ଭୁବନେଶ୍ୱର, ନିରପେକ୍ଷ ଖବର: ତା ୦୨/୦୯ ଦୀର୍ଘ ୧୪ ବର୍ଷ ଧରି କାର୍ଯ୍ୟ କରୁଥିବା ଯୋଗାଣ ସହାୟକମାନଙ୍କ ସ୍ଥାୟୀ ନିଯୁକ୍ତି ଓ ନିୟମିତକରଣ ଦାବି ପୂରଣ ନହେବାରୁ ପୁଣି ତୀବ୍ର ହେବ ଆନ୍ଦୋଳନ।
ସଂଗଠନର ଅଭିଯୋଗ, ସରକାରଙ୍କ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ଆଶ୍ୱାସନ ସତ୍ତ୍ୱେ ଦାବି ପୂରଣ ଦିଗରେ କୌଣସି ଠୋସ୍ ନିଷ୍ପତ୍ତି ନିଆଯାଇନାହିଁ।

ଏହାର ପ୍ରତିବାଦରେ ୨ ସେପ୍ଟେମ୍ବରରୁ ଯୋଗାଣ ସହାୟକମାନେ ସାମୂହିକ ଛୁଟିରେ ଯିବେ। ଏହାସହ ଆସନ୍ତା ୭ ସେପ୍ଟେମ୍ବରରୁ ଭୁବନେଶ୍ୱର ଲୋୟର ପିଏମ୍ଜିରେ ପୁଣିଥରେ ଗଣତାନ୍ତ୍ରିକ ଆନ୍ଦୋଳନ ଆରମ୍ଭ କରିବାକୁ ସଂଗଠନ ଘୋଷଣା କରିଛି।
ଯୋଗାଣ ସହାୟକମାନଙ୍କ କହିବା କଥା—ଏହି ଲଢ଼େଇ କାହା ବିରୋଧରେ ନୁହେଁ, ବରଂ ୧୪ ବର୍ଷର ସେବା, ସମ୍ମାନ, ଅଧିକାର ଓ ଭବିଷ୍ୟତ ପାଇଁ ଏକ ଗଣତାନ୍ତ୍ରିକ ସଂଗ୍ରାମ।

