Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ଭଗବାନଙ୍କ ଭରଷାରେ ପିଆରଏମ୍ ମେଡିକାଲର ରୋଗୀ

0

ଶିଶୁକୁ ନିଜେ ମା ଅକ୍ସଞ୍ଜେନ ଦେଉଥିବା ଭିଡ଼ିଓ ଭାଇରାଲ।

ବାରିପଦା(ନିରପେକ୍ଷ ଖବର)ତା-୨୫/୦୧/୨୦୨୦-ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହେବା ପରେ ମୟୁରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିଲା। ଜିଲ୍ଲାବାସୀଙ୍କ ସବୁ ଦୁଃଖ ଲାଘବ ହେଲା ଭଳି ଲାଗୁଥିଲା। ହେଲେ ଲୋକଙ୍କର ଦୁଃଖ ଦୂର ହେବା ତ ଦୂରର କଥା ଏବେ ଭଗବାନଙ୍କ ଭରଷାରେ ରୋଗୀମାନେ ମେଡିକାଲରେ ଚିକିତ୍ସା ହେଉଛନ୍ତି। କେତେବେଳେ ଡାକ୍ତରଙ୍କ ଦୌରାତ୍ମରେ ଶିକାର ହେଉଛନ୍ତି ତ ଆଉ କେତେବେଳେ ନର୍ସଙ୍କ ହାତରେ ଚିକିତ୍ସା ହେବାକୁ ପଡୁଛି କେତେବେଳେ ମେଡିକାଲ କେଣ୍ଟିନରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଦ୍ୱାରା ରୋଗୀଙ୍କୁ ଇଂଜେକସନ ମଧ୍ୟ ଦିଆଯାଇଛି। ତଥାପି ଆଉ ବିକଳ୍ପ କିଛି ନ ଥିବାରୁ ମୟୁରଭଞ୍ଜବାସୀ ବାଧ୍ୟବାଧ୍ୟକତାରେ ଏଠାକୁ ଚିକିତ୍ସା ହେବାକୁ ଆସୁଛନ୍ତି। ଏବେ ପିଆରଏମ୍ ମେଡିକାଲରେ ଏମିତି ଏକ ଚିତ୍ର ଆସିଛି, ଯାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ଆଉ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ରକୁ ଧିକ୍କାର କରିବେ। ଏହି କିଛିଦିନ ତଳେ ଜଣେ ଡାକ୍ତର ରୋଗୀଙ୍କୁ ଘରୋଇ ମେଡିକାଲକୁ ଜୋରଜବରଦସ୍ତ ସ୍ଥାନନ୍ତର ଘଟଣା ଭିଡିଓ ଭାଇରାଲ ହେବା ପରେ ପୁଣି ପଣ୍ଡିତ ରଘୁନାଥ ମୁର୍ମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିଶୁ ବିଭାଗରେ ଜଣେ ମହିଳା ତାର କୋମଳମତି ଶିଶୁକୁ ନିଜେ ଅକ୍ସୀଜେନ ଦେଉଥିବା ବେଳେ ଏକ ଭିଡିଓ ଭାଇରାଲ ହେଇଛି।

Blank space
Advertising:

ପିଆରଏମ୍ ମେଡିକାଲରେ ରୋଗୀଙ୍କୁ ବାରମ୍ବାର ଡାକ୍ତରଙ୍କ ଅବହେଳା ଯୋଗୁ ରୋଗୀ ମୃତ୍ୟ ହେଉଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ଚେତୁ ନାହାନ୍ତି। ଶିଶୁ ରୋଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରୋଗୀମାନେ ଏଭଳି ଚିକିତ୍ସା ହେବା ମେଡିକାଲ କର୍ତ୍ତୃପକ୍ଷଙ୍କ କାଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡାକ୍ତର ଓ ନର୍ସମାନଙ୍କର ଦାଇତ୍ୱହୀନତା ପାଇଁ ପିଆରଏମ୍ ମେଡିକାଲରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି କର୍ତ୍ତୃପକ୍ଷ ଚେତୁ ନାହାନ୍ତି। ଯାହା ଫଳରେ ଅଧିକାଂଶ ସମୟରେ ଡାକ୍ତରଙ୍କ ଅବହେଳା ପାଇଁ ରୋଗୀ ମୃତ୍ୟୁ ହେଉଥିବା ଅଭିଯୋଗ ଆସୁଛି। ଜଣେ ମା ତାର କୋମଳମାତି ଶିଶୁକୁ ଅକ୍ସୀଜେନ ଦେବା ଘଟଣା ଟି ଗତ ୧୭ ତାରିଖର ବୋଲି ଜଣାପଡିଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଏ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି।

Mo sapath

Leave A Reply

Your email address will not be published.