତି କରଣ, ବଇଁଚଡିହା ସମ୍ଭୁନାଥ ଜମିରେ ଚେକଡ୍ୟାମ ନିର୍ମାଣ ଏହି ଭଳି ବିଭିନ୍ନ ପ୍ରଜେକ୍ଟରେ ବ୍ୟାପକ ଦୂର୍ନିତୀ ହୋଇଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଗ୍ରାମବାସୀ ମାନେ ଚାଷଜମୀକୁ ପାଣି ନେବା ପାଇଁ ଚେକଡ୍ୟାମ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବୀ କରିଆସୁଥିବା ବେଳେ ଅଦ୍ୟାବଧି ନିର୍ମାଣ ହୋଇ ନଥିବାରୁ ବାଉଁଶଖୁଂଟି ପୋତି ମାଟିବନ୍ଧ ଦେଇ ଗ୍ରାମବାସୀ ମାନେ ନିଜ ପ୍ରଚେଷ୍ଟାରେ ଚାଷଜମୀକୁ ଅଦ୍ୟାବଧି ପାଣି ନେଉଥିବା ବେଳେ ଚେକଡ୍ୟାମ ନିର୍ମାଣ ବାବଦରେ ତଥା ଉପରୋକ୍ତ ପ୍ରଜେକ୍ଟ ସବୁରେ ଫିଲ୍ଡରେ ଆଦୌ କାମ ହୋଇନଥିଲେ ମଧ୍ୟ ଏମ.ଜି.ଏନ.ଆର.ଇ.ଜି.ଏ. ଯୋଜନାରେ ମାଷ୍ଟର ରୋଲ ପ୍ରସ୍ତୁତ ହୋଇ ଶ୍ରମିକ ମାନଙ୍କର ମଜୁରୀ ବାବଦ ଅର୍ଥ ବ୍ୟାଙ୍କ ଖାତାକୁ ଯାଇଥିବାର ଜଣାଯାଇଛି। ତେବେ ଦୀର୍ଘ ଦିନ ଧରି ନିର୍ମାଣ ସ୍ଥାନରେ କାର୍ଯ୍ୟ ଫଳକ ମଧ୍ୟ ଲେଖାଯାଉ ନଥିବା ବେଳେ ହଠାତ କୌଣସି କାମ ନହୋଇ କାର୍ଯ୍ୟଫଳକ ଲେଖାଯିବାରୁ ଏବଂ ବିନା କାମରେ କିଛି ଲେବରଙ୍କ ବ୍ୟାଙ୍କ ଖାତାକୁ ମଜୁରୀ ଅର୍ଥ ଆସିବାରୁ ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା । ସେମାନେ ବରକନ୍ଦ ଗ୍ରାମପଂଚାୟତ ଅଫିସକୁ ଯାଇ ଘଟଣାର ସତ୍ୟାସତ୍ୟ ବୁଝିବାରୁ କେବଳ କାଗଜପତ୍ରରେ ଏହିସବୁ ପ୍ରଜେକ୍ଟ ଗୁଡିକରେ କାମ ହୋଇଥିବାର ଜାଣିବାକୁ ପାଇ ଗ୍ରାମବାସୀ ମାନେ ବରକନ୍ଦ ଗ୍ରାମ ପଂଚାୟତର ସରପଂଚ ଏବଂ ପି.ଇ.ଓ.ଙ୍କ ଠାରେ ଅଭିଯୋଗ ଜଣାଇଥିଲେ ମଧ୍ୟ ସେମାନେ ଗ୍ରାମବାସୀଙ୍କ କଥା ଶୁଣୁ ନଥିବାର କହିିଛନ୍ତି। ଏବାବଦରେ ବରକନ୍ଦ ପଂଚାୟତର ପି.ଇ.ଓ. ଙ୍କୁ ଫୋନରେ ଯୋଗାଯୋଗ କରାଯିବାରୁ ସେ ସମସ୍ତ କାମ ହୋଇଥିବା କଥା କହୁଛନ୍ତି ହେଲେ ବାସ୍ତବରେ କାର୍ଯ୍ୟସ୍ଥଳରେ କୌଣସି କାର୍ଯ୍ୟ ହୋଇ ନଥିବାର ଦେଖାଯାଇଛି । ସେହି ପରି ମରୋଡା ବିଡିଓଙ୍କୁ ଏହି ଅଭିଯୋଗ ବାବଦରେ ପଚାରିବାରୁ ସେ ଅଭିଯୋଗ ବାବଦରେ ଅବଗତ ଅଛନ୍ତି ଏବଂ ଅଭିଯୋଗ ପାଇ ତୁରନ୍ତ ବ୍ଲକର ସହକାରୀ ଯନ୍ତ୍ରୀଙ୍କୁ ଘଟଣା ସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଯଦି କୌଣସି ଅଧିକାରୀ ବା କର୍ମଚାରୀଙ୍କର ଭୁଲ ହୋଇଥାଏ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ କେବଳ ଏହି ସବୁ ପ୍ରଜେକ୍ଟ ନୁହେଁ, ଏହିଭଳି ଅନେକ ସ୍ଥାନରେ ଦୁର୍ନିତୀ ହୋଇଛି ବୋଲି ଝିଙ୍କିରିଆ ଗ୍ରାମର ବାପି ଦାସ, ସଞ୍ଜୟ କୁମାର ଗିରି, କାଳୁ ବେହେରା, ତେନ୍ତୁଳିଖୁଂଟି ଗ୍ରାମର ଯତିନ୍ଦ୍ର ହେମ୍ବ୍ରମ, ଘାସିରାମ ମୁର୍ମୁ, ରାମଚନ୍ଦ୍ର ପାଳ, ତେନ୍ତୁଳିଖୁଂଟି ଗ୍ରାମ ୨ନମ୍ବର ୱାର୍ଡର ୱାର୍ଡମେମ୍ବର କାର୍ମି ହେମ୍ବ୍ରମ ପ୍ରମୁଖ ବହୁ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ଏବଂ ତୁରନ୍ତ ଉଚ୍ଚ ପଦାଧିକାରୀ ଏହାର ତଦନ୍ତ କରି ସଠିକ ଭାବରେ ପ୍ରଜେକ୍ଟ କାମ କରିବାକୁ ଦାବୀ ଜଣାଇଛନ୍ତି ।

Mo sapath

Leave A Reply

Your email address will not be published.