Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଯୁବ ଦିବସରେ ରକ୍ତଦାନ କଲା ମା’ବାସନ୍ତୀ ସ୍ବେଚ୍ଛାସେବୀ ଯୁବ ସଙ୍ଗଠନ

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ...

0

 

Birthday wishes
Blank space

ଭଦ୍ରକ,ତିହିଡି,୧୫/୧/୨୦୨୦(ନିରପେକ୍ଷଖବର) ରକ୍ତଦାନ ଦାନ ମହତ ଦାନ ଓ ମହାପୂର୍ଣ୍ଣ। ରକ୍ତହୀନତାରେ କେହି ମୃତ୍ୟୁ ମୁଖରେ ପଡ଼ିବେ ନାହିଁ । ତିହିଡ଼ି ବ୍ଲକ୍ ଅନ୍ତର୍ଗତ ସୟା ପଞ୍ଚାୟତର
ମା’ ବାସନ୍ତୀ ସେଚ୍ଛାସେବୀ ଯୁବ ସଙ୍ଗଠନ, ସୟା ପକ୍ଷରୁ ଏଭଳି ବାର୍ତ୍ତା ଦିଆଯାଇ ପ୍ରତିବର୍ଷ ରକ୍ତଦାନ ଶିବିର ଆୟୋଜନ କରାଯାଉଛି। ସଙ୍ଗଠନର କର୍ମକର୍ତ୍ତାମାନେ ମିଳିତ ହୋଇ ୨୦୦୯ ମସିହାରୁ ସୟା ଭଳି ଏକ ଗ୍ରାମାଞ୍ଚଳରେ ରକ୍ତଦାନ ଶିବିର କରି ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ସ୍ୱାମୀ ବିକେକାନନ୍ଦଙ୍କ ଜୟନ୍ତୀ ତଥା ଯୁବ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରଯାଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ୩୪ ଜଣ ସ୍ବେଚ୍ଛାସେବୀ ଭାଇ ଭଉଣୀ ରକ୍ତଦାନ କରିଥିଲେ । କର୍ଯ୍ୟକ୍ରମରେ ତିହିଡ଼ି ଥାନାର ଭାରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିବା ବେଳେ ଅଧ୍ୟାପକ ତଥା ବରିଷ୍ଠ ସାମ୍ବାଦିକ ରାମନାରାୟଣ ନାୟକ, ସାମ୍ବାଦିକ ପ୍ରାର୍ଥସାରଥୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଭଦ୍ରକ ରକ୍ତ ଭଣ୍ଡାର ଅଧିକାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଏଥିସହିତ ସଙ୍ଗଠନର ବାର୍ଷିକ କ୍ରୀଡା ଉତ୍ସବ ମଧ୍ୟ ଉଦଯାପିତ ହୋଇଯାଇଛି । ଏବିଏସ୍‌ଓଆଇ ପକ୍ଷରୁ ଆୟୋଜିତ ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇଥିବା ୧୬ତମ ବ୍ଲକସ୍ତରୀୟ କ୍ରିକେଟ ଟୁମେଣ୍ଟର ଫାଇନାଲ ମ୍ୟାଚ୍ ତ୍ରିଶକ୍ତି କ୍ଲବ ମଉଦା ଓ ଏବିସିଟି ରସାଳପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାରେ ତ୍ରିଶକ୍ତି କ୍ଲବ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୧୦ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଏହାର ଜବାବରେ ଏବିସିଟି ରସାଳପୁର ୪ ଉଇକେଟ ବିନିମୟରେ ୧୧୧ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା । ସଙ୍ଗଠନର ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ମହାନ୍ତି ଓ ବସନ୍ତ ମଳିକ ଖେଳ ପରିଚାଳନା କରିଥିଲେ। ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହ ତଥା ପୁରସ୍କାର ବିତରଣୀ ଉତ୍ସବରେ ଏକ ଯୁବ ସଖିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ତିହିଡି କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଅଧ୍ୟାପକ ଡଃ ଲକ୍ଷ୍ମୀଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ। ଶିକ୍ଷକ ଅଶୋକ କୁମାର ମଲ୍ଲିକ୍‌ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଜୀବନ ଜ୍ୟୋତି ସଙ୍ଗଠନର ସମ୍ପାଦକ ତଥା ସମାଜସେବୀ ଧିରେନ୍ଦ୍ର କୁମାର ସାହୁ , ସମ୍ମାନିତ ଅତିଥି ଭାବେ ଚିନ୍ମୟ ବେହେରା, ଜିସି ନୋଡାଲ ୟୁପି ସ୍କୁଲ, ସୟାର ଶିକ୍ଷକ ପ୍ରଦୀପ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Advertising:

ସଙ୍ଗଠନର ସଭାପତି କାହ୍ନୁ ଚରଣ ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କୋଷାଧକ୍ଷ ଶିଶିର କୁମାର ନାୟକ, ସୌମ୍ୟରଞ୍ଜନ ନାୟକ, ଲକ୍ଷ୍ମଣ କୁମାର ନାୟକ, କାଳନ୍ଦୀ ସେଠି, ଉଜଳ ନାୟକ,ଜ୍ୟୋତି ପ୍ରକାଶ ନାୟକ, ଜୟଦେବ ମଳିକ୍, ଶ୍ରୀଧର ଖିଲାର, ସୁଦିପ କବି, ଗଗନ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଶେଷ ଭାଗରେ ଟୁର୍ଣ୍ଣାମେଣ୍ଟର ଉଭୟ ବିଜୟ ଓ ପରାଜୟୀ ଟିମକୁ ପୁରସ୍କୃତ କରାଯାଇଥିବା ବେଳେ ମ୍ୟାନ୍ ଅଫ୍ ଦ ସିରିଲ ଭବେ ଏସଟିର ସୁମନ ସାଗର ମହରି, ମ୍ୟାନ୍ ଅଫ ମ୍ୟାଚ୍ ଓ ବେଷ୍ଟ ଅଲରାଉଣ୍ଡର ଭାବେ ବନା ଦାସ, ବେଷ୍ଟ ବଲର ଭାବେ ଲଲାଟେନ୍ଦୁ ଘଡେଇ ଓ ବେଷ୍ଟ ଫିଲଡର ତ୍ରିଶକ୍ତି ଦୀଲପ ମାଝିଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଯୁବ ଦିବସରେ ରକ୍ତଦାନ କରିଥିବା ସ୍ବେଛସେବୀ ଯୁବକ ଓ ଯୁବତୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସାଟିଫିକେଟ୍ ଦେଇ ସମ୍ମାନିତ କରାଯାଇଥିଲା ।

Mo sapath

Leave A Reply

Your email address will not be published.