Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

୬୬ ତମ ସଂସ୍କୃତି ଚର୍ଚ୍ଚା ସମାରୋହ

‘'ସମାଜ ସଂସ୍କୃତି ଓ ଜାତୀୟ ଚରିତ୍ର”

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/0୨ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୬୬ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ପ୍ରଫେସର କୁମାରବର ଦାସ,ପୂର୍ବତନ କୂଳପତି ଫକୀର ମୋହନ ବିଶ୍ବବିଦ୍ୟାଳୟ, ବାଲେଶ୍ଵର । ମୁଖ୍ୟ ଅତିଥ୍‌ ଭାବରେ ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଯୋଗଦାନ କରିଥିଲେ ଏବଂ ସଭାପତିତ୍ବ କରିଥିଲେ ବିଭାଗୀୟ ଅତିରିକ୍ତ ଶାସନ
ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ । ସମ୍ପାନରେ ସ୍ଵାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା ।
ଏହି ଅବସରରେ ମୁଖ୍ୟ ବକ୍ତା ପ୍ରଫେସର କୁମାରବର ଦାସ କହିଥିଲେଯେ ସଂସ୍କାର ବିନା ସଂସ୍କୃତି ଅସିମୀଚିନ ।
ଇଂରାଜୀ ପାଠ ପଢ଼ିବା, ଇଂରାଜୀ ସାମ୍ରାଜ୍ୟବାଦର ଅହମିକା ବିଦେଶୀ ମାନସିକତା ଭରି ଦେଉଛି । ବୈଷମ୍ୟ ଅର୍ଥନୈତିକ ଓ ସାମାଜିକ ସମସ୍ୟା ଏବେ ଏହା ଅମାନବିକ ବ୍ୟାଧୁରେ ପରିଣତ ହୋଇଛି । ଯୁବ ସମାଜ ଆଜି ପଥ ଭ୍ରଷ୍ଠ । ମଣିଷର ସବୁ ବୁଦ୍ଧି ବିଦ୍ୟା ଓ ବୈଜ୍ଞାନିକ ଅଗ୍ରଗତି ସାରା ବିଶ୍ଵର ମୃତ୍ୟୁ ଘଣ୍ଟି ବଜାଇଲାଣି । ମାନବିକତା ସଂଯୁକ୍ତ ଜାତୀୟତାବୋଧ ଯୁଦ୍ଧ ପ୍ରବଣତା ବୃଦ୍ଧିକରିବା ପରିବର୍ତ୍ତେ ହ୍ରାସ ହେବା ଉଚିତ । ସାରା ପୃଥିବୀର ନବ୍ୟ ମାନବିକ ମୂଲ୍ୟବୋଧର ନେତୃତ୍ଵ ଭାରତ ନେବାକୁ ପ୍ରସ୍ତୁତ ହେବା ଉଚିତ । ଦୁର୍ନିତୀ ପ୍ରବଣତା ଆମ ଦେଶକୁ ପଛୁଆ କରି ରଖୁଛି । ସଂସ୍କୃତି ବିନା ସଭ୍ୟତା ନାହିଁ । ପ୍ରଫେସର ଦାସ ଉଦାହରଣ ଦେଇ କହିଥିଲେ ରାବଣ ଥିଲା ସଭ୍ୟତାର ପ୍ରତୀକ, ରାମ ଥିଲେ ସଂସ୍କୃତିର ପ୍ରତୀକ । ସଫଳତା ହେଉଛି ସ୍ଵାର୍ଥ କେନ୍ଦ୍ରିକ, ସାର୍ଥକତା ହେଉଛି ବିଶ୍ଵ କେନ୍ଦ୍ରିକ । ଅନ୍ଧ ବିଶ୍ଵାସ ହେଉଛି ଅପ ସଂସ୍କୃତି । ସମ୍ପାନର ମୁଖ୍ୟ ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ, ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ମହୋଦୟ କହିଥିଲେ ସମାଜ ନିଜସ୍ଵ ପରିଚୟ ସୃଷ୍ଟିକରେ ନିଜର ସଂସ୍କୃତି ମାଧ୍ୟମରେ । ଏହି ଭିତରେ ନିଜର ଜାତୀୟ ଚରିତ୍ର ସୃଷ୍ଟି ହୋଇଥାଏ । ଆମେ ଆମକୁ ବିଶ୍ଵଗୁରୁ ଭାବରେ ପ୍ରତିପାଦିତ କରିବାକୁ ହେଲେ ନିଜର ଚରିତ୍ର ମଧ୍ୟ ବଦଳାଇବାକୁ ପଡ଼ିବ । ସମ୍ପାନର ସମ୍ମାନନୀୟ ଅତିଥୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ ମହୋଦୟ କହିଥିଲେ ଯେ ସମାଜ ଓ ସଂସ୍କୃତି ପରଷ୍ପର ଜଡ଼ିତ । ସମାଜ, ସଂସ୍କୃତି ଓ ଜାତୀୟ ଚେତନା ଜାଗୃତି ହେଲେ ଦେଶ ଉନ୍ନତି ପଥରେ ଅଗ୍ରସର ହେବ । ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜିବୀ ମାନଙ୍କର ମୁକ୍ତ ଆଲୋଚନା ହୋଇଥିଲା ଯେଉଁଥିରେ ଉପସ୍ଥିତ ଶ୍ରୋତାମଣ୍ଡଳୀ ମୁଖ୍ୟ ବକ୍ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ତାହାର ଉତ୍ତର ପାଇଥିଲେ ।

Mo sapath

Leave A Reply

Your email address will not be published.