ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୬/୦୭ ଓଡ଼ିଶାର ଯୁବ ପ୍ରତିଭାଙ୍କୁ ଜାତୀୟ ମଞ୍ଚରେ ନିଜ ପରିଚୟ ଗଢ଼ିବାର ସୁଯୋଗ ଦେବା ଲକ୍ଷ୍ୟରେ ଆୟୋଜିତ ହେବ ‘ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୬’।
ଏନିଗ୍ମା ଓ ମିସ୍ ଇଣ୍ଡିଆ ଅର୍ଗାନାଇଜେସନ୍ର ମିଳିତ ସହଯୋଗରେ ଏହି ପ୍ରତିଷ୍ଠିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେଉଛି। ଆଡିକ୍ସନ୍ ଫ୍ୟାଶନ୍ ମ୍ୟାନେଜମେଣ୍ଟ ଆଣ୍ଡ କନସଲ୍ଟାନ୍ସି ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରାଯିବ।

ସମଗ୍ର ଓଡ଼ିଶାରୁ ଆସିଥିବା ୧୫୦ରୁ ଅଧିକ ଆବେଦନକାରୀଙ୍କ ମଧ୍ୟରୁ ୧୨ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି। ଏହି ପ୍ରତିଯୋଗୀମାନେ ‘ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୬’ର ମୁକୁଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଏହି ପ୍ରତିଯୋଗିତାର ବିଜେତାଙ୍କୁ ଫେମିନା ମିସ୍ ଇଣ୍ଡିଆ ୨୦୨୭ ପାଇଁ ସିଧାସଳଖ ପ୍ରବେଶ ସୁଯୋଗ ମିଳିବ। ଏଥିସହ ଜାତୀୟ ମଞ୍ଚରେ ଓଡ଼ିଶାର ପ୍ରତିନିଧିତ୍ୱ କରିବାର ଗୌରବ ମଧ୍ୟ ହାସଲ କରିବେ ବିଜେତା।
ପ୍ରେସ୍ ମିଟ୍ରେ ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୬ ସୁଶ୍ରୀ ଦୀପ୍ତି ମହାନ୍ତି, ଏସ୍ଏନ୍ଏମ୍ ଗ୍ରୁପ୍ର ନିର୍ଦ୍ଦେଶକ; ମିସ୍ ଇଣ୍ଡିଆ ଅର୍ଗାନାଇଜେସନ୍, ଦି ଟାଇମ୍ସ ଗ୍ରୁପ୍ର ମିଡିଆ ଆଣ୍ଡ ମାର୍କେଟିଂ ଲିଡ୍ ଶ୍ରୀ ବେନେଟ୍ ନାଥନ୍; ଏନିଗ୍ମାର ନିର୍ଦ୍ଦେଶକ ସୁଶ୍ରୀ ନିରଜପ୍ରିୟା ଦାଶ; ଆଡିକ୍ସନ୍ ଫ୍ୟାଶନ୍ ମ୍ୟାନେଜମେଣ୍ଟ ଆଣ୍ଡ କନସଲ୍ଟାନ୍ସିର ନିର୍ଦ୍ଦେଶକ ଶ୍ରୀ ଜନ୍ ଅଜୟ; ମିସ୍ ଓଡ଼ିଶା ୨୦୨୫ ତଥା ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୨୬ ସୁଶ୍ରୀ ଆୟୁଷୀ ପଣ୍ଡା ଏବଂ ପ୍ରାଚୀ ସରୋବର ପ୍ରିମିୟର, ଭୁବନେଶ୍ୱରର ଜେନେରାଲ୍ ମ୍ୟାନେଜର ଶ୍ରୀ ସନ୍ତୋଷ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଗ୍ରାଣ୍ଡ ଫିନାଲେରେ ଫେମିନା ମିସ୍ ଇଣ୍ଡିଆ ସାଧଵୀ ସୈଲ୍ଙ୍କ ସମେତ ମିସ୍ ଇଣ୍ଡିଆ ଅର୍ଗାନାଇଜେସନ୍ର ପ୍ରମୁଖ ବ୍ୟକ୍ତିବିଶେଷ ଓ ବିଶିଷ୍ଟ ପ୍ୟାନେଲିଷ୍ଟମାନେ ବିଚାରକ ଭାବେ ଯୋଗଦେବେ।
ପ୍ରତିଯୋଗିତାର ଯାତ୍ରା ଆରମ୍ଭ ହେବ ୨୦ ସେପ୍ଟେମ୍ବର ୨୦୨୬ରୁ ଅଡିସନ୍ ସହିତ। ଏହାପରେ ୨୫ ଅକ୍ଟୋବରରେ ମେଗା ଅଡିସନ୍ ଅନୁଷ୍ଠିତ ହେବ। ଶେଷରେ ଡିସେମ୍ବର ୨୦୨୬ରେ ଆୟୋଜିତ ହେବ ବହୁ ପ୍ରତୀକ୍ଷିତ ‘ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୬’ ଗ୍ରାଣ୍ଡ ଫିନାଲେ।
ଓଡ଼ିଶାର ପ୍ରତିଭା, ଆତ୍ମବିଶ୍ୱାସ ଓ ସ୍ୱପ୍ନକୁ ଜାତୀୟ ମଞ୍ଚରେ ପହଞ୍ଚାଇବାର ଏହି ମଞ୍ଚ କିଏ ଜିତିବେ ତା’ଉପରେ ଏବେ ସମସ୍ତଙ୍କ ନଜର।

