Blank space
Blank space
Breaking News/ମୁଖ୍ୟ ଖବର:
ବଲିଉଡ୍ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ବିଜେପି ର ବିଡିଏ ଅଫିସ ସମ୍ମୁଖରେ ଧାରଣା।ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖାରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ…୦୭ ଅଗଷ୍ଟ ୨୦୨୩ – ଭାରତ ବନ୍ଦବିଜନେସ କ୍ଲବ ଅଫ୍ ଏଣ୍ଟରପ୍ରେନରସ (ବିସିଇ)ଉତ୍କଳ କ୍ଲବ୍ ର ଉଦ୍ଘାଟନୀ…ରାଜ୍ୟ ଆର୍‌ବିଏସ୍‌ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ସମୀକ୍ଷା ବୈଠକରାଜ୍ୟ ମିଶନ ଶକ୍ତି ଏସ୍ଏଚ୍‌ଜି କାହାର ଅଧ୍ଵସ୍ତ ନୁହଁନ୍ତି କି ଦୟାର ପାତ୍ର ନୁହଁନ୍ତିଉପକୃତ ବିଜେଡ଼ି ଉପେକ୍ଷିତ ଓଡ଼ିଶାଜୁନ ୭ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରାମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେଝାରସୁଗୁଡା ଉପନିର୍ବାଚନ….ରାଜ୍ୟରେ ୫ଟି ଶାସନ ପ୍ରତି କଂଗ୍ରେସର କଟାକ୍ଷନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତେ ଆୟ ବହୁପରିମାଣରେ କମି କମି ଯାଉଛି : କଂଗ୍ରେସଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ
Blank space

ମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ

➢ ୨୯ରେ ଜୁନିୟର ଏବଂ ୩୦ରେ ସିନିୟରଙ୍କ ପାଇଁ ଅଡ଼ିଶନ

0

➢ ମୁଖ୍ୟ ଆକର୍ଷଣ ବରିଷ୍ଠ ନାଗରିକ…
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୦୪ ଓଡ଼ିଶାବାସୀଙ୍କ ପାଖରେ ଫ୍ୟାସନ ଷ୍ଟାଇଲକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଉତ୍କଳକନିକା ଗ୍ୟାଲେରିଆ ମଲ୍ ଆୟୋଜିତ କରୁଛି ମିଷ୍ଟର ଆଣ୍ଡ ମିସ୍ ଉତ୍କଳ – ୨୦୨୩ । ଆସନ୍ତା ମେ ୬ ରେ ଏହାର ତୃତୀୟ ସଂସ୍କରଣ ମେଗା ଫ୍ୟାସନ ଶୋ ମଲ୍ ପରିସରରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ‘ମଲ୍‌’ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମଲ’ର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ କହିଛନ୍ତି ଯେ ଲୁକ୍କାୟିତ ଅବସ୍ଥାରେ ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଆମେ ଏହି ପ୍ରୟାସ ଆରମ୍ଭ କରିଛୁ ।
ଚଳିତ ବର୍ଷ ତିନୋଟି ବର୍ଗ ରଖାଯାଇଛି । ମିଷ୍ଟର ଏବଂ ମିସ୍ ଜୁନିୟର୍‌, ମିଷ୍ଟର ଏବଂ ମିସ୍ ସିନିୟର୍ ଏବଂ ବରିଷ୍ଠ ନାଗରିକ । ମିଷ୍ଟର ଏବଂ ମିସ୍ ଜୁନିୟର ଉତ୍କଳ ପାଇଁ ବୟସ ସୀମା ୬ ରୁ ୧୪ ଏବଂ ମିଷ୍ଟର ଏବଂ ମିସ୍ ଉତ୍କଳ ସିନିୟର୍ ଲାଗି ବୟସ ସୀମା ୧୮ରୁ ୨୭ ପର୍ଯ୍ୟନ୍ତ ରଖାଯାଇଛି । ସେହିପରି ବରିଷ୍ଠ ନାଗରିକଙ୍କୁ ଏହି ଫ୍ୟାସନ ସୋ ରେ ସାମିଲ କରାଯାଇଛି । ଯାହା ମୁଖ୍ୟ ଆକର୍ଷଣ ସାଜିବ। ୨୯ ତାରିଖରେ ସିନିୟର ଏବଂ ୩୦ରେ ଜୁନିୟର ବର୍ଗଙ୍କ ପାଇଁ ଅଡ଼ିଶନ୍ କରାଯିବ । ମୋଟ ୫୬ ଜଣ ପ୍ରତିଯୋଗୀଙ୍କୁ ଏଥିରୁ ଚୟନ କରାଯିବ । ପୁରୁଷ ବର୍ଗରେ ୧୪, ମହିଳାରେ ୧୪ ଏବଂ ବରିଷ୍ଠ ନାଗରିକ ବର୍ଗରେ ୧୪ ଓ ଜୁନିୟରରେ ୧୪ ଜଣ ଲେଖାଏଁ ଚୟନ ହେବେ । ଫାଇନାଲରେ ଉର୍ତ୍ତୀର୍ଣ୍ଣ ହୋଇଥିବା ବିଜେତାଙ୍କୁ ନଗଦ ଅର୍ଥ ରାଶି, ଟ୍ରଫି ପ୍ରଦାନ କରାଯିବା ସହ ମଲ୍ ପାଇଁ କଣ୍ଟ୍ରାକ୍ଟରେ ରହିବେ । ସେହିପରି ଉପବିଜେତାଙ୍କୁ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯିବ । ଏଥିପାଇଁ କୌଣସି ପ୍ରବେଶ ଦେୟ ରଖାଯାଇ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଓଡିଶୀ ନୃତ୍ୟଗୁରୁ ଶାଶ୍ବତ ଯୋଶୀ, ଓଲିଉଡ଼୍ ଅଭିନେତ୍ରୀ ସୁବାଙ୍ଗି ଜାନା, ଫ୍ୟାସନ କୋର୍ରିଓଗ୍ରାଫର ପ୍ରଶାନ୍ତ ଦାସ, ସୁଶୃୁତ ହସ୍ପିଟାଲର ସିଇଓ ଚିଦାତ୍ମିକା ଖଟୁଆ, ଆଶୁତୋଷ ଫଟୋଗ୍ରାଫି’ର ଆଶୁତୋଷ ସାହୁ ଏବଂ ଉତ୍କଳକନିକା ଗ୍ୟାଲେରୀଆ ମଲ୍‌ର ମାର୍କେଟିଂ ମୁଖ୍ୟ ଦୁଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.