ବାରିପଦା (ନିରପେକ୍ଷ ଖବର) ୧୫/୩ : କରୋନାର କରାଳ ରୂପରେ ସାରା ବିଶ୍ୱ ଦୋହଲୁଥିବା ବେଳେ ଓଡ଼ିଶାରେ ମଧ୍ୟ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଛି। ସେଥିପାଇଁ ରାଜ୍ୟ ସରକାର କରୋନକୁ ମହାମାରୀ ଘୋଷଣା କରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରେକ୍ଷାଳୟ ଆଦିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି କୌଣସି ଭିଡଭାଡ ସ୍ଥାନକୁ ନ ଯିବାକୁ ଅନୁରୋଧ କରିଛନ୍ତି । ହେଲେ ସରକାରଙ୍କ ଏହି ନିର୍ଦ୍ଧେଶକୁ ସମଗ୍ର ରାଜ୍ୟ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ କିନ୍ତୁ ସରକାରଙ୍କ ନିଷ୍ପତିକୁ ବାଆଁ ବାଆଁ କରି ଉଡାଇ ଦେଉଛି। କରୋନା ଭାଇରସ କବଳରୁ ଜନସାଧାରଣଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ମେଳା ମହୋତ୍ସବକୁ ବାତିଲ କରାଯାଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ କିନ୍ତୁ ବାରିପଦା ଛଉ ପଡ଼ିଆରେ ବାରିପଦା ସପିଂ ଫେଷ୍ଟିବାଲ ଏଣ୍ଡ ଫୁଡ଼ ଏକ୍ସପୋ ପ୍ରଦର୍ଶନୀ ଖୁଲା ରଖିଛି। ସନ୍ଧ୍ୟା ହେଲେ ଏହି ବଜାରକୁ ହଜାର ହଜାର ଲୋକ ଆସି ଠୁଳ ହେଉଛନ୍ତି। ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଲୋକ ଏକଜୁଟ ହେଉଥିବାରୁ ଏହି କରୋନା ଭାଇରସ ମୁହଁରେ ଯେ କେହି ଜଣେ ପଡିଗଲେ କଥା ସରିଲା।
ସାରା ମୟୁରଭଞ୍ଜବାସୀଙ୍କୁ ଏହାର ପରିଣାମ ଭୋଗିବାକୁ ଯଥେଷ୍ଟ ସମ୍ବାବନା ରହିଛି। କରୋନା ଭାଇରସର ଭୟାନକ ରୂପ ବାବଦରେ ଜିଲ୍ଲା ପ୍ରଶାସନ ସବୁ ଜାଣି ଶୁଣି ଚୁପ ହୋଇ ବସିବା ଚିନ୍ତାର ବିଷୟ ପାଲଟିଛି। ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ଏଭଳି ଖାମଖିଆଲି ନୀତିକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Next Post