Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା: ୧୫/୧୨/ : ରାଜଧାନୀର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୩ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ାଉତ୍ସବ ଜେଷ୍ଟ-୨୦୨୨ ଉଦ୍‌ଯାପିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ବନମାଳୀ କଲେଜ, କଲିକତାର ଶାରୀରିକ ଶିକ୍ଷା ତଥା କ୍ରୀଡ଼ା ବିଭାଗର
ପ୍ରଫେସର ଡ. ଶକ୍ତି ରଞ୍ଜନ ମିଶ୍ର ଯୋଗ ଦେଇ ଛାତ୍ର ଜୀବନରେ ସର୍ବାଙ୍ଗୀନ ଉନ୍ନତି ତଥା ବୌଦ୍ଧିକ,
ଶାରିରୀକ, ମାନସିକ ବିକାଶରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବକ୍ତବ୍ୟ ଦେଇଥିଲେ ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଛାତ୍ର ଜୀବନରେ କ୍ରୀଡ଼ାର
ଆବଶ୍ୟକତା ସହ ଏହା ପିଲାମାନଙ୍କର ମାନସିକ ଓ ଶୈକ୍ଷିକ ବିକାଶରେ ସହାୟ ହୋଇଥାଏ ବୋଲି
ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ କର୍ପୋରେଟର୍ ଶ୍ରୀମତୀ କେ. ଶାନ୍ତି ଯୋଗ
ଦେଇ ବିଦ୍ୟାଳୟର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି କ୍ରୀଡ଼ାର ଉପଯୋଗିତା ବିଷୟରେ କହିଥିଲେ ।
ବିଦ୍ୟାଳୟ ପରିଚାଳନା କମିଟିର ପରିଚାଳକ ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା ବିଦ୍ୟାଳୟରେ କ୍ରୀଡ଼ାର
ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏ କ୍ଷେତ୍ରରେ ଶୃଙ୍ଖଳା, ସମୟଜ୍ଞାନ, ଏକାଗ୍ରତାର ଆବଶ୍ୟକତା ଜରୁରୀ, ଅଂଶଗ୍ରହଣ
ବିଜୟ ଲାଭ ଠାରୁ ଆନନ୍ଦଦାୟୀ, ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାର ଆବଶ୍ୟକତା
ଉପରେ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ଅଭିଭାବକମାନେ କ୍ରୀଡ଼ାର ମହତ୍ତ୍ୱ ଉପଲବ୍‌ଧି ସହ କ୍ରୀଡ଼ା ପ୍ରତି ସମସ୍ତେ ଆକର୍ଷିତ ହେବାର ବାର୍ତ୍ତା ଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ଶ୍ରବଣ ହାଉସ୍ ଶ୍ରେଷ୍ଠ ହାଉସ୍ (ପ୍ୟାରେଡ଼୍‌) ଏବଂ ଏକଲବ୍ୟ ହାଉସ୍ ଚମ୍ପିୟାନ୍ ହାଉସ୍ ରୂପେ ବିବେଚିତ ହୋଇଥିଲା । ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର କ୍ରୀଡ଼ା ହିଁ ଶାରୀରିକ ଉନ୍ନତିର ମାଧ୍ୟମ ବୋଲି ବୈଜ୍ଞାନିକ ତତ୍ତ୍ୱ ଉପସ୍ଥାପନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ବରିଷ୍ଠ ସଦସ୍ୟଗଣ, ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବରଦା ପ୍ରସାଦ
ପାଇକରାୟ, ଶ୍ରୀମତୀ ଶିବାନୀ ପଟ୍ଟନାୟକ, ଶ୍ରୀମତୀ ସ୍ମିତା ମହାନ୍ତି, ଶ୍ରୀମତୀ ସୁଚରିତା ଦାସ ପ୍ରମୁଖ
ଉପସ୍ଥିତ ଥିଲେ । ଏହି କ୍ରୀଡ଼ା ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତାମାନଙ୍କ
ନିମନ୍ତେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ
ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ, ବ୍ୟାଣ୍ଡ୍ ପରିବେଷିତ ହୋଇଥିଲା । ତିନି ଦିନ ଧରି ଚାଲିଥିବା ଏହି
କାର୍ଯ୍ୟକ୍ରମକୁ ଅଭିଭାବକମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଏହାକୁ ବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀଯୁକ୍ତ
ଏସ୍‌. କେ. ସାହୁ, ଶ୍ରୀଯୁକ୍ତ ଆର୍‌.କେ. ସିଂ, ଶ୍ରୀଯୁକ୍ତ ଏସ୍‌. ଏନ୍‌. ସାହୁ, ଶ୍ରୀଯୁକ୍ତ ଜେ. ଜେ. ସାହୁ, ଶ୍ରୀମତୀ କେ. ପଟ୍ଟନାୟକ, ଶ୍ରୀମତୀ ଆର୍‌. ଶତପଥୀ, ଏସ୍‌. ଖାତୁନ ପରିଚାଳନା କରିଥିଲେ ।

Mo sapath

Leave A Reply

Your email address will not be published.