Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ।

0

ବାରିପଦା(ନିରପେକ୍ଷ ଖବର)ତା୧୬/୦୧/୨୦୨୦-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ।ଦିବଲୋକ ରେ ବିଚ ରାସ୍ତାରେ ଚୁରା ମାଡ କଲେ ଯୁବକ।ଯାହା ଫଳରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରି ବସି ରହିଛନ୍ତି।ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟ ର ଟ୍ରକ ବସ ସବୁ ଅଟକି ରହିଛି।ସ୍ଥାନୀୟ ଲୋକଙ୍କ ଦାବି ଯେ ଜିଲ୍ଲାପାଳ ଘଟଣା ସ୍ଥଳ କୁ ଆସି ଘଟଣା ର ସମାଧାନ କରନ୍ତୁ।ଏହି ଦାବିରେ ଅବରୋଧ କରି ବସିଥିଲେ।ଗତ ମଙ୍ଗଳବାର ଦିନ କୁକୁଡ଼ାପାଡା ରେ ସ୍ଥାନୀୟ ତକତପୁର ଛକ ଓ ରାଣୀ ବନ୍ଧର କିଛି ଯୁବକଙ୍କ ମଧରେ ଗଣ୍ଡଗୋଳ ହୋଇଥିଲା। ସେହି ଗଣ୍ଡଗୋଳ ପରେ ଉଭୟ ଗୋଷ୍ଠୀ ସମାଧାନ ପାଇଁ ଆଜି ଗାଁ ରେ ବସିଥିଲେ। ଗଣ୍ଡଗୋଳ ସମାଧାନ ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ଏହାପରେ ବିଦୁ କିସ୍କୁ ଗଣ୍ଡଗୋଳ ସମାଧାନ ପାଇଁ ଏସ ପି ଙ୍କ ନିକଟକୁ ଆସୁଥିବା ବେଳେ ଲିକୁ ଦାସ ଛୁରାମାଡ଼ କରିଥିଲା ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଉଭୟ ଗୋଷ୍ଠୀ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ୧୮ ନମ୍ବର ଜାତୀୟ ରାଜପଥ ର ତକତପୁର ଛକରେ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କ ସହ ବୁଝାସୁଝା କରିଛନ୍ତି। ସ୍ଥାନୀୟ ତକତପୁର ଅଂଚଳର ଯୁବକ ମାନେ ତାଙ୍କୁ ଆକ୍ରମଣ କରିଥିଲେ।ଉଭୟ ଗୋଷ୍ଠୀ ର ୪ ଜଣ ଆହତ ହୋଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ରେ ଭର୍ତ୍ତି ହୋଇଛନ୍ତି।ତେବେ ଆହତ ମାନେ ହେଉଛନ୍ତି ବିଦୁ କିସ୍କୁ , ଶଙ୍କର ମାରାଣ୍ଡି , ଗୁଲୁ ଦାସ ଓ ଉର୍ମିଳା ପାତ୍ର ।

Advertising:
Blank space

ଜାତୀୟ ରାଜପଥ ୧୮ କୁ ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ୧ କିଲୋମିଟର ଧରି ବହୁସଂଖ୍ୟାରେ ଗାଡି ମୋଟର ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା।ତେବେ ଘଟଣା ସ୍ଥଳୀରେ ପୋଲିସ ପହଂଚି ଆହତ ମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ କୁ ଆଣିବା ସହ ଗଣ୍ଡଗଳ ରେ ଜଡିତ ଥିବା ଅଭିଯୁକ୍ତ ମାନଙ୍କ ସନ୍ଧାନରେ ଲାଗି ପଡିଛି।

Mo sapath

Leave A Reply

Your email address will not be published.