Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଫେସନ୍ ସୋ ମାଧ୍ୟମରେ ଓଡିଶା କଳା ଓ ସଂସ୍କୃତି ବିକାଶ ପାଇଁ ଅଭିନବ ପ୍ରୟାସ

0

ଭୁବନେଶ୍ୱର,ନିରପେକ୍ଷ ଖବର: ୬/୨/୨୦୨୦- ଓଡିଶା ଆର୍ଟ ଏଣ୍ଡ କଲଚର ଫାଉଣ୍ଡେସନ ତରଫରୁ ଓଡିଶାର କଳା ଓ ସଂସ୍କୃତିକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ନିମନ୍ତେ ଫେସନ୍ ସୋ କାର୍ଯ୍ୟକ୍ରମ “ନାୟକୀ”ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶୁଭଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଓଡିଶାରୁ ୧୦୦ଜଣ ପ୍ରତିଯୋଗି ଭାଗନେଇଥିଲେ । ଯେଉଁମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ଅନ୍ତିମ ପର୍ଯ୍ୟାୟ ପାଇଁ ବିଚାରକ ମଣ୍ଡଳୀର ସଦସ୍ୟମାନେ ବାଛିଥିଲେ । ସେହି ୧୦ଜଣ ବଛାବଛା ପ୍ରତିଯୋଗି ଏବଂ ଆହୁରି ଅନେକ କୁନିକୁନି ପିଲା ଖଦି ଓ ହାଣ୍ଡଲୁମ୍ ପୋଷାକ ପରିଧାନ କରି ର‌୍ୟାମ୍ପରେ ଚାଲିଥିଲେ । ଏହି ସବୁ ପୋଷାକକୁ ଡ୍ରେସ ଡିଜାଇନର “ବିଭାବରୀ” ଓ “ବସ୍ତ୍ରମ୍‌” ପ୍ରସ୍ତୁତ କରିଥିଲେ । ଓଡିଆ ଘରର ବିବାହ ସମୟରେ ନବବଧୂ ବେଶରେ ଖଦି ଓ ହସ୍ତତନ୍ତର ବ୍ୟବହାର ଏବଂ ଏତଦ୍‌ବ୍ୟତୀତ ଆମ ସରକାରୀସ୍ତରରେ ସ୍କୁଲ କଲେଜ ମାନଙ୍କରେ ପିଲାମାନଙ୍କର ୟୁନିଫମ୍ ଖଦି ଓ ହାଣ୍ଡଲୁମ୍ କୁ ବ୍ୟବହାର ମାଧ୍ୟମରେ ଖଦି ଓ ହାଣ୍ଡଲୁମ୍ ଉଦ୍ୟୋଗର ବିକାଶ ହୋଇପାରିବ ବୋଲି ସଂସ୍ଥାର ନିର୍ଦ୍ଦେଶିକା ଲୋପାମୁଦ୍ରା ପ୍ରଧାନ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ସୋ ଷ୍ଟପର ମୁମ୍ବାଇର ବରିଷ୍ଠ ଟେଲିଭିଜନ ତାରକା ତଥା ମଡେଲ ‘ରଜତ ଟୋକାସ’ ଓ ଓଡିଶା ଚଳଚ୍ଚିତ୍ର ଜଗତର ଆଗଧାଡିର ଅଭିନେତ୍ରୀ ‘ଶିବାନୀ’ । ଓଡିଆଣୀ ବଧୂ ବେଶରେ ସୋଷ୍ଟପରର ଜୁନିୟର ମଡେଲ ବିଜେତା ‘ଶତଭିକ୍ଷା’ ବେଶ୍ ଆକର୍ଷଣୀୟ ଥିଲେ । ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ୧୦ଜଣ ପ୍ରତିଯୋଗିଙ୍କ ମଧ୍ୟରୁ ତିନିଜଣ ବିଜୟୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜୟିନୀ ମଂଜୁଳୀ ନାୟକ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବିଜୟିନୀ ରିସା ଜେନା ଶେଷରେ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜୟିନୀ ହେଉଛନ୍ତି ପାୟଲ୍ ଧଳ। ଏହି କାର୍ଯ୍ୟକ୍ରମଟିକୁ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ କରାଯାଇଥିଲା।

Mo sapath

Leave A Reply

Your email address will not be published.