ଭୁବନେଶ୍ୱର,ନିରପେକ୍ଷ ଖବର: ୨୯/୦୫/୨୦୧୯
ଉଚ୍ଚଶିକ୍ଷା ବିଭାଗର ୫୨ଟି ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.
ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଡ. ସାହୁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର
ଉନ୍ନତିକରଣ, ଆଧୁନିକୀକରଣ ଏବଂ ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ କି କି ପଦକ୍ଷେପ ଗ୍ରହଣ କରାଯାଇପାରିବ, ସେ
ବିଷୟରେ ଅଧ୍ୟକ୍ଷମାନଙ୍କ ସହିତ ଆଲୋଚନା କରିଥିଲେ । ରୁସା ଓ ବିଶ୍ୱବ୍ୟାଙ୍କରୁ ଯୋଗାଇ ଦିଆଯାଉଥିବା ଆର୍ଥିକ
ସହାୟତାର ସୁବିନିଯୋଗ ଏବଂ ତ୍ୱରିତ ବିନିଯୋଗ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ । ଅଧ୍ୟାପକ
ନିଯୁକ୍ତି, ନାକ୍ ମାନ୍ୟତା, ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା, ଅଧ୍ୟାପକ ନିଯୁକ୍ତି, ଠିକ୍ ସମୟରେ ପରୀକ୍ଷା
ଅନ ଷ୍ଠୁିତ କରାଇବା, ବାୟୋମେଟ୍ରିକ୍ ଉପସ୍ଥାନ, ମହାବଦି ୍ୟାଳ ୟ ପରିସର ରେ ଶୃଙ୍ଖ ଳିତ ପରିବେ ଶ ବ ଜାୟ ର ଖିବା
ଇତ୍ୟାଦି ବିଷୟରେ ସମ୍ମିଳନୀରେ ବିଶଦ ଆଲୋଚନା କରାଯାଇଥିଲା । ଅଧ୍ୟାପକମାନେ ଅନୁ୍ୟନ ୫ ଘଣ୍ଟା
ପରିବର୍ତ୍ତେ ୭ ଘଣ୍ଟା କଲେଜରେ ଉପସ୍ଥିତ ରହିବେ ଏବଂ ଛାତ୍ରଛାତ୍ରୀମାନେ ୭୫ ପ୍ରତିଶତ ଉପସ୍ଥାନରୁ କମ ହେଲେ
ପରୀକ୍ଷାରୁ ବଞ୍ଚିତ ହେବେ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା ।
ପାନ୍ଥନିବାସରେ ଅନୁଷ୍ଠିତ ଆଜିର ଏହି ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ସମ୍ମିଳନୀରେ ବିଭାଗୀୟ
ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସରକାରଙ୍କ ଦ୍ୱାରା ଉଚ୍ଚଶିକ୍ଷା ବିଭାଗ
ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ଅଧ୍ୟକ୍ଷମାନଙ୍କର ସହଯୋଗ କାମନା
କରିଥିଲେ । ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଉଚ୍ଚଶିକ୍ଷାରେ ଗୁଣବତ୍ତା ଓ ସଂସ୍କାର
ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ଆଲୋକପାତ କରିଥିଲେ । ବିଭାଗୀୟ ଅତିରିକ୍ତ
ଶାସନ ସଚିବ ଡ. ପାର୍ଥସାରଥି ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।
ଏହି ସମ୍ମିଳନୀରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଲକ୍ଷ୍ମୀଧର ମହାନ୍ତି, ଉଚ୍ଚଶିକ୍ଷା ନିର୍ଦ୍ଦେଶକ
ଶ୍ରୀ ନିରଞ୍ଜନ ସାହୁ, ରାଜ୍ୟ ବିଶ୍ୱବ୍ୟାଙ୍କ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପରମେଶ୍ୱର ବି. ପ୍ରମୁଖ ଉପସ୍ଥିତ ରହି
ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
[pj-news-ticker]