ନୂଆଦିଲ୍ଲୀ: ନିରପେକ୍ଷ ଖବର :୧୪/୦୮ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କୁ ଗୁରୁବାର ନୂଆଦିଲ୍ଲୀରେ ଭେଟିଛନ୍ତି ଓଡ଼ିଶାର ଜଣେ ବରିଷ୍ଠ ନେତା। ଏହି ସାକ୍ଷାତକାର ସମୟରେ ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ ସ୍ଥିତି ସହ ଝାରସୁଗୁଡ଼ାର ରାଜନୈତିକ ପରିସ୍ଥିତିକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ବୈଠକରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମ, ଝାରସୁଗୁଡ଼ାର ଉଦୀୟମାନ ରାଜନୈତିକ ସମୀକରଣ ଏବଂ ଜନସେବା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା କୁହାଯାଇଛି।

ସାକ୍ଷାତକାର ପରେ ନେତା ଜଣକ କହିଛନ୍ତି ଯେ, ଅମିତ ଶାହଙ୍କ ସ୍ନେହ, ମାର୍ଗଦର୍ଶନ ଓ ପ୍ରେରଣା ପ୍ରତିଥର ନୂଆ ଶକ୍ତି ପ୍ରଦାନ କରିଥାଏ। ତାଙ୍କର ମୂଲ୍ୟବାନ ମାର୍ଗଦର୍ଶନ ଜନସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରୁଥିବା ସେ କହିଛନ୍ତି।
ଓଡ଼ିଶାରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ଏବଂ ରାଜ୍ୟରେ ବଢ଼ୁଥିବା ରାଜନୈତିକ ଗତିବିଧି ମଧ୍ୟରେ ଏହି ସାକ୍ଷାତକାରକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।

