Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ୱଣ୍ଡର ୱାର୍ଲ୍ଡରେ ପାଳିତ ହେବ ହୋଲିୟାଁ…..

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୪/୦୨ ଚଳିତ ବର୍ଷ ଓଡିଶାର ପୁରୀ ମାଳତିପାଟପୁର ସ୍ଥିତ ସର୍ବବୃହତ ୱାଟର ପାର୍କ ୱଣ୍ଡର ୱାର୍ଲ୍ଡ ହୋଲି ଉତ୍ସବକୁ ସ୍ୱତନ୍ତ୍ର ଭାବରେ ପାଳିବାକୁ ଯାଉଛି । ଏ ନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରଦ୍ୟୁମ୍ନ ମିଶ୍ର । ହୋଲି ପର୍ବ ଉପଲକ୍ଷେ ଏଠାରେ ମାର୍ଚ୍ଚ ୭ ଓ ୮ ତାରିଖ ଦୁଇଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଯାହାର ନାମ ରଖାଯାଇଛି ହୋଲିୟାଁ… । ହୋଲିୟାଁର ପ୍ରଥମ ଦିନ ଅର୍ଥାତ ମାର୍ଚ୍ଚ ୭ ତାରିଖରେ ଡିଜେ ୱାର ଅନୁଷ୍ଠିତ ହେବ । ଯାହା ଓଡିଶାରେ ପ୍ରଥମ ଥର ହେବାକୁ ଯାଉଛି । ଏଥିରେ ରାଜ୍ୟର ବଛା ବଛା ୪ ଟି ଦଳ ଭାଗ ନେବେ । ଏହା ପାର୍କପରିସରରେ ଥିବା ୱେଭ୍ ପୁଲ ଷ୍ଟେଜରେ ଅନୁଷ୍ଠିତ ହେବ । ଭୋଟିଂ ବ୍ୟବସ୍ଥା ମାଧ୍ୟମରେ ଏହି ୪ ଦଳ ମଧ୍ୟରୁ ଜଣଙ୍କୁ ଚାମ୍ପିୟନ ଓ ଅନ୍ୟ ଦଳକୁ ରନର୍ସ ଅପ ଭାବେ ଘୋଷଣା କରାଯିବ , ଖାଲି ସେତିକି ନୁହେଁ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ । ଚାମ୍ପିୟନ ଦଳକୁ ୨୦ ହଜାର ଓ ରନର୍ସ ଅପ ଦଳକୁ ୧୫ ହଜାର ଟଙ୍କା ଦିଆଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ଦ୍ୱିତୀୟ ଦିନ ( ମାର୍ଚ୍ଚ ୮) ରେ ୭ ତାରିଖରେ ବିଜୟୀ ତଥା ଉପବିଜୟୀ ହୋଇଥିବା ଡ଼ିଜେ ଦଳ ମଧ୍ୟରେ ପ୍ରତିଯୋଗିତା ହେବ । ଦୁଇଦଳ ମଧ୍ୟରୁ କିଏ ଚାମ୍ପିଅନ ହେବ ତାହା ମଧ୍ୟ ଭୋଟିଂ ଜରିଆରେ ନିଷ୍ପତ୍ତିି ହେବ । ଦ୍ୱିତୀୟ ଦିନରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ ଓଲିଉଡ଼ର ଦୁଇ କଣ୍ଠଶିଲ୍ପୀ ତାରିକ୍ ଅଜିଜ୍ ଓ ନାଭିଆ । ଦୁଇ କଳାକାର ସଙ୍ଗୀତର ଯାଦୁ ଦର୍ଶକଙ୍କୁ ଦେଖାଇବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସୂଚନାଯୋଗ୍ୟ, ୱଣ୍ଡର ୱାର୍ଲ୍ଡ ୱାଟର ପାର୍କ ଏବେ କେବଳ ରାଜ୍ୟ ନୂହେଁ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି । ସବୁ ବର୍ଗର ଲୋକଙ୍କ ପାଇଁ ଆକର୍ଷଣୀୟ ଅଫର ସହ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ୍ ଯୋଗାଇବାରେ ପ୍ରମୁଖ ପେଣ୍ଠସ୍ଥଳ ପାଲଟିଛି ଏହି ୱାଟର ପାର୍କ । ଏଠାରେ ଜଳକ୍ରୀଡ଼ା ସହ ରହିବା ,ଖାଇବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ୱଣ୍ଡର ୱାର୍ଲ୍ଡର ପ୍ରତିଷ୍ଠାତା ଡ.ନାରାୟଣ ପାତ୍ର , ନିର୍ଦ୍ଦେଶକ ନିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.