Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଚୈତ୍ର ମାସରେବି ଶୁଭୁନି ବାରିପଦାରେ ଗୁରୁଗମ୍ଭୀର ଛଉବାଦ୍ୟ

କରୋନା ପାଇଁ ଚଳିତ ବର୍ଷ ଚୈତ୍ରପର୍ବ ହେଉନଥିବା ବେଳେ ଖାଁଖାଁ ଛଉପଡିଆ

0

ବାରିପଦା,ନିରପେକ୍ଷ ଖବର: ତା ୧୩/୪  ଚୈତ୍ର ମାସ ଆସିଲେ ଦୁଲୁକି ଉଠେ ମୟୂରଭଞ୍ଜ ମାଟି । ବିଶ୍ୱ ପ୍ରସିଦ୍ଧ ଲୋକନୃତ୍ୟ ଛଉର ତାଳେତାଳେ ବାଦ୍ୟକାର ଏବଂ ନୃତ୍ୟଶିଳ୍ପୀ ମାନେ ସାରା ଚୈତ୍ରମାସ ଆଖଡା ଘରେ ଅଭ୍ୟାସ କରିବା ପରେ ମାସର ଶେଷ ତିନିଦିନ ବାରିପଦା ଛଉପଡିଆରେ ଅନୁଷ୍ଠିତ ହୋଇ ଥାଏ ଛଉନୃତ୍ୟର ବାର୍ଷିକ ଉତ୍ସବ ଚୈତ୍ରପର୍ବ । ରାଜା ରାଜୁଡା ଅମଳରେ ରାଜ ଦରବାରରେ ଏହି ସମରକଳା ଛଉନୃତ୍ୟ ରାଜା ମାନଙ୍କର ପୃଷ୍ଠପୋଷକତାରେ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଥିଲା । ସ୍ୱାଧିନତା ପରବର୍ତୀ କାଳରେ ଏହି ନୃତ୍ୟ ପ୍ରସାଶନର ତତ୍ୱାବଧାନ କ୍ରମେ ପ୍ରଥମେ କିଛି ବର୍ଷ ବର୍ତମାନ ଆରକ୍ଷୀ ଅଧିକ୍ଷକ ଓ ବିଜୁ ଭବନ ମଝିରେ ଥିବା ପଡିଆରେ ଏବଂ ପରେପରେ ବାରିପଦା ଛଉପଡିଆରେ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଛି । ଚୈତ୍ରମାସର ଶେଷ ତିନିଦିନ ଚୈତ୍ରପର୍ବ ପାଳନ ହେଉଥିବା ବେଳେ ପ୍ରଥମ ଦିନ ଗ୍ରାମାଂଚଳର ଛଉନୃତ୍ୟଦଳ ଗୁଡିକର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥାଏ । ଏବଂ ଶେଷ ଦୁଇଦିନ ଧରି ବାରିପଦାର ଉତର ସାହି ଓ ଦକ୍ଷିଣ ସାହି ଛଉନୃତ୍ୟ ପ୍ରତିଷ୍ଠାନ ମଧ୍ୟରେ ସାରାରାତି ଛଉନୃତ୍ୟ ଅନୁଷ୍ଠିତ ହୋଇଥାଏ । ବାରିପଦା ଛଉନୃତ୍ୟ ଦେଖିବାକୁ ବେବଳ ବାରିପଦା ବା ମୟୂରଭଞ୍ଜର ନୁହନ୍ତି ପୋଡଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଆଦି ରାଜ୍ୟରୁ ମଧ୍ୟ ବହୁ ଦର୍ଶକ ଛୁଟି ଆସିଥାନ୍ତି । ଏହି ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ଉପରେ ଗବେଷଣା କରୁଥିବା ଅନେକ ବହିରାଗତ ଗବେଷକ ମଧ୍ୟ ଏହି ଉତ୍ସବରେ ଯୋଗଦେଇ ଏହି ଅନନ୍ୟ ସମରକଳା ସାଂସ୍କୃତିକ ଲୋକନୃତ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ମାନ କରିଥାନ୍ତି ।

Public Advised
Blank space

ଛଉବାଦ୍ୟର ଗୁରୁଗମ୍ଭୀର ଶବ୍ଦ ସାରା ଚୈତ୍ରମାସ ସଂଧ୍ୟାରେ କେବଳ ବାରିପଦା ନୁହେଁ ସାରା ମୟୂରଭଞ୍ଜର ପୁରପଲ୍ଲୀରେ ଶୁଣା ଯାଇଥାଏ । ଚୈତ୍ର ପର୍ବ ତିନିଦିନ ପାଳନ ହେବା ପରେ ବୈଶାଖ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇତାଏ ଉଡାପର୍ବ । ବାରିପଦାର କଲେଜ ଛକ ନିକଟରେ ଏହି ଉଡାପର୍ବ ଅନୁଷ୍ଠିତ ହେଉଥିବା ବେଳେ ରାଇରଙ୍ଗପୁର ଗଢ, ଠାକୁରମୁଣ୍ଡା ର ଉଡାପର୍ବ ବେଶ ଧୂମଧାମରେ ପାଳିତ ହୋଇଥାଏ । ପୁରପଲ୍ଲୀରେ ବିଭିନ୍ନ ସ୍ଥାନରେ ମଧ୍ୟ ଉଡାପର୍ବ ପାଳିତ ହୋଇଥାଏ । ଏହି ଉଡାପର୍ବରେ ମାନସିକ ଧାରୀ ଭକ୍ତ ମାନେ ନିଆଁରେ ଚାଲିବା, ଜିଭରେ କଂଟା ଫୋଡିହେବା ଭଳି ଦୁଃସାହସିକ କାର୍ଯ୍ୟମାନ କରିଥାନ୍ତି । ମାନସିକ ଧାରୀ ଭକ୍ତା ମାନେ ନଦୀରୁ ପୁଜାକରି ଘଟ, ବେତ, ପାତାକା ଆଦି ଧାରଣ କରି ଛଉନୃତ୍ୟର ଆରାଧ୍ୟ ଦେବତା ଭୈରବ ଓ ଭୈରବୀ ପୀଠରେ ନାନା ବିଧିମତେ ନିଜର ମାନସିକ ସମ୍ପର୍ଣ୍ଣ କରିଥାନ୍ତି । ଭକ୍ତା ମାନଙ୍କର ଶୋଭାଯାତ୍ରା ନିଶାର୍ଦ୍ଧ ରାତିରେ ଛଉପଡିଆ ମଂଚକୁ ଆସିଥାଏ । ସେଠାରେ ସେମାନେ ନିଜର ସ୍ୱତନ୍ତ୍ର କଳାକୌଶଳ ପ୍ରଦର୍ଶନ କରିଥାନ୍ତି । ମାତ୍ର ଚଳିତ ବର୍ଷ କରୋନା ଭାଇରସ  (କୋଭିଡ -୧୯)ର ସଂକ୍ରମଣ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା କରିବାକୁ ଆମ କେନ୍ଦ୍ର ଏବଂ ରାଜ୍ୟ ସରକାର ଦୃଢତାର ସହ ମୁକାବିଲା କରୁଛନ୍ତି । ଏହି ପରିପ୍ରେକ୍ଷୀରେ  ଚଳିତ ବର୍ଷ ଚୈତ୍ରପର୍ବ ପାଳିତ ହେଉନାହିଁ । ଛଉବାଦ୍ୟର ତାଳେତାଳେ ଆଜିର ଦିନରେ ଦୁଲୁକି ଉଠୁଥିବା ଛଉପଡିଆ ଆଜି ଶୁନଶାନ ଖାଁଖାଁ ଲାଗୁଛି । ଛଉପ୍ରେମୀ ମାନଙ୍କ ମନରେ ବିଷାଦ ଦେଖାଯାଇଥିବା ବେଳେ କରୋନା ଭଳି ଏକ ବିଶ୍ୱ ମହାମାରୀର ମୁକାବିଲା ସର୍ବାଗ୍ରେ ପ୍ରଧାନ୍ୟ ଦିଆଯିବା ଦରକାର ବୋଲି କହିଛନ୍ତି ବାରିପଦାର ଛଉପ୍ରେମୀ ମାନେ ।

Mo sapath

Leave A Reply

Your email address will not be published.