Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ଓଡ଼ିଶା ବଜାରରେ ଆଲିଆଞ୍ଜ ଇଣ୍ଟରନେଶନାଲ ହୋଲଡିଂସ ଲିମିଟେଡ଼ ପ୍ରବେଶ..

0

ଭୁବନେଶ୍ୱର,ନିରପେକ୍ଷ ଖବର:୧୬/୧୧/୨୦୧୯ ବ୍ୟକ୍ତିଗତ ପ୍ରସାଧନ ସାମଗ୍ରୀ, କସମେଟିକ୍ସ ଓ ଖାଦ୍ୟସାମଗ୍ରୀ ଉତ୍ପାଦନ କରୁଥିବା ବହୁରାଷ୍ଟ୍ରୀୟ ଏଫଏମସିଜି କମ୍ପାନି ଆଲିଆଞ୍ଜ ଇଣ୍ଟରନେଶନାଲ ହୋଲଡିଂସ ଲିମିଟେଡ଼ ଓଡ଼ିଶା ବଜାରରେ ପ୍ରବେଶ କରିଛି । ଆନ୍ଧ୍ରପ୍ରଦେଶ ପରେ ୨ୟ ରାଜ୍ୟଭାବେ କମ୍ପାନି ଓଡ଼ିଶାରେ ପ୍ରବେଶ କରିଛି । ଏହି ବଜାରପ୍ରବେଶ ଅବସରରେ କମ୍ପାନିର କଣ୍ଟ୍ରି ହେଡ ନରେନ୍ଦ୍ର ଶ୍ରୀବାସ୍ତବ, ଆଞ୍ଚଳିକ ମୁଖ୍ୟ ନାଗରାଜନ, ନିର୍ଦ୍ଦେଶକ ଆର.ବି. ଠାକୁର, ବିକ୍ରମ କେଶରୀ ସାହୁ, ରାଜୀବ ଲୋଚନା ଦାସ ପ୍ରମୁଖ ଉପସ୍ଥିତ ରହି ଏହି ବ୍ରାଣ୍ଡ ସଂପର୍କରେ ଲୋକମାନଙ୍କୁ କହିଥିଲ । ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଓଡ଼ିଶା ପାଇଁ କମ୍ପାନିର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରାଯାଇଛି ।
ପ୍ରାୟ ୭୦ ବର୍ଷର ଏହି କମ୍ପାନିର ମଧ୍ୟପୂର୍ବରେ ନିଜସ୍ୱ ଉତ୍ପାଦନ କେନ୍ଦ୍ର ରହିଥିବାବେଳେ ଭାରତ ସମେତ ୨୮ଟି ଦେଶରେ ନିଜର ଉତ୍ପାଦ ବିକ୍ରି କରୁଛି । ଭୁବନେଶ୍ୱରରେ ଏହା ୩ଟି ପ୍ରଡକ୍ଟ ସେଲୋଜିଆ, ଡ.ନିମ ଓ ମାକ୍ୱି ସୁପର ଷ୍ଟକିଷ୍ଟ ରେଭାଜ୍‌ ଗ୍ଲୋବାଲ ପ୍ରା ଲିଃ ମାଧ୍ୟମରେ ଲଞ୍ଚ୍‌ କରିଛି । ଏସବୁ ପ୍ରଡକ୍ଟ ପ୍ରମୁଖ ସୁପରମାର୍କେଟ, ଏଫଏମସିଜି ଷ୍ଟୋର ଗୁଡ଼ିକରେ ଉପଲବ୍ଧ ହେବ ।
ଏହି ଅବସରରେ କମ୍ପାନିର କଣ୍ଟ୍ରି ହେଡ ନରେନ୍ଦ୍ର ଶ୍ରୀବାସ୍ତବ କହିଛନ୍ତି ଯେ ସମାଜର ବିଭିନ୍ନ ଶ୍ରେଣୀର ଗ୍ରାହକଙ୍କ ଚାହିଦା, ବ୍ୟବହାର, କ୍ରୟ କ୍ଷମତାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ପ୍ରକାରର ପ୍ରଡକ୍ଟ ବଜାରକୁ ଛଡାଯାଇଛି । ଆଗାମୀ ୩ ମାସ ମଧ୍ୟରେ କମ୍ପାନି ଭାରତର ୧୦ ଟି ରାଜ୍ୟରେ ନିଜର ପ୍ରଡକ୍ଟ ଲଞ୍ଚ୍‌ କରିବାକୁ ଲକ୍ଷ୍ୟ ରଖିଛି ।
ଏହି ଅବସରରେ ଅନୁ ଚୌଧୁରୀ କହିଛନ୍ତି ଯେ ଆଲିଆଞ୍ଜ ପ୍ରଡକ୍ଟର ସବୁଠାରୁ ଭଲ ଗୁଣ ହେଉଛି ଯେ ସେଗୁଡ଼ିକ ପାରାବେନ ମୁକ୍ତ । ଏହି ପ୍ରଡକ୍ଟଗୁଡ଼ିକର ଗୁଣମାନ ବେଶ ଉଚ୍ଚକୋଟୀର ଓ ସୁଲଭ ମୂଲ୍ୟରେ ମିଳେ ।
ସେଲୋଜିଆ, ଡ.ନିମ, ମିଃ ଡାର୍ଲି, ମାକ୍ୱି ଓ ଡିଭାଇନ କେୟାର ଆଦି ବିଭିନ୍ନ ବ୍ରାଣ୍ଡରେ ପ୍ରଡକ୍ଟ ବିକ୍ରି କରୁଥିବା ଆଲିଆଞ୍ଜ କମ୍ପାନି ନିଜର ଉତ୍ତମ ଗୁଣବତ୍ତା, ପାରାବେନ ରସାୟନ ମୁକ୍ତ ଓ ସୁଲଭତା ପାଇଁ ପରିଚିତ ।
ଅନ୍ୟପକ୍ଷରେ, କମ୍ପାନି ମାକ୍ୱି ବ୍ରାଣ୍ଡରେ ଅନ୍ତର୍ଜତୀୟ ମାନର ଓ ସ୍ୱାସ୍ଥ୍ୟକର ଖାଦ୍ୟ ସାମଗ୍ରୀ ବିକ୍ରି କରିଥାଏ । ଏହି ବ୍ରାଣ୍ଡରେ ବିକ୍ରି ହେଉଥିବା ସାମଗ୍ରୀ ମଧ୍ୟରେ ରହିଛି ଡ୍ରାଏ ଫୁଡ, ହେଲଦି ସିଡ୍‌, ଟ୍ରେଲ ମିକ୍ସ,ପାର୍ବଣ ପାଇଁ ଗିଫ୍ଟ ହାମ୍ପର ଆଦି । ଦେଶର ସବୁ ପ୍ରମୁଖ ଷ୍ଟୋରରେ ଏହି ବ୍ରାଣ୍ଡର ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେଉଛି ।

Mo sapath

Leave A Reply

Your email address will not be published.