Blank space
Blank space
Breaking News/ମୁଖ୍ୟ ଖବର:
ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ଓ ଓଡ଼ିଶା ଜଳବିଦ୍ୟୁତ ନିଗମ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓକାମ ନ କରି ଦେହରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କଲେମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା
Blank space

ହାଇଦାର ଫେରାର୍ ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି? ପ୍ରକାଶ ମିଶ୍ର

0

* ହାଇଦରକୁ ଖସାଇଦେବା ଷଡଯନ୍ତ୍ରରେ ଜେଲ୍ କର୍ତୁପକ୍ଷ, ମେଡିକାଲ କତୃପକ୍ଷ ଏବଂ ପୁଲିସର ହାତ ରହିଛି
* ହାଇଦର ଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ କାହିଁକି ବାରମ୍ବାର କଟକ ଅଣାଯାଉଥିଲା ?
* ହାଇଦର ପ୍ରତି ରାଜ୍ୟ ସରକାର କାହିଁକି ସମ୍ବଦେନଶୀଳ ହେଉଥିଲେ?
* ହାଇଦରକୁ କିଏ କ୍ୟାବିନ ଯୋଗାଇଥିଲା ଏବଂ ଏତେ ସହଜରେ ତାକୁ କ୍ୟାବିନ କିପରି ମିଳିଲା ?
* ହାଇଦରଙ୍କୁ କାହା ନିର୍ଦ୍ଦେଶରେ ବିରିୟାନୀ ଦିଆଯାଉଥିଲା ?
* କଟକ ବଡ ମେଡିକାଲରୁ ହାଇଦର ଫେରାର୍ ହେବାର ୨/୩ ଘଂଟା ପର୍ଯ୍ୟନ୍ତ କାହାକୁ ଖବର ଦିଆଯାଇନଥିଲା ?
* ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏଭଳି ଏକ ଘଟଣା ଘଟିବା ଅତ୍ୟନ୍ତ ଉଦବେଗଜନକ ଏବଂ ଚିନ୍ତାର ବିଷୟ
* ଗୃହ ବିଭାଗର ମୁଖ୍ୟ ଭାବେ ଖୋଦ୍ ମୁଖ୍ୟମନ୍ତ୍ରୀ ଥିବାବେଳେ ଏତେ ବଡ ଘଟଣା ପରେ ବି ମୁଖ୍ୟମନ୍ତ୍ରୀ ଏହି ଘଟଣାର ସମୀକ୍ଷା ନକରିବା ଅତ୍ୟନ୍ତ ନିନ୍ଦନୀୟ 

ଭୁବନେଶ୍ୱର,ନିରପେର:ତା.୧୪/୦୪: ଓଡିଶାରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାର ୪ ଦିନ ବିତିଥିଲେ ବି ଓଡିଶା ପୋଲିସ ତାକୁ ଧରିବାରେ ବିଫଳ ହୋଇଛି । ଏହି ଘଟଣାରେ ବଡ ବଡ
ଅଧିକାରୀମାନଙ୍କର ସଂପୃକ୍ତି ଥିବାବେଳେ କେବଳ ୬ ଜଣିଆ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ହାଇଦାର ଫେରାର୍ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ଶ୍ରୀ ପ୍ରକାଶ
ମିଶ୍ର ପ୍ରଶ୍ନ କରିଛନ୍ତି । ଗ୍ୟାଙ୍ଗଷ୍ଟର ହାଇଦର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିଲା । ତାଙ୍କୁ ସମ୍ବଲପୁର ଜେଲରେ ରଖି ମଧ୍ୟ ବିଭିନ୍ନ ଆଳ ଦେଖାଇ ତାଙ୍କୁ କଟକ ଅଣାଯାଉଥିଲା । ଏଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ କାହିଁକି ବାରମ୍ବାର କଟକ ଅଣାଯାଉଥିଲା ତାହା ସ୍ପଷ୍ଟ ହେବା ଦରକାର । ବୁର୍ଲା ମେଡିକାଲ କର୍ତୁପକ୍ଷ ତାଙ୍କୁ ୩ ଥର କଟକ ମେଡିକାଲ ରେଫର୍ କରିଛନ୍ତି । ହାଇଦର ପ୍ରତି ରାଜ୍ୟ ସରକାର କାହିଁକି ସମ୍ବଦେନଶୀଳ
ହେଉଥିଲେ? ସେହିପରି କଟକ ବଡ ମେଡିକାଲରେ ରୋଗୀଙ୍କୁ କ୍ୟାବିନ ମିଳିବା କାଠିକର ପାଠ । କିନ୍ତୁ ହାଇଦରକୁ କିଏ କ୍ୟାବିନ ଯୋଗାଇଥିଲା ଏବଂ ଏତେ ସହଜରେ ତାକୁ କ୍ୟାବିନ କିପରି ମିଳିଲା ? କିଡନୀ ଜନିତ ସମସ୍ୟା ଥିବା ଯୋଗୁଁ ହାଇଦରକୁ କଟକ
ମେଡିକାଲ ଅଣାଯାଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । କିଡନୀ ରୋଗ ଥିଲେ ଖାଦ୍ୟ ପେୟ ଉପରେ ଅନେକ କଟକଣା ରହିଥାଏ । କିନ୍ତୁ ହାଇଦରଙ୍କୁ କାହା ନିର୍ଦ୍ଦେଶରେ ବିରିୟାନୀ ଦିଆଯାଉଥିଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । କଟକ ବଡ ମେଡିକାଲରୁ ହାଇଦର ଫେରାର୍ ହେବାର ୨/୩ ଘଂଟା ପର୍ଯ୍ୟନ୍ତ କାହାକୁ ଖବର ଦିଆଯାଇନଥିଲା । ଜାଣିଶୁଣି ହାଇଦରକୁ ଖସାଇଦେବାର ଯୋଜନା କରାଯାଇଥିଲା । ଏହି ଷଡଯନ୍ତ୍ରରେ ଜେଲ୍ କର୍ତୁପକ୍ଷ, ମେଡିକାଲ କର୍ତୁପକ୍ଷ ଏବଂ ପୁଲିସର ହାତ ରହିଛି । ଏମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ କିଏ ଜଣେ ବଡ ଅଧିକାରୀ ଏଥିରେ ସାମିଲ ଥାଇପାରନ୍ତି । ହାଇଦର ଏବେ ପଶ୍ଚିମବଙ୍ଗରେ ଲୁଚିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗୃହ ବିଭାଗର ମୁଖ୍ୟ ଭାବେ ଖୋଦ୍ ମୁଖ୍ୟମନ୍ତ୍ରୀ ଥିବାବେଳେ ଏତେ ବଡ ଘଟଣା ପରେ ବି ମୁଖ୍ୟମନ୍ତ୍ରୀ ଏହି ଘଟଣାର ସମୀକ୍ଷା ନକରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏଭଳି ଏକ ଘଟଣା ଘଟିବା ଅତ୍ୟନ୍ତ ଉଦବେଗଜନକ ଏବଂ ଚିନ୍ତାର ବିଷୟ । ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ଜବାବ ନାହିଁ । ରାଜ୍ୟ ପୋଲିସର ମୁଖ୍ୟ କାର୍ଯ୍ୟାଳୟ କଟକରେ ଥାଇ ବିଶ୍ୱସ୍ତରୀୟ ହସ୍ପିଟାଲରୁ କୁଖ୍ୟାତ ଅପରାଧି କିପରି ଫେରାର
ହୋଇପାରୁଛି ତାହା ରାଜ୍ୟର ଆଇନ କାନୁନ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।

Mo sapath

Leave A Reply

Your email address will not be published.