Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

କେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତ

0
  • ଭୁବନେଶ୍ୱର, ନିରପେକ୍ଷ ଖବର:୨୬।୪, କେୟାର ହସ୍ପିଟାଲ ପକ୍ଷରୁ ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରକାର ସ୍ନାୟୁରୋଗରେ ଅକ୍ରାନ୍ତ ହୋଇ କେୟାର ହସ୍ପିଟାଲରେ ସଫଳତାର ସହିତ ଚିକିତ୍ସା ହୋଇଥିବା ରୋଗୀ ଓ ତାଙ୍କ ପରିବାର ସଦସ୍ୟ ମାନେ ଭାଗ ନେଇଥିଲେ। ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଏକ ସୁସମ୍ପକ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳାରେ କେୟାର ହସ୍ପିଟାଲର ବରିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସୁଶାନ୍ତ ଦାସ, ବରିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ଆତ୍ମାରଞ୍ଜନ ଦାଶ ଏବଂ ବରିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ମିତାଲି କର ଯୋଗ ଦେଇ ଡିସୂଚର୍ଚ୍ଚା ପରେ ରୋଗୀ ଓ ତାଙ୍କ ପରିବାର ସଦସ୍ୟଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ।
    ଏହି ଅବସରରେ ଡାକ୍ତର ସୁଶାନ୍ତ ଦାଶ, କେୟାର ହସ୍ପିଟାଲ୍‌ରେ ନିୟମିତ କରାଯାଉଥିବା ଅତ୍ୟାଧୁନିକ
    ବ୍ରେନ୍ ସର୍ଜରୀ, ଯେଭଳିକି ଆୱେକ୍ ବ୍ରେନ୍ ସର୍ଜରୀ, କମ୍ପୁଟର ଗାଇଡେଟ୍ ନାଭିଗେସନ୍ ବ୍ରେନ୍ ଟିଭ୍ୟୁର ସର୍ଜରୀ, ବ୍ରେନ ଅନୁରିଜିମ୍ ସର୍ଜରୀ, ଏଣ୍ଡୋସ୍କୋପିକ୍ ବ୍ରେନ୍ ସର୍ଜରୀ ଇତ୍ୟାଦିର ସଫଳତା ବିଷୟରେ ଆଲୋଚନା କରିଥିଲେ । ସେହିଭଳି କେୟାର ହସ୍ପିଟାଲର ବରିଷ୍ଟ ନ୍ୟୁରୋସର୍ଜନ ଦଡାକ୍ତର ଆତ୍ମାରଞ୍ଜନ ଦାଶ ଏଣ୍ଡୋସ୍କୋପିକ୍ ବାଇପୋର୍ଟାଲ ସ୍ପାଇନ୍ ସର୍ଜରୀ, ଲେଜର ସ୍ପାଇନ୍ ସର୍ଜରୀ, ସର୍ଭାଇକାଲ୍ ଡିସ୍ ରିପ୍ଲେସମେଣ୍ଟ୍, ନ୍ୟାଭିଗେସନ୍ ଗାଇଡେଟ୍ ସ୍ପାଇନ୍ ସର୍ଜରୀ ଇତ୍ୟାଦି ସର୍ଜରୀ ସମ୍ପର୍କରେ ଆଲୋଚନା କରିଥିଲେ। କେୟାର ହସ୍ପିଟାଲର ଅଭିଜ୍ଞ  Homoeopathic ଡାକ୍ତର ମିତାଲି କର, ବ୍ରେନ୍ ଷ୍ଟ୍ରୋକ୍, ଅପସ୍ମାର ବାତ, ପାର୍କ୍ସସନ୍, ପାରାଲିସିସ୍ ଇତ୍ୟାଦି ରୋଗ ପାଇ କେୟାର ହସ୍ପିଟାଲରେ ଉପଲବ୍ଧ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କେୟାର ହସ୍ପିଟାଲ ଭୁବନେଶ୍ଵରର HCOO କିସଲେ ଆନନ୍ଦ କହିଥିଲେ ବ୍ରେନ୍ ଓ ମେରୁଦଣ୍ଡ ରୋଗର ସଫଳ ଚିକିତ୍ସା କରିବାରେ କେବଳ ଓଡ଼ିଶାରେ ନୁହେଁ ସମଗ୍ର ପୂର୍ବ ଭାରତରେ କେୟାର ହସ୍ପିଟାଲ ଭୁବନେଶ୍ଵର ଶାଖାର ରହିଛି ଏକ ସ୍ୱତନ୍ତ୍ର ପରିଚୟ। ଆଗାମୀ ଦିନରେ ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଭଳି ଅନେକ କର୍ମଶାଳାର ଆୟୋଜନ କରାଯିବ। ଅନ୍ୟମାନଙ୍କ ମଧ୍ୟରେ କେୟାର ହସ୍ପିଟାଲର ଏଭିପି ଡକ୍ଟର ଲୋକନାଥ ଦାଶ, କେୟାର ହସ୍ପିଟାଲରେ ଉପଲବ୍ଧ 24X7 ଷ୍ଟ୍ରୋକ୍ ୟୁନିଟ୍ ସମ୍ପର୍କରେ ସୂଚନା ଦେବା ସହିତ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ବୀମା ସହିତ ଗରିବ ଲୋକଙ୍କ ପାଇଁ ବିଏସକେୱାଇ କାର୍ଡ ମାଧ୍ୟରେ ଚିକିତ୍ସା ଉପଲବ୍ଧ ବୋଲି ସୂଚନା ଦେଇଥିଲେ ।
Mo sapath

Leave A Reply

Your email address will not be published.