ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୫/୦୨ ” ଆମେ ନୁହେଁ ଏକା ” ଅନୁଷ୍ଠାନ ପକ୍ଷରୁ ସାମୁହିକ ବ୍ରତପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତିନିଜଣ ଗରିବ ବ୍ରାହ୍ମଣଙ୍କ ପରିବାରରୁ ତିନି ଜଣ ବାଳକଙ୍କୁର ବ୍ରତପନୟନ କରାଯାଇଛି ।ଏମାନେ ପୁରୀ, ରଣପୁର ଓ ବ୍ରହ୍ମପୁର ର ଏହି ତିନି ବାଳକଙ୍କ ସମସ୍ତ ବ୍ରତ କାର୍ଯ୍ୟ ରୀତିନୀତି ଅନୁସାରେ ପୁରୁଣା ଭୁବନେଶ୍ୱର
ମା ଦୁନ୍ଦିଆ ଠାକୁରାଣୀ ପୀଠ ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବୈକୁଣ୍ଠ ଭୋଇ, ମାନି ପଣ୍ଡା, ଟୁଲିଆ ଭାଇନା, ରୁଦ୍ର ସାମନ୍ତରାୟ, ଶୈଳଭାମା ଦାସ, ଚୁଲିଆ ସାହୁ, ପ୍ରଫୁଲ୍ଲ ସାହୁ ଓ ସାମାଜିକ କର୍ମୀ ମାନେ ସହଯୋଗ କରିଥିଲେ । ଏହି ମହାନ କାର୍ଯ୍ୟକୁ ପରିଚାଳନା କରିଥିଲେ ଯୁବ ସମାଜସେବୀ ସଞ୍ଜୟ ପରିଡା ।
