ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୬/୦୧ ପ୍ରଫେସର ରଶ୍ମୀ ମିଶ୍ରଙ୍କ ଦ୍ୱାରା ସଂଗୃହୀତ ହୋଇଥିବା କବିତା ପୁସ୍ତକ“ ୟୁଭିକା” ରୋଟାରିଆନ୍ ଜୟଶ୍ରୀ ମହାନ୍ତିଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ ମେ ଫେୟାର ଠାରେ ଉନ୍ମୋଚିତ ହୋଇଯାଇଛି । ପ୍ରଫେସର ରଶ୍ମୀ ମିଶ୍ର ଏବଂ ଡଃ ଲିତା ମହାପାତ୍ର ଏହି ପୁସ୍ତକ ସମ୍ପର୍କରେ ବର୍ଣ୍ଣନା କରି ନାରୀର ଅନ୍ଧକାରରୁ ପରମ ମୁକ୍ତିର ଦିଗ ଏବଂ ଶାରିରୀକ ବନ୍ଧନରୁ ମାନସିକ ମୁକ୍ତିର ଦିଗ ବିଷୟରେ ନିଜର ସାରଗର୍ଭକ ମତାମତ ଦେଇଥିଲେ । ଏହିି କବିତାଗୁଡିକ ପ୍ରତ୍ୟେକ ମହିଳାଙ୍କୁ ଏକ ବହୁମୂଖୀ ଚରିତ୍ରରେ ଚିତ୍ରିତ କରିଛି ଯେଉଁମାନେ ଧୈର୍ଯ୍ୟ ଓ ଗଭୀର ଭାବନା ସହ ଆସୁଥିବା ବାଧାବିଘ୍ନଗୁଡିକୁ ଅତିକ୍ରମ କରିଥାଆନ୍ତି । ଏହି କାର୍ଯ୍ୟକ୍ରମରେ ଡଃ ମଞ୍ଜୁଶ୍ରୀ ପଟ୍ଟନାୟକ, ଚିନ୍ମୟ ଜେନା, ପ୍ରଫେସର ଗୋପ
ରଞ୍ଜନ ମିଶ୍ର ଏବଂ ଡଃ ଦୀପା ପାଢୀଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥିଗଣ ଯୋଗ ଦେଇଥିଲେ ।