Blank space
Blank space
Breaking News/ମୁଖ୍ୟ ଖବର:
ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
Blank space

ସ୍ୱାଧୀନତାର ୭୪ ବର୍ଷ ପରେ ବି ଏମିତି ଏକ ଗାଁ ଅଛି ଯେଉଁ ଗାଁ କୁ ଯିବାକୁ ରାସ୍ତା ନାହିଁ….

ନାଉଗାଁ ବ୍ଲକ୍ ର ବ୍ରାହ୍ମଣୀ ଗାଁ ଲୋକଙ୍କ ଯିବା ଆସିବା ପାଇଁ ଜମି ହିଡ଼ ହିଁ ଭରସା

0

କଟକ, ନିରପେକ୍ଷ ଖବର:ତା ୧୫/୦୮/୨୦୨୦ ଏମିତି ଏକ ଗାଁ ଅଛି ଯେଉଁ ଗାଁ କୁ ଯିବାକୁ ରାସ୍ତାଟିଏ ନାହିଁ। ନାଉଗାଁ ବ୍ଲକ୍ ର ବ୍ରାହ୍ମଣୀ ଗାଁ ଯେଉଁ ଗାଁ କୁ ଯିବାକୁ ରାସ୍ତାଟିଏ ନାହିଁ। ଏହି ଗାଁର ଲୋକେ ବର୍ଷାଦିନେ ଗାଁ ଭିତରେ ବନ୍ଦୀ ହୋଇ ରହୁଛନ୍ତି।ନେତା,ମନ୍ତ୍ରୀ, ପ୍ରଶାସନ କେହି ବି ଏହି ଗ୍ରାମ ବାସୀଙ୍କ ଦୁଃଖ ବୁଝୁ ନାହାନ୍ତି।ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ହୋଇଥିବା ନେଇ ଡିଣ୍ଡିମ୍ ପିଟୁଥିବା ବେଳେ ସରକାରଙ୍କ ଦୁର୍ବଳତା ର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଅନେକ ଗ୍ରାମରେ। ଯୋଜନା ପରେ ଯୋଜନା ଯେତେ କରିଲେ ବି ଏହା ଅନେକ ସ୍ଥାନ ରେ ଫଳପ୍ରଦ ହୋଇ ପାରୁନାହିଁ। ଯାହାର ଜ୍ଵଳନ୍ତ ଉଦାହରଣ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ର ବ୍ରାହ୍ମଣୀ ଗାଁ ଗ୍ରାମ ରେ ଦେଖିବାକୁ ମିଳିଛି।ଏହି ଗ୍ରାମରେ ୩୦ ରୁ ଉର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ୨୦୦ ରୁ ଉର୍ଦ୍ଧ୍ୱ।ଏହି ଗ୍ରାମ ଦେବି ନଦୀ ବନ୍ଧ ସ୍ଥିତ ସାତ କାଳିଆ ଗ୍ରାମ ଠାରୁ ୧ କିଲୋମିଟର ଦୂରରେ ଅବସ୍ଥିତ। ଗାଁ କୁ ଯିବାକୁ ହେଲେ ପାଦ ଚଲା ରାସ୍ତା ହିଁ ଏକମାତ୍ର ଭରଷା।ଏହି ଗ୍ରାମ ର ଗ୍ରାମବାସୀ ଅନ୍ୟ ଗ୍ରାମର ଲୋକଙ୍କ ର ଘରୋଇ ଜମିର ହିଡ଼ ଦେଇକି ଯିବା ଆସିବା କରନ୍ତି। ଏଥିପାଇଁ ମଧ୍ୟ ବେଳେ ବେଳେ ଘରୋଇ ଜମିର ମାଲିକ ଗ୍ରାମର ଲୋକ ଙ୍କ ସହିତ ପାଟି ତୁଣ୍ଡ,ଝଗଡା କରନ୍ତି,ଏମାନେ ଉପାୟ ଶୂନ୍ୟ ହୋଇ ଗ୍ରାମରେ ବନ୍ଦୀ ହୋଇ କି ରୁହନ୍ତି।ପିଲା ମାନଙ୍କର ବର୍ଷା ଦିନେ ସ୍କୁଲ୍ ଓ କଲେଜ୍ ଯିବା ପୁରା ସ୍ବପ୍ନ ପାଲଟି ଯାଏ।ରୋଗୀ ଟିଏ ମେଡିକାଲ୍ ଯିବା ପାଇଁ ହେଲେ ତାକୁ କାନ୍ଧରେ ପକାଇକି ୧ କିଲୋମିଟର ଦୂର ରେ ଥିବା ମୁଖ୍ୟ ରାସ୍ତା କୁ ନେଇକି ଯାଆନ୍ତି। ଏହି ଗାଁ ଟି ଅଞ୍ଚଳର ଶେଷ ଭାଗରେ ରହି ଥିବା ବେଳେ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ହୋଇ ପାରିଲା ନାହିଁ।ଯେପରିକି କାହାର ଦେହ ଖରାପ ହେଉ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ମେଡିକାଲ୍ ନେବାକୁ ହେଲେ କାନ୍ଧ ଓ ଖଟିଆ ର ଆଶ୍ରା ନେବାକୁ ପଡ଼ିଥାଏ ବୋଲି ବ୍ରାହ୍ମଣୀ ଗାଁ ର ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ଏହି ସମସ୍ୟା ର ସମାଧାନ ନିମନ୍ତେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ନାଉଗାଁ ବ୍ଲକ ବ୍ରାହ୍ମଣୀ ଗାଁ ଗ୍ରାମର ଶୁଭ୍ରାଂଶୁ ବେହୁରା,ବାବୁ ଲେଙ୍କା,ଭରତ ଲେଙ୍କା,ଲକ୍ଷ୍ମୀଧର ରାଉତ,ସନ୍ତୋଷ ଲେଙ୍କା,ବ୍ରଜମୋହନ ମହାପାତ୍ର,ସମୀର ଲେଙ୍କା,ବିଦ୍ୟାଧର ଲେଙ୍କା,ବିପନ୍ନ ଲେଙ୍କା ପ୍ରମୁଖ ଗ୍ରାମବାସୀ।ଯଥାଶୀଘ୍ର ଘରୋଇ ଜମି କୁ କିଣି ଏହି ଗ୍ରାମକୁ ରାସ୍ତା ସଂଯୋଗ କରାନ୍ତୁ ବୋଲି ଗ୍ରାମବାସୀ ସରକାର ଙ୍କୁ ଅନୁରୋଧ କରିଛନ୍ତି। ଯଦି ଖୁବଶିଘ୍ର ଗ୍ରାମର ସମସ୍ୟା ସମାଧାନ ନ ହୁଏ ତେବେ ଏହି ଗ୍ରାମର ଗ୍ରାମବାସୀ ନିଶ୍ଚିତ ଭୋଟ ବର୍ଜନ କରିବା ସହିତ ଆଗାମୀ ଦିନରେ ଅଫିସ୍ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏ ଦିଗରେ ସରକାର କିମ୍ବା ପ୍ରଶାସନର ଦୃଷ୍ଟି କେବେ ପଡ଼ିବ ତାହା ଦେଖିବା ବାକି ରହିଲା।

Mo sapath

Leave A Reply

Your email address will not be published.