Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଦୁଃଖୀ ଜାଣେ ଦୁଃଖର କୋହ…

ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି 'ୱାର୍ଡମେମ୍ବର' ନିରଞ୍ଜନ ମହାଳିକ

0

*ନିଜେ ରକ୍ତ ଦେଇ କମଳାକାନ୍ତଙ୍କ ଅପରେସନ ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ କଲେ…

ଭଦ୍ରକ,ନିରପେକ୍ଷ ଖବର:ତା ୨୧/୧୨/୨୦୨୦ ଗତ ଶୁକ୍ରବାର ରାତି ପ୍ରାୟ ସାଢ଼େ 10 ସମୟ। ହଠାତ ଏକ ମାଲବାଇ ଟ୍ରେନ ମାଡି ଆସିଲା। ଟ୍ରେନ ଲାଇନରେ ସୋଇଥିବା କମଳାକାନ୍ତ ଜେନାଙ୍କ ହାତରେ ଚଢି ଗଲା। ଦେଖୁ ଦେଖୁ ମହାଦେବସାହିର ବାଇଧର ଜେନାଙ୍କ ଏକମାତ୍ର 28 ବର୍ଷୀୟ ପୁଅ କମଳାକାନ୍ତଙ୍କର ଡାହାଣ ହାତ ପୁରା କଟି ଗଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ହରିପୁର ପାଖରେ କମଳାକାନ୍ତ ଛିଡା ହୋଇଥିବା ଖବର ପହଞ୍ଚିଥିଲା ନିରଞ୍ଜନଙ୍କ ପାଖରେ। ଏ ଖବର ଶୁଣିବା ମାତ୍ରେ ସେ ତୁରନ୍ତ ସହାୟତା ଯୋଗାଇବାକୁ ଦୌଡ଼ି ଯାଇଥିଲେ। ପରିବାର ଲୋକ ପହଞ୍ଚିବା ପୂର୍ବରୁ ନିରଂଜନ ଦୁର୍ଘଟଣା ସ୍ଥଳକୁ ଯାଇ କମାଳକାନ୍ତଙ୍କୁ ତିହିଡି ମେଡିକାଲରେ ପହଞ୍ଚାଇ ଥିଲେ। ସେଠାରୁ ପୁଣି ଭଦ୍ରକ ମେଡିକାଲ ତାପରେ କଟକ ବଡ଼ମେଡିକାଲକୁ ନେଇ ଯାଇଥିଲେ। ଖାଲି ଏତିକି ନୁହେଁ ଜୀବନରେ କେବେ ବି ରକ୍ତ ଦେଇ ନଥିବା ନିରଞ୍ଜନ ପ୍ରଥମ ଥର ପାଇଁ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ମନର କେବଳ ଗୋଟେ କଥା ଉଙ୍କି ମାରୁ ଥିଲା ଯେ କେମିତି କମଳାକାନ୍ତ ଆରୋଗ୍ୟ ହେବେ। କମଳାକାନ୍ତ ଏବେ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କ ବାପା ବାଇଧର ଜେନା ଜଣେ ଖଟିଖିଆ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ପୁଅର କଟା ହାତ ଅପରେସନ କରିବାରେ ଅସମର୍ଥ ହେଉଛନ୍ତି। ଏଭଳି ସମୟରେ ଯଦି ଆମେ କିଛି କିଛି ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ପାରନ୍ତେ କମଳାକାନ୍ତ ସୁସ୍ଥ ହୋଇ ପୁଣି ଥରେ ବାପାଙ୍କର ସ୍ୱପ୍ନ ପୂରଣ କରିପାରନ୍ତା।

Blank space

ଆସନ୍ତୁ ଜାଣିବା ୱାର୍ଡ ମେମ୍ବର ନିରଞ୍ଜନଙ୍କ ମହାନତା ବିଷୟରେ….

ସ୍ଥାନୀୟ ଅଞ୍ଚଳରେ ଜଣେ କର୍ମବୀର ଯୁବକ ଭାବେ ନିରଞ୍ଜନଙ୍କୁ ସମସ୍ତେ ଜାଣନ୍ତି। ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ସେ ଉଚ୍ଚଶିକ୍ଷିତ ହୋଇପାରି ନଥିଲେ। ପରିବାର ଚଳାଇବା ପାଇଁ ପିଲାଟି ଦିନରୁ ବାପାଙ୍କ କୁଳ ବ୍ୟବସାୟ ଚାଷ କାର୍ଯ୍ୟ ସାଙ୍ଗକୁ ରିକ୍ସା ଚଲାଇବାକୁ ଆଗେଇ ଆସିଥିଲେ। ଗ୍ରାମର ପାଖପଡ଼ୋଶୀଙ୍କ ଜମିରେ କାମ କରି ପରିବାର ମୁହଁରେ ଦାନା ଦେବା ସହ ଧୀରେ ଧୀରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେ। ଗ୍ରାମବାସୀଙ୍କ ସୁଖ ଦୁଃଖରେ ସାଥି ହେଲେ। ସେଥିପାଇଁ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀମାନେ ତାଙ୍କୁ ୱାର୍ଡମେମ୍ବର ଭାବେ ବାଛି ଗାଁର ମୁଖିଆ କଲେ। ସେ ମଧ୍ୟ ଦଳଗତ ନିର୍ବିଶେଷରେ ସମସ୍ତଙ୍କ ଭଲମନ୍ଦରେ କାନ୍ଧକୁ କାନ୍ଧ ମିଶାଇ ହୃଦୟ ଜିଣିଛନ୍ତି। ନିରଞ୍ଜନ ହେଉଛନ୍ତି ବାବାଜୀ ମହାଳିକଙ୍କ ବଡ଼ପୁଅ। ନିରଞ୍ଜନଙ୍କର ଏମିତି ନିଃସ୍ୱାର୍ଥପର ସେବା ପାଇଁ ସମସ୍ତେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Mo sapath

Leave A Reply

Your email address will not be published.