Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରକ୍ତଦାତା ସମ୍ମିଳନୀ ଓ ଅମୃତ ସଂଜୀବନୀ ସେବା ସମ୍ମାନ ସମାରୋହ-୨୦୨୦

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା,୨୭/୧୨ ସ୍ଥିତ ପଲ୍ଲବୀ ମଣ୍ଡପ ରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଲାଇଫ ସାଭିୟର କନକ୍ଲେଭ ଓ ଅମୃତ ସଂଜୀବନୀ ସେବା ସମ୍ମାନ-୨୦୨୦ ଆୟୋଜିତ ହୋଇଯାଇଛି।ଅନୁଷ୍ଠାନ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ସଦାଶିବ ଜେନାଙ୍କର ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଓଡିଶା ଖଦି,ଓ ଗ୍ରାମଦ୍ୟୋଗ ବୋର୍ଡ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ, ମେଟ୍ରୋ ଟିଭି ର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ପ୍ରକାଶ ରଥ ସହକାରୀ ପୋଲିସ କମିଶନର ତଥା ରେଡ଼କ୍ରସ ସୋସାଇଟି ଆଞ୍ଚଳିକ ଶାଖାର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଲଳିତେନ୍ଦୁ ମହାନ୍ତି, ହାଇଟେକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିର୍ମୟ ପଣ୍ଡା, ସମର୍ପିତ ର ଉପସଭାପତି ଶ୍ରୀଯୁକ୍ତ ଅଶୀଳ କୁମାର ବ୍ରହ୍ମ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସ୍ବେଚ୍ଛାକୃତ ରକ୍ତଦାନ କୁ ଓଡିଶା ରେ ବ୍ୟାପକ କରିବା ପାଇଁ ଦିଗଦର୍ଶନ ଦେଇଥିଲେ।ଇତି ଅବସରରେ ବାର୍ଷିକ ମୁଖପତ୍ର ଅମୃତଧାରା ଉନ୍ମୋଚିତ କରାଯାଇଥିଲା।
ଅତିଥିମାନେ ସମର୍ପିତର ସମାଜ ପ୍ରତି ଥିବା କାର୍ଯ୍ୟ, ପ୍ରତିବଦ୍ଧତା କୁ ଭୁୟସୀ ପ୍ରଶଂସା କରିବା ସହ ଅନୁଷ୍ଠାନ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସମର୍ପିର ସହ ମିଶି ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ସାରା ରାଜ୍ୟରେ କାର୍ଯ୍ୟ କରୁଥିବା ସଙ୍ଗଠନ, ରକ୍ତଦାତା ସେବା ମନବୃତ୍ତି ନେଇ ବିଭିନ୍ନ ଡାକ୍ତରଖାନାର ଡାକ୍ତର, ସାମ୍ବାଦିକ ଓ ସାମାଜିକ କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମର୍ପିତ ର ସମସ୍ତ ସଦସ୍ୟ, ସଦସ୍ୟା ମାନେ କାର୍ଯ୍ୟକ୍ରମ ର ସୁପରିଚାଳନା ରେ ସହଯୋଗ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Mo sapath

Leave A Reply

Your email address will not be published.