Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ

0

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୬/୦୧ ଅନନ୍ୟ ସ୍ବେଛାସେବୀ ସେବା ପ୍ରତିଷ୍ଠାନ ” ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ପ୍ରତିବର୍ଷ ଭଳି ଟ୍ରଲି ଚାଳକ/ ରିକ୍ସା ଚାଳକ, ଘରୋଇ ସହାୟକ ଓ ଶ୍ରମିକ ମାନଙ୍କୁ ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୀତ ବସ୍ତ୍ର ଏବଂ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି ।  ଆଜି ମଧ୍ୟ ନୂତନ ବର୍ଷ ପ୍ରାରମ୍ଭରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ରେଲୱେ କଲୋନୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରାୟ ଶତାଧିକ ଟ୍ରଲି ଚାଳକ/ ରିକ୍ସା ଚାଳକ, ଘରୋଇ ସହାୟକ ଓ ଶ୍ରମିକ ମାନଙ୍କୁ ଜଗବନ୍ଧୁ ଜରାଶ୍ରମ ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l ଚଳିତବର୍ଷ ଶୀତରୁତୁ ପ୍ରାରମ୍ଭରୁ ପ୍ରାୟ ୨ମାସ ଧରି ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଆସୁଅଛି l “ଜଗବନ୍ଧୁ ଜରାଶ୍ରମ”ର ରାଜ୍ୟ ପ୍ରକଳ୍ପ ସଂଯୋଜିକା ଦ୍ଵିତୀୟ ଅନ୍ତର୍ଜାତୀୟ ପର୍ବତା ରୋହୀଣି ସୁଶ୍ରୀ ବିଭାରାଣୀ ପାତ୍ର ଓ ସାମ୍ବାଦିକା ଓ ସମାଜସେବୀ ବନ୍ଦନା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶିଷ୍ଟ ଡାକ୍ତର ଲିଆକତ୍ତ ଅଲ୍ଲୀ,ଜଗନ୍ନାଥ ମନ୍ଦିର ସମ୍ପାଦକ ସୌଭାଗ୍ୟ କୁମାର ମହାପାତ୍ର, ଇଂ. ଜିତେନ୍ଦ୍ର କୁମାର ସାହୁ, ସମାଜସେବୀ ଜନ୍ମେଜେୟ ମହନ୍ତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ l ଏହି କାର୍ଯ୍ୟକ୍ରମଟି ଓଡ଼ିଶାର ବିଭିନ୍ନ ଜିଲାମାନଙ୍କରେ ରେ ପ୍ରାୟ ୨ମାସ ଧରି ଚାଲି ଆସୁଅଛି ବୋଲି ଅନୁଷ୍ଠାନର ସମ୍ପାଦକ ଆଶୁତୋଷ ମିଶ୍ର ସୂଚନା ଦେଇଥିଲେ । ଆଗାମୀ ୨ମାସ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ବସ୍ତି ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ଏହି କାର୍ଯ୍ୟକ୍ରମ ଚାଲିବାର ଲକ୍ଷ୍ୟ ରଖାଯାଇଛି l

Mo sapath

Leave A Reply

Your email address will not be published.