Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଫେବୃୟାରୀ ୨୮ରୁ କେନ୍ଦୁଝରରେ ଅବାସିକ ନାଟ୍ୟ କର୍ମଶାଳା “କାଉଁରୀକଳା ରଙ୍ଗ ଆଖଡ଼ା”

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୭/୦୨: କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ, ଭାରତ ସରକାରଙ୍କ ପକ୍ଷରୁ ଏକ ଜାତୀୟସ୍ତରୀୟ ନାଟ୍ୟ କର୍ମଶାଳା “ କାଉଁରୀକଳା ରଙ୍ଗ ଆଖଡ଼ା” ଫେବୃୟାରୀ ୨୮ ତାରିଖରୁ କେନ୍ଦୁଝର ଜିଲ୍ଲା ସଦର ବ୍ଲକରେ ଥିବା ଏକ ବନବାସୀ ବହୁଳ
କାଉଁରୀ କଳା ଗ୍ରାମରେ ଅନୁଷ୍ଠିତ ହେବ । ଭାରତୀୟ ସଂସ୍କୃତି ପରମ୍ପରା ଉପରେ କାର୍ଯ୍ୟ କରୁଥିବା ଏକ ଅଖେଳ ଭାରତୀୟ ସଂଗଠନ “ ଆଦିମ୍-ସଂସ୍କୃତି”ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩୦ ଦିନ ବ୍ୟାପୀ ହେବାକୁ ଥିବା ଏହି ଆବାସିକ ନାଟ୍ୟ କର୍ମଶାଳାର ନିର୍ଦ୍ଦେଶକ ଭାବରେ
ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ନାଟ୍ୟକାର, ନିର୍ଦ୍ଦେଶକ ତଥା ନାଟ୍ୟ ପ୍ରଶିକ୍ଷକ ଦିନେଶ ଦାସ ଏବଂ ସଂଯୋଜକ ଭାବରେ ଡଃ ରୁଦ୍ରମଣି ପାତ୍ରଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ, ଭାରତ ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି । ଏଥ୍ ସହିତ
ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତିବିଶେଷ ଓ ଦିଲ୍ଲୀ ଏବଂ କୋଲକତାରୁ ମଧ୍ୟ ପ୍ରଶିକ୍ଷକମାନେ ଏହି କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କର୍ମଶାଳାରେ କେବଳ କନ୍ଦୁଝର ଜିଲ୍ଲାର ମୋଟ ୩୦ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରାଯିବ । ସମ୍ପୂର୍ଣ୍ଣ ଭାବେ ନିରକ୍ଷର କିମ୍ବା ନାମମାତ୍ର ସାକ୍ଷର ତଥା ଆର୍ଥିକ ଅନଗ୍ରସର ବନବାସୀ ସମାଜ କୈଶୋର ଅବସ୍ଥାରେ ଥିବା ପିଲମାନଙ୍କ ପାଇଁ ଏହି ନାଟ୍ୟ କର୍ମଶାଳାରେ ବିଶେଷ ବ୍ୟବସ୍ଥା କରାଯାଇଛି । ନାଟ୍ୟକର୍ମ ସହିତ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ମୁଖା ପ୍ରସ୍ତୁତି ଆଦି ପ୍ରାୟ ସମସ୍ତ
ଆନୁସଙ୍ଗିକ ବିଭାଗ ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷକମାନଙ୍କ ଦ୍ବାରା ତାଲିମ ପ୍ରଦାନ କରାଯିବ । ପ୍ରଶିକ୍ଷଣ ପରେ ପ୍ରାପ୍ତ ତାଲିମ ଓ ଦକ୍ଷତାକୁ
ନେଇ ସେମାନେ କିପରି ନିଜର ଜୀବନ ଜୀବିକା କରିପାରିବେ ତାହା ହିଁ ଏହି ନାଟ୍ୟ କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଆଗାମୀ ଦିନରେ ଉକ୍ତ କର୍ମଶାଳାର କଳେବରକୁ ଅଧିକ ବ୍ୟାପକ କରିବା ପାଇଁ ମଧ୍ୟ ଆଦିମ ସଂସ୍କୃତି ଅନୁଷ୍ଠାନ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ, ଭାରତ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ । ଏହି ନାଟ୍ୟ କର୍ମଶାଳାରେ ଯୋଗ ଦେବା ପାଇଁ ପ୍ରଶିକ୍ଷାର୍ଥୀମାନଙ୍କର ଚୟନ ପ୍ରକ୍ରିୟା ଆରମ୍ଭ ଚାଲୁଥିବା ବେଳେ ଆଶାୟୀମାନେ ଚୟନ ପ୍ରକ୍ରିୟାରେ ନିଜକୁ ସାମିଲ କରିବା ପାଇଁ ନିମ୍ନରେ ଦିଆଯାଇଥିବା “ ଆଦିମ୍-ସଂସ୍କୃତି”ର ଆଞ୍ଚଳିକ କେନ୍ଦୁଝର ଶାଖା ଅଥବା କର୍ମଶାଳା ସଂଯୋଜକ ଡଃ ରୁଦ୍ରମଣି ପାତ୍ରଙ୍କ ସହ ଯୋଗାଯୋଗ କରିପାରିବେ ।

Mo sapath

Leave A Reply

Your email address will not be published.